27.1 C
Bhubaneswar
Friday, March 29, 2024
Homeଓଡିଶାସେମିଳିଗୁଡା ଠାରେ ସରକାରୀ ଜମି ବେଆଇନ ଜବରଦଖଲ ଉଛେଦ

ସେମିଳିଗୁଡା ଠାରେ ସରକାରୀ ଜମି ବେଆଇନ ଜବରଦଖଲ ଉଛେଦ

କୋରାପୁଟ : କୋରାପୁଟ ବ୍ଲକ ସେମିଳିଗୁଡା ସହରରେ ଥିବା ସେମିଳିଗୁଡା ମହାବିଦ୍ୟାଳୟ ନିକଟସ୍ଥ ସରକାରୀ ଜମିକୁ ଅଞ୍ଚଳର କିଛି ସ୍ଥାନିୟ ଲୋକ ଜବର ଦଖଲ କରି ବେଆଇନ ଭାବେ ଘର ନିର୍ମାଣ କରିଥିବା ସହ କିଛି ଲୋକ ସେହି ଜାଗାରେ ପାଚେରୀ କାନ୍ଥ ନିର୍ମାଣ, ସହ ଘର ପାଇଁ ଫାଉଣ୍ଡେସନ କରିଥିଲେ। ପ୍ରଶାସନ ପକ୍ଷରୁ ଏହି ବେଆଇନ ଜବର ଦଖଲକାରୀଙ୍କୁ ସେଠାରୁ ହଟିବା ପାଇଁ ନୋଟିସ ମାଧ୍ୟମରେ ସୂଚନା ଦିଆଯାଇଥିଲା, ଯାହାକୁ କୌଣସି ଜବର ଦଖଲକାରୀ ମାନି ନଥିଲେ। ଫଳରେ ପ୍ରସସନଙ୍କ ନିର୍ଧାରିତ ସମୟ ମଧ୍ୟରେ କୌଣସି ଜବର ଦଖଲକାରୀ ସେଠାରୁ ନହଟିବାରୁ ଆଜି ସୁନାବେଡା ପୋଲିସ ଓ ସେମିଳିଗୁଡା ପୋଲିସଙ୍କ ଉପସ୍ଥିତିରେ ସେମିଳିଗୁଡା ତହସିଲଦାର ଶରତ ମାଝି, ଓ ସୁନାବେଡା ମୁନିଷପାଲଟି ନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାରଙ୍କ ନିର୍ଦେଶ କ୍ରମେ ୨୫ ରୁ ଉର୍ଦ୍ଧ୍ଵ ଦଖଲ କାରୀଙ୍କ ବେଆଇନ ନିର୍ମାଣକୁ ମେସିନ ଲଗାଇ ଭାଙ୍ଗିଦିଆଯାଇଛି। ସେହି ସମୟ ଜଣେ ମହିଳା ପହଁଚି ତହସିଲ ଦାରଙ୍କୁ ଘର ନ ଭାଙ୍ଗିବାକୁ କାନ୍ଦି କାନ୍ଦି ଗୁହାରି କରିଥିଲେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ସରକାରୀ ଜମି ଉପରେ ଜର ଜବଦସ୍ତ ପାଉଣ୍ଡେସନ ଘର ନିର୍ମାଣ କରିଥିଲେ । ପ୍ରଶାସନ ପକ୍ଷରୁ ନୋଟିସ ଝାରି କରିଥିଲେ ମଧ୍ୟ ବସ୍ତି ବାସିନ୍ଦା ଶୁଣିବାକୁ ନାରାଜ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking