32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକୃଷକ ବିରୋଧୀ ଆଇନକୁ କଂଗ୍ରେସର ସ୍ୱର ଉତ୍ତୋଳନ କାର୍ଯ୍ୟକ୍ରମ

କୃଷକ ବିରୋଧୀ ଆଇନକୁ କଂଗ୍ରେସର ସ୍ୱର ଉତ୍ତୋଳନ କାର୍ଯ୍ୟକ୍ରମ

ଯାଜପୁର -ଆଜି ତା ୨୬.୯.୨୦୨୦ ରିଖ ଦେଶ ଏକ କରୋନା ମହାମାରୀ ର ମୁକାବିଲା କରୁଥିବାବେଳେ କେନ୍ଦ୍ର ସରକାର କୋଭିଡ -19 ଆଇନ କୁ କଡା କଡ଼ି ଭାବେ ଲାଗୁ କରି ଜନସାଧାରଣ ଙ୍କ ମଧ୍ୟରେ ଭୟ ସୃଷ୍ଟି କରି ଅଗଣତାନ୍ତ୍ରିକ ଭାବେ ଲୋକସଭା ଓ ରାଜ୍ୟସଭା ରେ ସଂଖ୍ୟାଗରିଷ୍ଟତା ଯୋଗୁଁ ଯେପରିଭାବେ 3 ଗୋଟି କୃଷି ବିଲ ଅଧ୍ୟାଦେଶ ଜରିଆରେ ପାରିତ କଲେ । ଯାହା ଭାରତ ବର୍ଷ ଗଣତନ୍ତ୍ର ପରମ୍ପରା ଓ ଏକଛତ୍ରବାଦ ଶାସନର ପରିଲକ୍ଷିତ ହୁଏ । ବଡ଼ ବଡ଼ କର୍ପୋରେଟ ହାଉସ ଯଥା ରିଲାଏନ୍ସ ଫ୍ରେସ, ୱାଲ ମେଟ ଓ ଆଦାନୀ କୁ ପ୍ରତ୍ୟକ୍ଷ ଭାବେ ପ୍ରୋତ୍ସାହନ ଦେଇ ସାଧାରଣ ଚାଷୀ, କୃଷକ, ଭାଗଚାଷୀ, କ୍ଷେତ ମଜଦୁର ଙ୍କ ଉପରେ ବି ଜେ ପି ସରକାର ଶକ୍ତ ଆଘାତ ଆଣିଛି । ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦେଶ ତମାମ ଏହାର ପ୍ରତିବାଦ ରେ ଆଜି “ସ୍ପୀକ ଅପ ଫର ଫାରମରସ” କାର୍ଯ୍ୟକ୍ରମ ରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଆହ୍ୱାନ କୁ ରାଜ୍ୟ ଅଣସଂଗଠିତ ଶ୍ରମିକ କଂଗ୍ରେସ ପୁର୍ଣ ସମର୍ଥନ କରିବା ସହ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ କୃଷି ଶ୍ରମିକ ମାନେ ଆସନ୍ତା ସେପ୍ଟେମ୍ବର 28 ତାରିଖ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ଓ ଗାନ୍ଧୀ ଜୟନ୍ତୀ ଠାରୁ 31ଅକଟୋବର ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଆରମ୍ଭ ହୋଇଥିବା “କୃଷକ ବଞ୍ଚାଓ ଦିବସ” ଓ ସ୍ଵାକ୍ଷର କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଳା କମିଟି ଅଂଶ ଗ୍ରହଣ କରି ବ୍ୟାପକ ଭାବେ ପ୍ରଚାର ପ୍ରସାର କରିବାକୁ ଅଣ ସଂଗଠିତ ଶ୍ରମିକ କଂଗ୍ରେସ ର ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଆହ୍ୱାନ କରିଛନ୍ତି । ସାମାଜିକ ଦୂରତା ରକ୍ଷା କରି ବିଭିନ୍ନ ବ୍ଲକ ଠାରୁ ଜିଲ୍ଲା ସଦର ମହକୁମା ପର୍ଯ୍ୟନ୍ତ କେନ୍ଦ୍ରର ବି ଜେ ପି ସରକାର ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ ଦୁଇ ପାଦ ଆଗକୁ ଯାଇ ୱେଷ୍ଟ ଇଣ୍ଡିଆ ପ୍ରଣାଳୀ ରେ ଗଣତନ୍ତ୍ର କୁ ହତ୍ୟା କରୁଥିବା ସମ୍ପର୍କ ରେ ଜନସଚେତନତା ସୃଷ୍ଟି କରିବା ସହିତ ଏହି ଭଳି ଏକ କୃଷି ବିରୋଧୀ ବିଲ କୁ ପ୍ରତ୍ୟାହାର ନକଲେ “କର ବା ମର” ନୀତିରେ ଆନ୍ଦୋଳନ ଜାରି ରଖିବାକୁ ରାଜ୍ୟ ଅଧକ୍ଷ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking