30.1 C
Bhubaneswar
Thursday, April 25, 2024
Homeଓଡିଶାକୋଦଳା ଓକିଲ ସଂଘ ନିର୍ବାଚନ ବେଳେ ବିବାଦ, ଭୋଟଦାନରୁ ବଞ୍ଚିତ ହେଲେ ୩୯ ଓକିଲ

କୋଦଳା ଓକିଲ ସଂଘ ନିର୍ବାଚନ ବେଳେ ବିବାଦ, ଭୋଟଦାନରୁ ବଞ୍ଚିତ ହେଲେ ୩୯ ଓକିଲ

କୋଦଳା: ଶନିବାର ରାଜ୍ୟରେ ବିଭିନ୍ନ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ତେବେ ଗଂଜାମ ଜିଲ୍ଲା କୋଦଳା ବାର୍ ଆସୋସିଏସନ ର ନିର୍ବାଚନ ବେଳେ ବିବାଦ ଦେଖା ଦେଇଥିବା ଜଣାପଡିଛି। ସୂଚନା ଅନୁସାରେ କୋଦଳା କୋର୍ଟରେ ୮୮ ଜଣ ଓକିଲ କାର୍ଯ୍ୟରତ ଥିବା ବେଳେ ସେଥିମଧ୍ୟରୁ ୩୯ ଜଣ ଓକିଲଙ୍କୁ ଭୋଟ ଦାନରୁ ବିରତ କରିଛନ୍ତି କାର୍ଯ୍ୟକାରୀ ସଭାପତି ବାଳକୃଷ୍ଣ ପଣ୍ଡା। ଭୋର ଦାନରୁ ବଞ୍ଚିତ ହୋଇଥିବା ଓକିଲଙ୍କ କହିବା ଅନୁସାରେ ମାନ୍ଯବର ଉଚ୍ଚ ନ୍ୟାୟାଳୟକଂ ନିର୍ଦ୍ଦେଶ ଥାଇ ସୁଦ୍ଧା ଏବଂ ରାଜ୍ୟ ଓକିଲ ସଂଘର ନିର୍ଦ୍ଦେଶକୁ ଗ୍ରହଣ ନକରି କୋଦଳା ବାର୍ ଆସୋସିଏସନ ର କାର୍ଯ୍ୟକାରୀ ସଭାପତି ନିଜ ମନମୁତାବକ ୩୯ ଓକିଲଙ୍କୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ କରାଇ ନାହାଁନ୍ତି। କାର୍ଯ୍ୟକାରୀ ସଭାପତିଙ୍କ ତତ୍ବାବଧାନରେ ସଂପାଦକଙ୍କ ଦସ୍ତଖତ ଥାଇ ରାଜ୍ୟ ଓକିଲ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଗତ ୧ ମାର୍ଚ୍ଚ ୨୦୨୧ ରେ ସାଧାରଣ ବୈଠକ କରାଯାଇଥିଲା। ଏଥିରେ କିଛି ଓକିଲଙ୍କ ସ୍ୱାକ୍ଷର ଥାଇ ଏକପାଖିଆ ଭାବେ ଗୋଟିଏ ଆଇନ ନିର୍ଧାରଣ କରି  ୪୯ ସଦସ୍ୟଙ୍କୁ ନେଇ ଭୋଟ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭୋଟ ଦାନରୁ ବାଦ୍ ପଡିଥିବା  ୩୯ ଜଣ ଓକିଲ ଅସନ୍ତୋଷ ଜାହିର୍ କରିଛନ୍ତି ।ହାଇକୋର୍ଟ ନିର୍ଦ୍ଦେଶନାମା ବଳରେ ଏହି ୩୯ ଓକିଲ ଭୋଟ ଦେବା ପାଇଁ ଯାଇଥିବା ବେଳେ ନିର୍ବାଚନ ଅଧିକାରୀଙ୍କ ସହ କଥା କଟାକଟି ହୋଇଥିଲା। ଏହାପରେ ଏନେଇ କୋଦଳା ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ବେଆଇନ ଭାବେ ଏକଚାଟିଆ ନିର୍ବାଚନ କରାଯାଇଥିବା ଅଭିଯୋଗ କରି ୩୯ ଓକିଲ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି। ତେବେ ୪୯ ଓକିଲଙ୍କୁ ନେଇ ଶେଷ ହୋଇଛି ନିର୍ବାଚନ।ସଭାପତି ଓ ସଂପାଦକ ପଦବୀ ପାଇଁ ଦ୍ବିମୁଖୀ ଲଢେଇ ହୋଇଥିଲା।ସୁଶାନ୍ତ କୁମାର ସାହୁ ଓ ବାଳକୃଷ୍ଣ ପଣ୍ଡା ସଭାପତି ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ନୂତନ ସଭାପତି ଭାବେ ବାଳକୃଷ୍ଣ ପଣ୍ଡା ୨୫ ଟି ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି ସଂପାଦକ ପଦବୀ ପାଇଁ ମଧ୍ୟ ଦ୍ବିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥିଲା। ଗୋପାଳକୃଷ୍ଣ ସାହୁ ଓ ସନ୍ଯାସୀ ସାହୁ ଏହି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ। ତେବେ ଗୋପାଳକୃଷ୍ଣ ସାହୁ ୩୭ ଖଣ୍ଡ ଭୋଟ ପାଇ ସଂପାଦକ ଭାବେ ମନୋନୀତ ହୋଇଛନ୍ତି। ଜ୍ଯୋତିର୍ମୟ ପଟ୍ଟନାୟକ ଉପ ସଭାପତି, ସୋମନାଥ ବେହେରା ସହ ସମ୍ପାଦକ ଓ କୋଷାଧ୍ୟକ୍ଷ ତଥା ଲାଇବ୍ରେରୀ ପଦବୀ ଭାସ୍କର ସ୍ବାଇଁ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ତେବେ ଏହି ନିର୍ବାଚନକୁ ନେଇ ଏବେ ଅସନ୍ତୋଷ କୁହୁଳିବାରେ ଲାଗିଛି ।ଆଗକୁ ଏହି ଘଟଣା କି ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking