27.1 C
Bhubaneswar
Thursday, April 25, 2024
Homeଖେଳଫର୍ମକୁ ଫେରିବା ପାଇଁ କୋହଲି ସକ୍ଷମ: ଜୟବର୍ଦ୍ଧନେ

ଫର୍ମକୁ ଫେରିବା ପାଇଁ କୋହଲି ସକ୍ଷମ: ଜୟବର୍ଦ୍ଧନେ

ଦୁବାଇ: ପୂର୍ବତନ ଟିମ୍ ଇଣ୍ଡିଆ କ୍ୟାପ୍‌ଟେନ୍ ବିରାଟ କୋହଲିଙ୍କ ଫର୍ମ ଗତ କିଛିଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛି । କ୍ରିକେଟ୍ ଜଗତର ବହୁ ମହାନ୍ ଖେଳାଳି ତାଙ୍କୁ ଲଗାତାର କେତେକ ଟିପ୍ସ ମଧ୍ୟ ଦେଇଆସୁଛନ୍ତି । ଏହି କ୍ରମରେ ଶ୍ରୀଲଙ୍କାର ପୂର୍ବତନ କ୍ୟାପ୍‌ଟେନ୍ ମାହେଲା ଜୟବର୍ଦ୍ଧନେ କହିଛନ୍ତି, ଭାରତର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଜଣେ ମହାନ୍ ଖେଳାଳି ଏବଂ ନିଜ ଖରାପ ଫର୍ମରୁ ମୁକୁଳିବାକୁ ସେ ସକ୍ଷମ । କୋହଲି ଏବଂ ସମ୍ପୂର୍ଣ୍ଣ ଫିଟ୍‌ନେସ୍ ହାସଲ କରିଥିବା କେଏଲ୍ ରାହୁଲ ଏସିଆ କପ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏସିଆ କପ୍ ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ୟୁଏଇର ଦୁବାଇ ଏବଂ ଶାରଜାହରେ ଅନୁଷ୍ଠିତ ହେବ । କୋହଲି ଗତ କିଛିଦିନ ଧରି ଖରାପ ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି ।

୨୦୧୯ ନଭେମ୍ବର ପରଠାରୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ କୌଣସି ଶତକ ହାସଲ କରିପାରି ନାହାନ୍ତି । ଇଂଲଣ୍ଡ ଗସ୍ତ ଅବସରରେ ସମସ୍ତ ଫର୍ମାଟ୍‌ର ଛଅଟି ଇନିଂସ୍‌ରେ ସେ କେବଳ ୭୬ ରନ୍ ସଂଗ୍ରହ କରିପାରିଥିଲେ । ଏହା ମଧ୍ୟରେ ସେ ଗତବର୍ଷ ସ୍ଥଗିତ ରହିଥିବା ପଞ୍ଚମ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳିଥିଲେ । ଏହାପରେ ତାଙ୍କୁ ୱେଷ୍ଟ୍‌ଇଣ୍ଡିଜ୍ ଏବଂ ଜିମ୍ବାୱେ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ବାଦ୍ ଦିଆଯାଇଥିଲା । ଜୟବର୍ଦ୍ଧନେ ଆଇସିସି ରିଭ୍ୟୁ କାର୍ଯ୍ୟକ୍ରମରେ ଭାଗନେଇ କହିଥିଲେ, ‘ବିରାଟ ଏବେ ଯେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି, ତାହା ବହୁ ଦୁର୍ଭାଗ୍ୟପୂର୍ଣ୍ଣ । ମାତ୍ର ସେ ଜଣେ ଉନ୍ନତ ଖେଳାଳି । ମୋ ଅନୁସାରେ ଏହି ସ୍ଥିତିରୁ ମୁକୁଳିବା ପାଇଁ ତାଙ୍କ ନିକଟରେ ସମସ୍ତ ସାଧନ ରହିଛି । ସେ ଏହି ଖରାପ ସ୍ଥିତିରୁ ମୁକୁଳିବାରେ ସଫଳ ହେବେ ବୋଲି ମୋର ଦୃଢ଼ ବିଶ୍ୱାସ । ଫର୍ମ ଅସ୍ଥାୟୀ ହୋଇଥିବା ବେଳେ କୌଶଳ ସର୍ବଦା ସ୍ଥାୟୀ ।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking