କୃଷି ଅଧ୍ୟାଦେଶ ବିଲ,ବିଦ୍ୟୁତ ଶୁଳ୍କ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ CPI(ML) ନେତା ତିରୁପତି ଗମାଙ୍ଗ

ରାୟଗଡା: କେନ୍ଦ୍ର ସରକାରଙ୍କ କୃଷି କ୍ଷେତ୍ର ସଂକରାନ୍ତ ବିଧେୟକ ସାଂସଦ ଗୃହୀତ ହେଲା ପରେ ଏହାକୁ ପ୍ରତିବାଦ କରିଛନ୍ତି ଭିବିନ୍ନ କିସାନ ୟୁନିଅନ । ଏହି ବିଲ କୃଷକ ବିରୋଧୀ ଓ ଏହା ଦ୍ୱାରା କୃଷକ ଓ ଚାଷୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ରାୟଗଡା ଜିଲ୍ଲାର CPI(ML)ର ନେତା ତିରୁପତି ଗମାଙ୍ଗ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଆଜି ତା୨୫/୦୯/୨୦୨୦ ଉପଜିଲ୍ଲାପାଳ, ଗୁଣୁପୁରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଜି ୧୫ ଦଫା ଦାବି ନେଇ ଶ୍ରୀ ଗମାଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟସରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ବିଭିନ୍ନ ଦାବି ନେଇ ସେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ୨୦୨୦-୨୧ ଆର୍ଥିକ ବର୍ଷ ମଝିରେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରିଛନ୍ତି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ । ବିଦ୍ୟୁତ ୟୁନିଟ ପିଛା 20 ପଇସା ବୃଦ୍ଧି କରାଯାଇଛି । ଆସନ୍ତା ଅକ୍ଟବରରୁ ଏହି ନିୟମ ଲାଗୁ ହେବ ଏ ନେଇ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

LEAVE A REPLY

Please enter your comment!
Please enter your name here