34.1 C
Bhubaneswar
Friday, March 29, 2024
Homeଓଡିଶାପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ

ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ

କୋରାପୁଟ : ପୁଣି ଅଭିନବ ଉପାୟ ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ଲମତାପୁଟ ପୋଲିସ ମାଡି ବସିଲା । କୋରାପୁଟ ଜିଲ୍ଲା ବାଡେଲ ଅଞ୍ଚଳରୁ ରାଜସ୍ଥାନ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରାପଡିଛି ବିପୁଳ ଗଞ୍ଜେଇ । ବିଶେଷ ସୂତ୍ରରୁ ଖବରପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ନନ୍ଦପୁର ଏସଡ଼ିପିଓ  ସ୍ଵତନ୍ତ୍ର ଟିମ ଗଠନ କରି ଲମତାପୁଟ ପୋଲିସ ଏବଂ ନିଜେ ଏସଡ଼ିପିଓ ପୂର୍ବରୁ ବଡପଡା ଘାଟିରେ ନାକା ବନ୍ଦୀ କରିଥିଲେ । ସଗର ଗ୍ରାମପଟୁ ଦ୍ରୁତ ଗତିରେ ଆସୁଥିବା ପଣସ ବୋଝେଇ ଟ୍ରକକୁ ଅଟକାଇ ଥିଲା ପୋଲିସ । ପ୍ରଥମେ ଟ୍ରକରେ ଥିବା ୨ ଜଣକୁ କାବୁ କରିଥିଲା ପୋଲିସ ।

ଟ୍ରକ ଡାଲାରେ ପଣସ ବୋଝେଇ ଥିବା ଦେଖି ପୋଲିସ ସବୁ ପଣସ ଗୁଡିକକୁ ବାହାର କରିବା ସମୟରେ ୧୫ଟି ବସ୍ତାରେ ପ୍ରାୟ ୪ କୁଇଣ୍ଟାଲ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା  । ଏହାର ମୂଲ୍ୟ ପ୍ରାୟ ୪୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ପୋଲିସ କହିଛି । ଏହି ଗଞ୍ଜେଇ ବାଡେଲ ଅଞ୍ଚଳରୁ ରାଜସ୍ଥାନକୁ ଯାଉଥିବା ଗଞ୍ଜେଇ ମଫିଆ ସ୍ଵୀକାର କରିଛନ୍ତି । ଗିରଫ ଯୁବକମାନେ ରାଜସ୍ଥାନ ଅଞ୍ଚଳର ରାଜେନ୍ଦ୍ର ଏବଂ ବାବୁ ସିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking