39.2 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗକୋରାପୁଟ ମିଡ଼ିଆ ସେଣ୍ଟର ଗଠିତ

କୋରାପୁଟ ମିଡ଼ିଆ ସେଣ୍ଟର ଗଠିତ

କୋରାପୁଟ : କୋରାପୁଟ ଜିଲ୍ଲାର ପ୍ରିଣ୍ଟ,ଇଲେକ୍ଟ୍ରୋନିକ, ୱେବ ମିଡ଼ିଆର ରିପଟର ମାନଙ୍କୁ ନେଇ କୋରାପୁଟ ମିଡ଼ିଆ ସେଣ୍ଟର ଗଠନ ପାଇଁ ପଟାଙ୍ଗି ବ୍ଲକ ସିପାଇପୁଟ ଠାରେ ସାମ୍ବାଦିକ ସମ୍ମିଳନୀ ରେ ପ୍ରଥମ ବୈଠକ ଅନୁଷ୍ଠିତ ହେଇଯାଇଛି । ଏଥିରେ ମୁଖ୍ୟ ଅଥିତି ଭାବରେ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଶତପଥୀ ଯୋଗଦେଇ ମିଡ଼ିଆ ସେଣ୍ଟର ଗଠନ ଓ ଉଦ୍ଧେଶ୍ୟରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉପସ୍ଥାପନା କରିବା ସହିତ ମିଡ଼ିଆ ସେଣ୍ଟର ଦ୍ଵାରା କୋରାପୁଟ ଜିଲ୍ଲାର ସମସ୍ତ ଅଂଚଳରେ ଭିବିନ୍ନ ମାଧ୍ୟମରେ ଜନକଲ୍ୟାଣ କାର୍ଯ୍ୟ କରିବା ସହିତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଉପସ୍ଥାପନ କରିଥିଲେ । ଆଗାମୀ ଦିନରେ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ତାଲିମ ଯୋଗାଇ ଦେବାକୁ କାର୍ଯ୍ୟ କରିବା ନେଇ ସୂଚନା ଦେଇଥିଲେ । ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କ ମତାମତ ଅନୁଯାଇ ନୂତନ କମିଟି ଗଠନ କରାଯାଇଥିଲା । ସମସ୍ତଙ୍କ ସହମତି କ୍ରମେ ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଶତପଥି – ସଭାପତି, ଯୁବ ସାମ୍ବାଦିକ ଗୋପୀନାଥ ହଞ୍ଜରିଆ ଉପ-ସଭାପତି,ଶରତ କୁମାର ଧୋଲ-ସମ୍ପାଦକ, ଜୁଳିଅସ ଖରା -ସହ-ସମ୍ପାଦକ ଓ ଅନ୍ୟାନ୍ୟ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ନେଇ ଏକ ୧୧ଜଣିଆ କମିଟି ଗଠନ କରାଯାଇ ଆଗାମୀ କାର୍ଯ୍ୟର ପରିଚାଳନା ଦାଇତ୍ୱ ଅର୍ପଣ କରାଯାଇଥିଲା ଓ ଜିଲାର ସମସ୍ତ ସାମ୍ବାଦିକ ଓ ସ୍ବେଚ୍ଛାସେବୀ ମାନଙ୍କୁ ଏଠାରେ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking