34.1 C
Bhubaneswar
Friday, March 29, 2024
Homeଅପରାଧକୋଟପାଡ ପୋଲିସ ର ବଡ ସଫଳତା

କୋଟପାଡ ପୋଲିସ ର ବଡ ସଫଳତା

କୋଟପାଡ: କୋଟପାଡ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତ ବଢ଼ିବାରେ ଲାଗିଛି l ଏହାକୁ ଅଖିଆଗରେ ରଖି କୋଟପାଡ ପୋଲିସ ଦ୍ବାରା ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ବେଳେ ଆଜି କୋଟପାଡ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ଘଟଣାରୁ ପ୍ରକାଶ ଏହିକିଯେ ଗତ ତା ୨୬/୦୫/୨୦୨୧ ରିଖ ଦିନ ୧ ଘଣ୍ଟା ସମୟରେ କୁସୁମୀ ଗ୍ରାମରେ ଜେଏମସି କମ୍ପାନୀ ଦ୍ବାରା ଜଳ ଯୋଗାଣ ପାଇପ କାମ ଚାଲିଥିବା ସମୟରେ ଚାରିଜଣ ଆସାମୀ କର୍ଣ୍ଣ ହରିଜନ (୩୨), ରଞ୍ଜନ ସଗରୀୟl(୨୬), ରମିୟ ହରିଜନ (୨୨),ସେନାପତି ବାରିକ୍ (୨୩) ସେଠାରେ ପହଞ୍ଚି ପିଷ୍ଟଲ ଦେଖାଇ ଧମକ ଚମକ ଦେବା ସହିତ ସେହି କର୍ମଚାରୀ ମାନଙ୍କୁ ୫୦,୦୦୦ ଟଙ୍କା ବଟି ଦେବାପାଇଁ ଦାବୀ କରିଥିଲେ l ଏଠି କାମ କରିବାକୁ ହେଲେ ଆମ ବଟି ଦେବାପାଇଁ ବାଧ୍ୟ ନଚେତ ଜୀବନରେ ମାରିଦେବlପାଇଁ ଧମକ ଦେଇଥିଲେ l ଏହାପରେ ସେହି ଜେଏମସି କର୍ମଚାରୀ ମାନେ ପରେଦେବିବୋଲି ପ୍ରତିଶ୍ରୁତି ଦେଇଥିଲେ l ତା ପରଦିନ ତା ୨୭/୦୫/୨୦୨୧ ରିଖ ସକାଳ କୋଟପାଡ ଥାନାରେ ଆସାମୀ ମାନଙ୍କ ବିରୁଦ୍ଧରେ ଏଫ୍ଆଇଅର୍ ଦେଇଥିଲେ l ପରେ ଥାନା କେସ ନମ୍ୱର ୮୯/୨୭.୦୫.୨୧ ରେ ୩୮୭,୫୦୬,୫୦୭ ଏବଂ ୩୪ ଆଇପିସି ୨୫ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା l କର୍ଣ୍ଣ ହରିଜନ ର ମୋବାଇଲ କୁ ଟ୍ରେସ କରି ଚାରିଜଣ ଆସାମୀ ମାନଙ୍କୁ ଗିରଫ କରାଯାଇଛି l ତାଙ୍କ ପାଖରୁ ଗୋଟିଏ ଆଟୋମେଟିକ ପିଷ୍ଟଲ୍ ସହିତ ଚାରୋଟି ମଟରସାଇକଲ ରେଡ୍ କରାଯାଇଛି lଏହାସତ୍ତ୍ୱେ ସେମାନେ ମାର୍ଚ୍ଚ ମାସରେ ବାରିଗୁମ୍ମା ଅଞ୍ଚଳରେ ଏକ ଡକାୟତରେ ସଂଶ୍ଳିଷ୍ଟ ଥିବା ସ୍ବୀକାର କରିଛନ୍ତି l ସେହି ଡ଼କାୟତିରେ ଜଣେ ଲୋକଠାରୁ ସେମାନେ ଗୋଟିଏ ବୁଲେଟ ମଟର ସାଇକଲ ଓ ମୋବାଇଲ ଫୋନ ୭୫୦୦ ଟଙ୍କା ଲୁଟି ନେବା ରେ ସକ୍ଷମ ହୋଇଥିଲେ l ଏହି କାମରେ କେବଡି ଜେଲ୍ ରେ ଥିବା ଅନ୍ୟତମ ଡକାୟତ ଅସ୍ପିନି ଖୋରା ମଧ୍ୟ ଜଡିତ ଥିଲେ l ଜିଲ୍ଲା ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏହି ଆପେରେସନ୍ ରେ ଏସଡିପିଓ ହରେକୃଷ୍ଟ ମାଝୀ , କୋଟପାଡ ଥାନା ଅଧିକାରୀ ଶେଷଦେବ ବେହେରା ଏବଂ ଜୟପୁର ପୋଲିସ ଷ୍ଟାଫ ସହଯୋଗ କରିଥିଲେ l

ରିପୋର୍ଟ:- କୋଟପାଡ଼ ରୁ ବିନ୍ଦିୟା ରାଣୀ ବିଶ୍ୱାସ ଙ୍କ ରିପୋର୍ଟ ଓ ନ ଏ .

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking