40.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକୋଟିଆ ପ୍ରସଙ୍ଗ, ଆନ୍ଧ୍ରକୁ ନୋଟିସ

କୋଟିଆ ପ୍ରସଙ୍ଗ, ଆନ୍ଧ୍ରକୁ ନୋଟିସ

ଭୁୁବନେଶ୍ୱର: ସୁପ୍ରିମକୋର୍ଟରେ ଆଜି କୋଟିଆ ମାମଲାର ଶୁଣାଣି ହୋଇଛି । ଓଡିଶା କରିଥିବା ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି କୋର୍ଟ । ଆସନ୍ତା ଶୁକ୍ରବାର ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ଆଜି ଏହି ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଏ ଏନ ଖାନୱଲିକର ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ । ଏହି ମାମଲାର ତ୍ୱରିତ ଶୁଣାଣି କରିବା ପାଇଁ ଓଡିଶା ପକ୍ଷରୁ ଏହି ମାମଲାରେ ନିୟୋଜିତ ବରିଷ୍ଠ ଆଇନଜୀବି ବିକାଶ ସିଂ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏ ଏସ ବୋପାନ୍ନା ଓ ଜଷ୍ଟିସ ଭି. ରମା ସୁବ୍ରମଣ୍ୟମଙ୍କ ଖଣ୍ଡପୀଠରେ ନିବେଦନ କରିଥିଲେ । ସେ ଯୁକ୍ତି ବାଢିଥିଲେ ଯେ, କୋଟିଆ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସର୍ବୋଚ୍ଚ ନ୍ୟାୟାଳୟ ୨୦୦୬ରେ ନିର୍ଦ୍ଦେଶ ଦେଇଥିଲେ । ଆନ୍ଧ୍ର ସରକାର ଏହାକୁ ପାଳନ କରିନାହାନ୍ତି । ନିର୍ଦ୍ଦେଶକୁ ଉଲ୍ଲଂଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ସୀମାରେ ଦର୍ଶାଇ ପଂଚାୟତ ନିର୍ବାଚନ କରାଉଛି । ତେବେ କୋଟିଆ, ଦକ୍ଷିଣ ଓଡିଶା ତଥା କୋରାପୁଟ ଜିଲ୍ଲାର ଏକ ଜଣାଶୁଣା ନାଁ । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକରେ ଏହା ହେଉଛି ଛୋଟିଆ ପଞ୍ଚାୟତ । ଏହି କୋଟିଆ ପଞ୍ଚାୟତରେ ୨୮ଟି ଗ୍ରାମ ରହିଛି । ସେଥି ମଧ୍ୟରୁ ୨୧ଟି ଗାଁ ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ବର୍ତ୍ତି । ଏହି ୨୧ଟି ଗ୍ରାମ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହି ଆସିଛି । ଏହାକୁ ନିଜ ଅକ୍ତିଆରକୁ ନେବାକୁ ୫ ଦଶନ୍ଧି ଧରି ଆନ୍ଧ୍ର ପ୍ରୟାସ ଜାରି ରଖିଛି । କୋଟିଆର ବିବାଦୀୟ ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି ଓଡିଶା ସରକାର । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ୧୮ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଏପରି ସ୍ଥଳେ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମୁହାଁମୁହିଁ ହୋଇଛନ୍ତି । ଅନ୍ୟପଟେ ଆସନ୍ତା କାଲି ୩ଟି ପଞ୍ଚାୟତ ପାଇଁ ଆନ୍ଧ୍ରର ସରପଞ୍ଚ ନିର୍ବାଚନ ହେବ । ଏନେଇ ୪ ତାରିଖରେ ସରପଞ୍ଚ ଓ ୱାର୍ଡମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିବା ଆନ୍ଧ୍ର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଆନ୍ଧ୍ର କୋଟିଆ ଉପରେ ନିଜ ଦାବି ରଖୁଛି । ଆନ୍ଧ୍ର ପକ୍ଷରୁ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରେ କୋଟିଆର ୨ ଜଣ ସରପଞ୍ଚ ପଦବୀ ଓ  ୮ ଜଣ ୱାର୍ଡମେମ୍ବର ପଦବୀ ପାଇଁ  ନାମାଙ୍କନ ପତ୍ର ଭରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking