29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶନୂପୁରଙ୍କୁ କୋଲକାତା ପୁଲିସର ସମନ: ହାଜର ହେବାକୁ ମାଗିଲେ ୪ ସପ୍ତାହ ସମୟ

ନୂପୁରଙ୍କୁ କୋଲକାତା ପୁଲିସର ସମନ: ହାଜର ହେବାକୁ ମାଗିଲେ ୪ ସପ୍ତାହ ସମୟ

କୋଲକାତା : ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଦଳରୁ ନିଲମ୍ବିତ ହୋଇଥିବା ବିଜେପି ନେତ୍ରୀ ତଥା ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ କୋଲକାତାରେ ମାମଲା ରୁଜୁ ହୋଇସାରିଛି । ତଦନୁଯାୟୀ କୋଲକାତାର ନାର୍କେଲଡଙ୍ଗା ଥାନାରେ ସୋମବାର (ଜୁନ ୨୦)ରେ ହାଜର ହେବାକୁ ନୂପୁରଙ୍କୁ ନୋଟିସ ଜାରି କରାଯାଇଥିଲା ।

ତେବେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ନୂପୁର କୋଲକାତା ପୁଲିସକୁ ୪ ସପ୍ତାହ ସମୟ ମାଗିଛନ୍ତି । ସୂଚନାଯୋଗ୍ୟ ନୂପୁରଙ୍କ ବୟାନକୁ କେନ୍ଦ୍ରକରି ଭାରତର ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ହିଂସାର ସୂତ୍ରପାତ ଘଟିସାରିଛି । ଏପରିକି ଏହି ପ୍ରସଙ୍ଗ ନେଇ ମୁସଲମାନ ବହୁଳ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକ ଭାରତକୁ ସମାଲୋଚନା କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking