38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶକୋଲକାତାରେ ଆରମ୍ଭ ହେବ ‘ଦୁଆରେ ରାସନ୍‌’ ଯୋଜନା: ପ୍ରତିଶ୍ରୁତି କାର୍ଯ୍ୟକାରୀ କଲେ ମମତା

କୋଲକାତାରେ ଆରମ୍ଭ ହେବ ‘ଦୁଆରେ ରାସନ୍‌’ ଯୋଜନା: ପ୍ରତିଶ୍ରୁତି କାର୍ଯ୍ୟକାରୀ କଲେ ମମତା

କୋଲକାତା: ଆସନ୍ତା ନଭେମ୍ବର ୬ରୁ କୋଲକାତାରେ ଆରମ୍ଭ ହେବ ‘ଦୁଆରେ ରାସନ୍‌’ ଯୋଜନା । ଏନେଇ ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବାନ୍ନରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ରାଜ୍ୟ ବାସିନ୍ଦାଙ୍କ ସମେତ ପ୍ରବାସୀ ଶ୍ରମିକମାନେ ମଧ୍ୟ ଲାଭ ପାଇବେ ବୋଲି ସେ କହିଛନ୍ତି ।

ନିର୍ବାଚନ ପୂର୍ବରୁ ମମତା ଛାତ୍ର କ୍ରେଡିଟ କାର୍ଡ, କୃଷକ ବନ୍ଧୁ ଯୋଜନା ସହ ‘ଦୁଆରେ ରାସନ୍‌’ ଯୋଜନା ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ସେତେବେଳେ କହିଥିଲେ ଯଦି ତାଙ୍କ ସରକାର ପୁଣି ଥରେ କ୍ଷମତାକୁ ଆସେ, ତେବେ ହିତାଧିକାରୀଙ୍କୁ ରାସନ୍ ଦୋକାନ ଯିବାକୁ ପଡ଼ିବନି କି ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ରାସନ୍ ଘର ଦୁଆରେ ପହଞ୍ଚିବ ବୋଲି କହିଥିଲେ । ତେବେ ନିର୍ବାଚନ ଜିତିବା ପରେ ସରକାର ଗଠନର କିଛି ଦିନ ମଧ୍ୟରେ ଯୋଜନାର କାର୍ଯ୍ୟକାରିତା ଆରମ୍ଭ ହୋଇଥିଲା । ମେ ମାସରେ ପରୀକ୍ଷାମୂଳକ ଭାବେ ଝାରଗ୍ରାମର ୩୫ ପରିବାରଙ୍କୁ ‘ଦୁଆରେ ରାସନ୍‌’ ସାମଗ୍ରୀ ବିତରଣ କରାଯାଇଥିଲା ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିବା ସହ ମମତା କହିଛନ୍ତି, ଯଦି ପ୍ରବାସୀ ଶ୍ରମିକମାନେ ‘ଗୋଟିଏ ଦେଶ, ଗୋଟିଏ ରାସନ’ ଯୋଜନାରେ ସାମିଲ ଥିବେ, ସେମାନେ ‘ଦୁଆରେ ରାସନ୍‌’ର ଲାଭ ମଧ୍ୟ ପାଇବେ । ତେବେ ଏଥିପାଇଁ ନିଶ୍ଚିତ କରିବାକୁ ପଡ଼ିବ ଯେ, ସେମାନେ ଅନ୍ୟ ରାଜ୍ୟରୁ ରାସନ୍ ନେଉନାହାନ୍ତି । ଏଥିସହ ଲକ୍ଷ୍ମୀ ଭଣ୍ଡାର ଯୋଜନା ପାଇଁ ଆବେଦନ କରିବାର ନିୟମ ମଧ୍ୟ ଘାଷଣା କରିଥିଲେ ମମତା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking