28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗକୋରାପୁଟ ବିଧାୟକଙ୍କ ଅଚାନକ ଲମତାପୁଟ ଗସ୍ତ

କୋରାପୁଟ ବିଧାୟକଙ୍କ ଅଚାନକ ଲମତାପୁଟ ଗସ୍ତ

ଲମତାପୁଟ :- କରନା କଟକଣାରେ ଦୀର୍ଘ ଦିନର ବ୍ୟବଧାନ ପରେ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁ ରାମ ପଡାଲ ଅଚାନକ ଲମତାପୁଟ ବ୍ଲକ୍ ଗସ୍ତ କରିଛନ୍ତି । ବ୍ୟସ୍ତ ବହୁଳ ଗସ୍ତ କାର୍ଯ୍ୟ ସୂଚୀରେ ବିଧାୟକ କରନା ମହାମାରୀ ଲକ୍ ଡାଉନ ସମୟରେ ଲମତାପୁଟ ବ୍ଲକ୍ ର ବିଭିନ୍ନ ସ୍ଥାନରେ କାରର୍ଯ୍ୟକାରୀ ହୋଇଥିବା ମୋନ ରେଗା କାର୍ଯ୍ୟର ତଦାରଖ କରିବା ସହିତ ମେସିଙ୍ଗପୁଟ ଆଦର୍ଶ ବିଦ୍ୟ।ଳୟରେ ନିର୍ମାଣ ହୋଇଥିବା ଖେଳ ପଡିଆ ର ଭୂମି ପୂଜା ଓ ଲମତାପୁଟ ବ୍ଲକ୍ ର ବିଭିନ୍ନ ସ୍ଥାନରେ ସଂଯୋଗ କରାଯାଇଥିବା ଉଚ୍ଚ ଆଲୋକ ବିଶିଷ୍ଟ ଏଲିଡି ଷ୍ଟ୍ରିଟ୍ ଲାଇଟ୍ ଆଶାକିରଣ ଠାରେ ଶୁଭ ଉଦ୍ଦଘାଟନ କରିଛନ୍ତି । ବର୍ତ୍ତମାନ ଲମତାପୁଟ ବ୍ଲକ୍ ରେ ୧୯ଟି ଜାଗାରେ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହେଇଥିଲା ବେଳେ ଆଗକୁ ବ୍ଲକ୍ ର ପ୍ରତେକ ଗ୍ରାମରେ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି ।
ବିଧାୟକ ମେସିଙ୍ଗପୁଟ ଆଦର୍ଶ ବିଦ୍ୟ।ଳୟ ପରିଦର୍ଶନ କରି ବିଦ୍ୟ।ଳୟରେ ପାଣିର ଅସୁବିଧା ଥିବା ଯୋଗୁଁ ଉପରସ୍ତ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରି ପିଇବା ପାଣିର ସୁବିଧା କରିବା ପାଇଁ ଜଣେଇଥିଲେ । ଏହା ସହିତ ପ୍ରଥମ କରି ଚଳିତ ବର୍ଷ ମେସିଙ୍ଗପୁଟ ଆଦର୍ଶ ବିଦ୍ୟ।ଳୟରେ ଯୁକ୍ତ+୨ବିଜ୍ଞାନ ଆରମ୍ଭ ହେଇଥିବାରୁ ସ୍ଥାନୀୟ ଅଞ୍ଚଳ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଦୃଷ୍ଟି ଦେବାକୁ ବିଦ୍ୟ।ଳୟ ପ୍ରିନ୍ସିପାଲ ଙ୍କୁ ଜଣେଇଥିଲେ ।
ବିଧାୟକ ଙ୍କ ଗସ୍ତ କାର୍ଯ୍ୟକ୍ରମରେ ଲମତାପୁଟ ବିଡିଓ ସମ୍ୟ ସାର୍ଥକ ମିଶ୍ର, ଜେଇ-ଏ.ଟି. ପାତ୍ର, ବ୍ଲକ୍ ଅଧକ୍ଷା- ଲକ୍ଷ୍ମୀ କୁମାରୀ ହନ୍ତାଳ,ତୁସୁବା ସରପଞ୍ଚ-ବିମଳା ଫଲ୍ଲୁ, ପୁର୍ବତନ ବ୍ଲକ୍ ଅଧକ୍ଷ- ସୋମନାଥ ମୁଦୁଲି, ରଘୁନାଥ ମୁଡୁଲି, ସୁନାଧର ଅଡାରୀ, ପୂର୍ବତନ ସରପଞ୍ଚ – ମୁକୁନ୍ଦ ସାହୁ , ବାଲାନା ଟଙ୍ଗି, ମୁନା ଦଳପତି,ମୁକୁନ୍ଦ ପାଡାଲ ସମେତ ବିଜେଡି ଦଳର କର୍ମକର୍ତ୍ତା ଯୋଗଦେଇ ବିଧାୟକଙ୍କୁ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking