28.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଯଥାଶୀଘ୍ର ଚାଷୀଙ୍କୁ ଟୋକନ ପ୍ରଦାନ ସହ ମଣ୍ଡି ଖୋଲିବା ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ...

ଯଥାଶୀଘ୍ର ଚାଷୀଙ୍କୁ ଟୋକନ ପ୍ରଦାନ ସହ ମଣ୍ଡି ଖୋଲିବା ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଦାବୀ

ରାୟଗଡା ୦୨/୧୨ ଜିଲ୍ଲାରେ ପ୍ରଶାସନ ତରଫରୁ ଯଥାଶୀଘ୍ର ମଣ୍ଡି ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ଯଦି ଯଥାଶୀଘ୍ର ଚାଷୀଙ୍କୁ ଟୋକନ ପ୍ରଦାନ ସହ ମଣ୍ଡି ପରିଚାଳନା କରାନଗଲେ ଏହାର ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇବୁ ବୋଲି କୋରାପୁଟ ସାଂସଦ ଇଂ ସପ୍ତଗିରି ଉଲ୍ଲାକା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇନଥିବାରୁ ଓ ଏହରା ଫାଇଦା ନେବା ପାଇଁ ପଡୋଶୀ ଆନ୍ଧ୍ରପ୍ରଦେଶର ଧାନ ମାଫିଆ ମାନେ କମ ଦରରେ ଆମ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ବୋଲି ମଧ୍ୟ ସାଂସଦ ଅଭିଯୋଗ କରିଛନ୍ତି । ଚାଷୀଙ୍କ ଧାନ ଜମି ଚିହ୍ନଟ କରାଯାଇ ଏମଏସପି ଦରରେ ଧାନ ବିକ୍ରୀ କରିବା ପାଇଁ ଚାଷୀଙ୍କୁ ଦିଆଯାଉ ଓ
ଚାଷୀଙ୍କୁ ହଇରାଣ ନ କରାଯାଉ ବୋଲି ମଧ୍ୟ ସାଂସଦ ଯୁକ୍ତି ବାଢିଛନ୍ତି । ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା ମଧ୍ୟ ଟୋକନ ପ୍ରଦାନରେ ବିଳମ୍ବ ହେଉଥିବା ଅଭିଯାଗ ଆଣିଛନ୍ତି । ଚାଷୀଙ୍କ ଚିହ୍ନଟ ପକ୍ରିୟା ବିଳମ୍ବ ହେଉଥିବାରୁ ଏବଂ ଅଦିନିଆ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ବାଧ୍ୟ ହୋଇ ଚାଷୀ କମ ଦରରେ ଦଲାଲ ମାନଙ୍କୁ ଧାନ ବିକ୍ରୀ କରିବା ପାଇଁ ବାଧ୍ୟ ହେଉଛନ୍ତି । ପ୍ରଶାସନ ତରଫରୁ ଜିଲ୍ଲାରେ ଯଥାଶୀଘ୍ର ମଣ୍ଡି କାର୍ଯ୍ୟକାରୀ ନ କରାଗଲେ କଂଗ୍ରେସ ଦଳ ମଣ୍ଡି ପରିଚାଳନାରେ ତ୍ରୁଟି ହେଉଥିବା ନେଇ ପ୍ରତିବାଦ କରିବ ବୋଲି ମଧ୍ୟ ଶ୍ରୀପଣ୍ଡା ପ୍ରକାଶ କରିଛନ୍ତି । ଯୋଗାଣ ବିଭାଗ ଏବଂ ମିଲର୍ସ ମାନଙ୍କ ମଧ୍ୟରେ ଚୁକ୍ତି ହୋଇନଥିବା ଯୋଗୁଁ ଚାଷୀ ମଣ୍ଡିରେ ଭାଗ ନେଉନାହାନ୍ତି ବୋଲି ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ଚୌଧୁରୀ ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ ଚଳିତ ମାସ ୫ ତାରିଖ ଦିନ ଯୋଗାଣ ବିଭାଗ ମିଲର୍ସ ମାନଙ୍କ ମଧ୍ୟ ଚୁକ୍ତି ହେବ ଏବଂ ୧୦ ତାରିଖ ଠାରୁ ଜିଲ୍ଲାରେ ମଣ୍ଡି କାର୍ଯ୍ୟକାରୀ ହେବ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନାରୀନେତ୍ରୀ ରତ୍ମମଣି ଉଲ୍ଲାକା, ଉପ-ସଭାପତି ଶଙ୍କର୍ଷଣ ମଙ୍ଗରାଜ, ଆପଲସ୍ୱାମୀ କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking