40.1 C
Bhubaneswar
Wednesday, April 24, 2024
Homeଓଡିଶାକୋଣାର୍କ ସୂର୍ଯ୍ୟମନ୍ଦିରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଗର୍ଭଗୃହରୁ କଢ଼ା ଯାଇ ପାରେ ବାଲି

କୋଣାର୍କ ସୂର୍ଯ୍ୟମନ୍ଦିରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଗର୍ଭଗୃହରୁ କଢ଼ା ଯାଇ ପାରେ ବାଲି

ଭୁବନେଶ୍ୱର :ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି କୋଣାର୍କ ସୂର୍ଯ୍ୟମନ୍ଦିର। ତେବେ ସୂର୍ଯ୍ୟ ମନ୍ଦିରର ଗର୍ଭଗୃହରୁ କଢ଼ା ଯାଇପାରେ ବାଲି । ମନ୍ଦିର ଭିତରୁ ବାଲି କାଢ଼ିବା ଦ୍ୱାରା ଏହା ଆହୁରି ପ୍ରାୟ ୫୦୦ରୁ ଅଧିକ ବର୍ଷ ଯାଏଁ ଅକ୍ଷୁର୍ଣ୍ଣ ରହିବ। ସୂଚନା ଅନୁସାରେ , କୋଣାର୍କ ମନ୍ଦିର ଭିତରେ ଇଂରେଜମାନେ ୧୯୦୫ ମସିହାରେ ବାଲି ଭର୍ତ୍ତି କରିଥିଲେ। କିନ୍ତୁ ଏବେ ଏହି ବାଲିକୁ ପର୍ଯ୍ୟାୟକ୍ରମେ ବାହାର କରାଯାଇ କୋଣାର୍କ ମନ୍ଦିର ଯେଭଳି ସୁରକ୍ଷିତ ରହିପାରିବ ସେ ଦିଗରେ ସିବିଆରଆଇ ରିପୋର୍ଟ ଆସିଲେ ସରକାର ନିଷ୍ପତି ନେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପଟେଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଦୁଇ ଦିନିଆ ଜାତୀୟ କର୍ମଶାଳାରେ ସୂର୍ଯ୍ୟମନ୍ଦିର ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ, ଏଏସ୍‌ଆଇର ବରିଷ୍ଠ ଅଧିକାରୀ, ଗବେଷକଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲେ ବି କୌଣସି ନିଷ୍ପତ୍ତି ହୋଇପାରି ନାହିଁ। ଆଜିର ଆଲୋଚନା ପାଇଁ ୨ଟି ଅଧିବେଶନ ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଳକ୍ରିଷ୍ଣନ, ଏଏସ୍‌ଆଇ ଏଡିଜି, ସ୍ତମ୍ଭକାର ଏବଂ ପ୍ରଫେସର ଅମୀୟ ଭୂଷଣ ତ୍ରିପାଠୀ, ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସଂଜୟ ଆଚାର୍ଯ୍ୟ, କୋଣାର୍କ ଗବେଷକ ଅନୀଲ ଦେ, ଏଡିଜି ରାକେଶ ସିଂ ଲାଲ, ଆମିକସ କ୍ୟୁରି ଏନ୍‌କେ ମହାନ୍ତି, ଜାତୀୟ ସଂଗ୍ରହାଳୟର ସୁପରିଟେଣ୍ଡେଣ୍ଟ ଡ. ବି.ଆର. ମଣି, ଏଏସ୍‌ଆଇ ଯୁଗ୍ମ ଡିଜି ଏମ୍ ନାନ୍ଦିରଂଜନ, ଏଏସ୍‌ଆଇ ଯୁଗ୍ମ ଡିଜି ଗାନ୍ଧି ଶର୍ମା ପ୍ରମୁଖ ଏହି ଅଧିବେଶନରେ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking