28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗବିକାଶ ପଥରେ କୋଟିଆ

ବିକାଶ ପଥରେ କୋଟିଆ

କୋରାପୁଟ :  ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବିବାଦୀୟ ଜୋଟିଆ ଗ୍ରାମ ପଞ୍ଚାୟତର ୨୮ ଟି ଗ୍ରାମପୁଞ୍ଜରୁ ୨୧ଟି ବିବାଦୀୟ ହୋଇଥିବାବେଳେ ରାଜ୍ୟ ସରକାର ଏବେ କୋଟିଆର ସାମୁହିକ  ବିକାଶ ଦିଗରେ  ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ୨୦୧୭ ଅକ୍ଟୋବରରେ ଆନ୍ଧ୍ର ପ୍ରଦେଶର ଲୋକ ପ୍ରତିନିଧି ଓ ପ୍ରଶାସନ ଅଧିକାରୀ ଅନୁପ୍ରବେଶ କରି ଲୋକମାନଙ୍କୁ ପ୍ରଲୋଭନ କରି ନିଜ ଆଡକୁ ନେବା ନିମନ୍ତେ ପ୍ରୟାସ ପୁନର୍ବାର ଆରମ୍ଭ କରିଥିଲେ । ଜିଲ୍ଲା ପ୍ରଶାସନର ଏକ ଟିମ୍  ଘଟଣାସ୍ଥଳକୁ ଯାଇ ରାଜ୍ୟ ସରକାରଙ୍କୁ ତଥ୍ୟ ପ୍ରଦାନ କରିବା ପରେ ରାଜ୍ୟ ସରକାର କୋଟିଆର ବିକାଶ ପାଇଁ ଏକ ସ୍ୱତନ୍ତ୍ର ଟିମ୍  ଗଠନ କରିଥିଲେ ଓ ଉକ୍ତ ଟିମର ପରାମର୍ଶକୁ ନେଇ ରାଜ୍ୟ ସରକାର କୋଟିଆ ନିମନ୍ତେ ୧୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ପ୍ୟାକେଜ ଘୋଷଣା କରିବା ପରେ ଉନ୍ନୟନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତଦନୁଯାୟୀ ପଟ୍ଟାଙ୍ଗୀ ବ୍ଲକ୍ ତରଫରୁ ବର୍ଣ୍ଣାପାଡୁ, କଣାଦୋରା, ଫଗୁଣସିନେରୀ ଓ ହରମାଡିଙ୍ଗୀରେ ସିସିରୋଡ ନିର୍ମାଣ କରାଯାଇଥିବାବେଳେ ଆମ ଗାଁ ଆମ ବିକାଶ ଯୋଜନାରେ୨୮ଟି ଗ୍ରାମପ୍ୟୁଞ୍ଜରେ ମଣ୍ଡପ ନିର୍ମାଣ କରାଯାଇଛି । ନେରେଡିବାଲାସା, ତାଡିବାଲସାରେ  ଫିଲ୍ଡ ଚାନେ, ଫାଟୁସେନେରୀ ଓ ଧୂଲିପଦର ଗ୍ରାମରେ  ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାଇଥିବା ଜଣାପଡିଛି । ବର୍ଣ୍ଣାପାଡୁ ଗ୍ରାମରେ ୩ ଲକ୍ଷ ଟଙ୍କା ବିନିମୟରେ ପାନୀୟଜଳ ଯୋଗାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଡୋଲିଆମ୍ବ ଗ୍ରାମରେ ୨ ଲକ୍ଷ ଟଙ୍କା ବିନିମୟରେ ପାନୀୟଜଳ ଯୋଗାଣ କାର୍ଯ୍ୟ ଶେଷ ହୋଇଯାଇଥିବା ଜଣାପଡିଛି । ପାନକୁଲବାଲସା ଓ ଗଞ୍ଜେଇପଦରରେ କମ୍ୟୁନିଟି ହଲ ନିର୍ମାଣ ଶେଷ ହୋଇ ଯାଇଥିବା ଜଣାପଡିଛି । କୋଟିଆ ଠାରୁ କାଡ୍ରାକା ଏବଂ ଫଗୁଣସିନେରୀ ଠାରୁ ଫାଟୁସିନେରୀ ରାସ୍ତା ନିର୍ମାଣ କରାଯାଇଥିବା ବେଳେଆରଡି ରୋଡ ଠାରୁ ଡୋଲିଆମ୍ଭ ମଧ୍ୟ ରାସ୍ତା ନିର୍ମାଣ କରା ଯାଇଥିବା ଜଣା ପଡିଛି । ସେହିପରି ଆର୍ଜୁବାଲସା, ବର୍ଣ୍ଣାପାଡୁ , ଧୂଲିପଦର , ଡୋଲିଆମ୍ଭ , ଗଞ୍ଜେଇପଦର , ତଳ ଗଞ୍ଜେଇପଦର , ଉପର ଗଞେଇପଦର, ହରମାଡିଙ୍ଗୀ,କଣାଦୋରା ମାଡକାର ,ମହିପାଣୀ ,ନେରେଡିବାଲସା,ପନିକି , ତଳ ପନିକି ,ଉପର ପନିକି, ଫଗୁଣସିନେରୀ, ଫାଟୁସିନେରୀ, ରଣାସିଂ, ସଲପଗୁଡା, ସିଡିବାଲସା, ସିମାଗଡା , ତାଡିବାଲସା, ତଳସେମ୍ବି, ଉପରସେମ୍ବି, ଜାନିଗୁଡା, କୋଟିଆ, ଝଙ୍କଡାବାଲସା ଗ୍ରାମର ୭୭୦ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଥିବା ଜଣାପଡିଛି । ଭିନ୍ନକ୍ଷମମାନଙ୍କୁ ନେଇ ଗୋଟିଏ ସ୍ୱୟଂ ସହାୟକଜ ଗୋଷ୍ଠୀ ଗଠନ କରାଯାଇଛି । ୧୧ ଜଣ ଭିନ୍ନକ୍ଷମଙ୍କୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ଅର୍ଥ ପ୍ରଦାନ କରା ଯାଇଥିବାବେଳେ ୨ ଜଣଙ୍କୁ  ବାଣିଶ୍ରୀ ଯୋଜନାରେ  ଓ ୨ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅର୍ଥ ପ୍ରଦାନ କରା ଯାଇଥିବା ବେଳେ ୨ ଜଣଙ୍କୁ ଡିଆରଆଇ ରୁଣ ପ୍ରଦାନ କରାଯାଇଥିବା ଜଣାପଡିଛି । କୋଟିଆରେ ୫୨.୫୨ ଲକ୍ଷ ଟଙ୍କା ବିନିମୟରେ ଏକ  ୧୦ ଶଯ୍ୟା ବିଶିଷ୍ଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଶେଷ ହୋଇଥିବା ଜଣାପଡିଛି । ୨୫ ଲକ୍ଷ ଟଙ୍କା ବିନିମୟରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ଶେଷ ହୋଇଥିବା ବେଳେ ୨୬.୬୪ ଲକ୍ଷ ଟଙ୍କାରେ ଡି ଟାଇପ  ଏବଂ ୫୯.୧୨ ଲକ୍ଷ ଟଙ୍କାରେ ଇ-ଟାଇପ କ୍ୱାର୍ଟର ଓ ୭୦ ଲକ୍ଷ ଟଙ୍କାରେ ଏଫ ଟାଇପ କ୍ୱାର୍ଟର ନିର୍ମାଣ ଶେଷ ହୋଇଥିବା ଜଣାପଡିଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କୋଟିଆରୁ ମାଡକାର ପର୍ଯ୍ୟନ୍ତ ୬ କୋଟି ଟଙ୍କାରେ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇ ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking