ଭୁବନେଶ୍ୱର: ସକାଳେ ଖାଲି ପେଟରେ ଜିରା ପାଣି ପିଇବା ଅତ୍ୟନ୍ତ ପ୍ରଭାବଶାଳୀ । ସକାଳେ ଖାଲିପେଟରେ ଜିରା ପାଣି ପିଇଲେ ମେଟାବୋଲିଜିମ ତ୍ୱରାନ୍ୱିତ ହୁଏ । ଭୋକ ନିୟନ୍ତ୍ରଣ କରେ । ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ । ଜିରାରେ ଥିବା ଆଇମାଲ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ପାଚନ ଏନଜାଇମକୁ ସକ୍ରିୟ କରିଥାଏ । ଯାହା ଗ୍ୟାସ , ବଦହଜମି, ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ ସକାଳେ ଖାଲି ପେଟରେ ଜିରା ପାଣି ପିଇବା ଲାଭଦାୟକ । ଏହା ଇନସୁଲିନକୁ ଉନ୍ନତ କରି ରକ୍ତରେ ଶର୍କରା ବୃଦ୍ଧିକୁ ରୋକିଥାଏ । ସାକଳୁ ଖାଲି ପେଟରେ ଜିରା ପାଣି ପିଇବା ଦ୍ୱା୍ରଆ କିଡନୀ, ଲିଭର ସଫା ରଖେ ।










