40.1 C
Bhubaneswar
Wednesday, April 24, 2024
Homeଓଡିଶାମୁମ୍ବାଇର ଏନସିପିଏ ଥିଏଟରରେ କୋସଲୀ ନାଟକ ରାହା ମଂଚସ୍ଥ

ମୁମ୍ବାଇର ଏନସିପିଏ ଥିଏଟରରେ କୋସଲୀ ନାଟକ ରାହା ମଂଚସ୍ଥ

ବଲାଙ୍ଗୀର : ମୁମ୍ବାଇର ନରିମନ ପଏଣ୍ଟ ଠାରେ ଥିବା ଏନସିପିଏ ଥିଏଟର କ୍ୟାମ୍ପସରେ ଥିବା ଏକ୍ସପେରିମେଣ୍ଟାଲ ଥିଏଟର ରେ ବଲାଙ୍ଗୀର ର କଳକାରମାନଙ୍କ ଦ୍ୱାରା କୋସଲୀ ନାଟକ “ରାହା” ପରିବେଷିତ ହୋଇଯାଇଛି । ଓଡିଶା ଲିଭିଙ୍ଗ ଟ୍ରାଡିସନ ନାରେ ଦୁଇଦିନ ଧରି ମୁମ୍ବାଇର ଏନସିପିଏ ଥିଏଟରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାରମ୍ପାରିକ କଳା ଓ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର ୬ ଟି ଦଳ ଅଂଶଗ୍ରହଣ କରିଥିଲେ । ଏଥିରେ ପ୍ରଥମ ଦିନ ସଂଧ୍ୟାରେ ବଲାଙ୍ଗୀର ର “ଢୋଲ ମୁହୁରୀ କଳା ପରିଷଦ” ଭଜନ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ମୟୁରଭଞ୍ଜର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଥିଲେ ଓ ଶେଷରେ ବଲାଙ୍ଗୀର ଅନ୍ୱେଷଣର କଳାକାରମାନେ ଲୋକନାଟକ “ରାହା” ପରିବେଷଣ କରିଥିଲେ । ସେହିପରି ଦ୍ୱିତୀୟ ସଂଧ୍ୟାରେ ଖୋର୍ଦ୍ଧା ର କଳାକାରମାନେ ଭଜନ ପରିବେଷଣ କରିଥିବା ବେଳେ ବଲାଙ୍ଗୀର ର ଦୁଲଦୁଲି କଳା ପରିଷଦ ଲୋକନୃତ୍ୟ “ଘୁଡ୍‌କା” ପରିବେଷଣ କରିଥିଲେ ଓ ଶେଷରେ ପୁରୀର କଳାକାରମାନେ ନାଟକ “ଝୋଟି , ଚିତା ଓ ମୁରୁଜ” ପରିବେଷଣ କରିଥିଲେ । ତେବେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ସୃଷ୍ଟି କରିଥିଲା ଲୋକନାଟକ “ରାହା” , “ଘୁଡ୍‌କା ନାଚ” ଓ କଣ୍ଠଶିଳ୍ପୀ ନବୀନ କୁଅଁରଙ୍କ ଦ୍ୱାରା ପରିବେଷିତ ଲୋକଗୀତ । ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ନେଇ ପରିବେଷିତ ହୋଇଥିଲା ନାଟକ ରାହା । ପ୍ରକୃତିକୁ ଭଲ ପାଉଥିବା ଜଣେ ଆଦିବାସୀ ଯୁବକ ନିଜ ପ୍ରେମକୁ ବଳିଦାନ ଦେବା ସହିତ ନିଜର ବାପାକୁ ମଧ୍ୟ ହତ୍ୟା କରିଛି । ଏଭଳି ଏକ ସ୍ପର୍ଷକାତର ଓ ନିଚ୍ଛକ ଆଦିବାସୀମାନଙ୍କ ପରମ୍ପରାକୁ ନେଇ ମଂଚସ୍ଥ ହୋଇଥିବା ନାଟକ ବେଶ ପ୍ରଶଂସିତ ହୋଇଥିଲା । ଲୋକନାଟକ ଆଧାରରେ ମଂଚସ୍ଥ ହୋଇଥିବା ଏହି ନାଟକରେ ମୁଖ୍ୟ ଚରିତ୍ରରେ ସୌମ୍ୟ ରଞ୍ଜନ ବେଦବାକ , ସାଗର , ସୌରେନ୍ଦ୍ରି ବାରିକ , ଅଶୋକ ଦୀପ , ବିଶ୍ୱଚିତ ନନ୍ଦ , ପଞ୍ଚାନନ ସେଠ , ବ୍ରହ୍ମାନନ୍ଦ ବନଛୋର , ଇଶ୍ୱରୀ ବେହେରା ଓ ସୁବର୍ଣ୍ଣ ବାଗ ପ୍ରମୁଖ ଅଭିନୟ କରିଥିଲେ । ନାଟକକୁ ରଚନା ଓ ନିର୍ଦ୍ଧେଶନା ପ୍ରକାଶ ଥନାପତି ଦେଇଥିବା ବେଳେ ମଂଚ ପରିଚାଳନା କରିଥିଲେ ଜ୍ୟୋତି ରଂଜନ ବେଦବାକ ଓ ସଞ୍ଜୁକ୍ତା ବେଦବାକ । ସେହିପରି ଘୁଡକା ନୃତ୍ୟକୁ ନିର୍ଦ୍ଦେଶନା ଦେଇଥିଲେ ଲୋକ କଳାକାର ବାସୁଦେବ ସା । ସଫଳତାର ସହ ମୁମ୍ବାଇରେ କାର୍ଯ୍ୟକ୍ରମ ପରିବେଷଣ କରି ଫେରିବା ପରେ ବଲାଙ୍ଗୀରରେ କଳକାରମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking