31.1 C
Bhubaneswar
Friday, March 29, 2024
Homeଓଡିଶାକୋଲକାତା ଓ ବାରାଣସୀକୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

କୋଲକାତା ଓ ବାରାଣସୀକୁ ଝାରସୁଗୁଡ଼ାରୁ ଉଡ଼ିବ ବିମାନ

ଝାରସୁଗୁଡା : ଆରସିଏସ୍ ଉଡ଼ାନ ସ୍କିମରେ କୋଲକାତା-ଝାରସୁଗୁଡ଼ା-କୋଲକାତା ଏବଂ ଭୁବନେଶ୍ୱର-ବାରାଣସୀ-ଭୁବନେଶ୍ୱର ସେକ୍ଟରରେ ଏଟିଆର୍‌-୭୨ ବିମାନ ଚଳାଚଳ ପାଇଁ ଘୋଷଣା କରାଯାଇଛି । ଏନେଇ ଏଲାୟନ୍ସ ଏୟାରର ଝାରସୁଗୁଡ଼ା ଠାରେ ଅବସ୍ଥାପିତ ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ ଏବଂ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ନିର୍ଦ୍ଦେଶକ ଏସ୍ କେ ଚୌହାନ ଏହି ନୂତନ ସମୟ ସାରଣୀ ଏବଂ ବିମାନ ଚଳାଚଳ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି । ସେମାନେ କହିଛନ୍ତି ଏଲାୟନ୍ସ ଏୟାରର ବିମାନ ଏହି ରୁଟ୍‌ରେ ଚଳାଚଳ କରିବ । ଆସନ୍ତା ୨୭ ତାରିଖ ଠାରୁ ଚାରି ଦିନ ଧରି ଝାରସୁଗୁଡ଼ା-କୋଲକାତା ମଧ୍ୟରେ ଏଲାୟନ୍ସ ଏୟାରର ବିମାନ ଚଳାଚଳ କରିବା ପରେ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ସହ ଉକ୍ତ ବିମାନ ଭୁବନେଶ୍ୱର-ବାରାଣସୀ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିବ ।
ସୂଚନା ଅନୁଯାୟୀ, ଆସନ୍ତା ୨୭ ତାରିଖରୁ ୩୦ ତାରିଖ ଯାଏଁ ଚାରି ଦିନ ଧରି କୋଲକାତାରୁ ଏଲାୟନ୍ସ ଏୟାରର ବିମାନ ପୂର୍ବାହ୍ଣ ୧୧ଟା ୪୫ ମିନିଟରେ ଝାରସୁଗୁଡ଼ା ଅଭିମୁଖେ ଉଡ଼ିବ । ଝାରସୁଗୁଡ଼ା ଠାରେ ୧ଟା ୧୫ ମିନିଟରେ ପହଞ୍ଚିବା ପରେ ଝାରସୁଗୁଡ଼ାରୁ ପୁଣି ୧ଟା ୪୫ ମିନିଟରେ କୋଲକାତାକୁ ପ୍ରତ୍ୟାବର୍ତ୍ତନ କରିବ ଓ କୋଲକାତାରେ ଅପରାହ୍ଣ ୩ଟା ୧୫ ମିନିଟରେ ପହଞ୍ଚିବ । ତେବେ ୩୧ ଜାନୁଆରୀରୁ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ହୋଇ କୋଲକାତାରୁ ସକାଳ ୫ଟା ୫୦ ମିନିଟରେ ଏଲାୟନ୍ସ ଏୟାରର ବିମାନ ଉଡ଼ିବା ପରେ ୭ଟା ୨୦ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ । ୭ଟା ୪୫ ମିନିଟରେ ଉକ୍ତ ବିମାନ ଝାରସୁଗୁଡ଼ାରୁ ଛାଡ଼ିବା ପରେ ରାୟପୁରରେ ୮ଟା ୫୦ ମିନିଟରେ ପହଞ୍ଚିବ । ରାୟପୁରରୁ ୯ଟା ୧୫ ମିନିଟରେ ବିମାନ ଉଡ଼ିବା ସହ ଝାରସୁଗୁଡ଼ାରେ ୧୦ଟା ୨୦ ମିନିଟରେ ପହଞ୍ଚି ଝାରସୁଗୁଡ଼ାରୁ ୧୦ଟା ୪୫ ମିନିଟରେ ଉଡ଼ିବା ପରେ ୧୧ଟା ୫୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବ । ସେହିପରି ୧୨ଟା ୧୫ ମିନିଟରେ ଭୁବନେଶ୍ୱରରୁ ବିମାନ ଉଡ଼ିବା ପରେ ବାରାଣସୀରେ ଅପରାହ୍ଣ ୨ଟା ୫ ମିନିଟରେ ପହଞ୍ଚିବ । ୨ଟା ୩୦ ମିନିଟରେ ବାରାଣସୀରୁ ବିମାନ ଛାଡ଼ିବା ପରେ ୪ଟା ୨୦ ମିନିଟରେ ଭୁବନେଶ୍ୱରରେ ପହଞ୍ଚିବା ସହ ଭୁବନେଶ୍ୱରରୁ ଝାରସୁଗୁଡ଼ା ଅଭିମୁଖେ ବିମାନଟି ୪ଟା ୪୫ ମିନିଟରେ ଛାଡ଼ିବା ପରେ ଝାରସୁଗୁଡ଼ାରେ ୫ଟା ୫୦ ମିନିଟରେ ପହଞ୍ଚିବ । ଝାରସୁଗୁଡ଼ାରୁ କୋଲକାତାକୁ ଉକ୍ତ ବିମାନ ସଂଧ୍ୟା ୬ଟା ୧୫ ମିନିଟରେ ଉଡ଼ିବା ପରେ କୋଲକାତାରେ ୭ଟା ୪୫ ମିନିଟରେ ପହଂଚିବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଏସକେ ଚୌହାନ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking