37.1 C
Bhubaneswar
Thursday, March 28, 2024
Homeଓଡିଶାଆଜିଠାରୁ ଆରମ୍ଭ କୋଣାର୍କ ମହୋତ୍ସବ 

ଆଜିଠାରୁ ଆରମ୍ଭ କୋଣାର୍କ ମହୋତ୍ସବ 

ପୁରୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ୩୦ତମ କୋଣାର୍କ ମହୋତ୍ସବ । ଏହି ମହୋତ୍ସବ ୫ଦିନ ଧରି ଚାଲିବ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟ ନେଇ ୧୯୮୯ ମସିହାରୁ ନିରବଚ୍ଛିନ୍ନ ଅନୁଷ୍ଠିତ ହୋଇ ଆସୁଥିବା କୋଣାର୍କ ଉତ୍ସବ ସନ୍ଧ୍ୟାରେ ଉଦଘାଟିତ ହୋଇ ପାଞ୍ଚ ତାରିଖରେ ଉଦଯାପିତ ହେବ ।
ରଙ୍ଗୀନ ଆଲୋକ ମାଳାରେ ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ଚଳିତବର୍ଷ କୋଣାର୍କ ଉତ୍ସବର ଶୁଭାରମ୍ଭ ଓଡ଼ିଶୀ ନୃତ୍ୟରୁ ଆରମ୍ଭ ହୋଇ କଥକ ନୃତ୍ୟରେ ଶେଷ ହେବ । ସେହିପରି ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀ ପାଇଁ ବାଲୁକା ଶଯ୍ୟା ମଧ୍ୟ ବାଲୁକାଶିଳ୍ପୀଙ୍କ ହାତସ୍ପର୍ଶ ଅପେକ୍ଷାରେ ରହିଛି ।  କୋଣାର୍କ ଉତ୍ସବ ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହ ଦେଖାଦେଇଛି । ଦେଶ ବିଦେଶର ବିଶିଷ୍ଠ ବାଲୁକା ଶିଳ୍ପୀ ମାନେ ଏହି ଉତ୍ସବରେ ଭାଗ ନେବେ । ଆମେରିକା, ରୁଷିଆ, ଡ଼େନମାର୍କ, ଆଫ୍ରିକା , କାନାଡ଼ା, ଆୟରଲ୍ୟାଣ୍ଡର ବାଲୁକା ଶିଳ୍ପୀ ମାନେ ବାଲୁକା କଳା ପ୍ରଦର୍ଶନ କରିବେ ।ଆଜି ପ୍ରଥମ ଦିନରେ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲ ଅନୁଷ୍ଠିତ ହେବାକୁ ଥିବା ବେଳେ ଓଡ଼ିଶୀ, କୁଚିପୁଡ଼ି, କଥକ, ଭାରତନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ମୁକ୍ତାକାଶ ରଙ୍ଗମଂଚରେ ପରିବେଷଣ ହେବ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking