29.1 C
Bhubaneswar
Thursday, April 25, 2024
Homeବୁଦ୍ଧ ପୂର୍ଣ୍ଣିମାବୁଦ୍ଧ ପୂର୍ଣ୍ଣିମାରେ ଜାଣନ୍ତୁ ବୁଦ୍ଧଙ୍କର କିଛି ରୋଚକ ତଥ୍ୟ

ବୁଦ୍ଧ ପୂର୍ଣ୍ଣିମାରେ ଜାଣନ୍ତୁ ବୁଦ୍ଧଙ୍କର କିଛି ରୋଚକ ତଥ୍ୟ

ନୂଆଦିଲ୍ଲୀ: ବୁଦ୍ଧ ପୂର୍ଣ୍ଣିମା। ଭଗବାନ ବୁଦ୍ଧଙ୍କ ଧରାଵତରଣର ଦିନ। ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ବୌଦ୍ଧ ଧର୍ମର ସଂସ୍ଥାପକ ଭଗବାନ ବୁଦ୍ଧ ଜନ୍ମ ନେଇଥିବା ଇତିହାସ କୁହେ।କେବଳ ବୌଦ୍ଧ ନୁହଁନ୍ତି ହିନ୍ଦୁ ମାନଙ୍କର ମଧ୍ୟ ସେ ହେଉଛନ୍ତି ପରମ ପୂଜ୍ୟ। ସେଥିପାଇଁ ଜୟଦେବ ଗୋସାଇଁ ନିଜ ଗୀତ ଗୋବିନ୍ଦ କାବ୍ୟ ଖଣ୍ଡରେ ତାଙ୍କୁ ଭଗବାନ ବିଷ୍ଣୁଙ୍କ ୯ମ ଅବତାର ଭାବେ ସ୍ଥାନ ଦେଇଛନ୍ତି।ଭଗବାନ ବୁଦ୍ଧଙ୍କର ପିଲାବେଳର ନାଁ ଥିଲା ସିଦ୍ଧାର୍ଥ । ରାଜା ଶୁଦ୍ଧୋଦନଙ୍କ ପୁଅ ହେଉଛନ୍ତି ବୁଦ୍ଧ। ତାଙ୍କର ଜନ୍ମସ୍ଥାନ ନେପାଳର ଲୁମ୍ବିନୀ ପ୍ରଦେଶରେ। ପିଲାଟି ବେଳୁ ସେ ବୈରାଗୀ ମନୋଭାଵର ଥିଲେ। ଏଣୁ ଗୃହତ୍ୟାଗୀ ହୋଇ ସେ ସନ୍ନ୍ୟାସୀ ହୋଇଥିଲେ।
ଅହିଂସା ଧର୍ମର ପରମ ପ୍ରବର୍ତ୍ତକ ଥିଲେ ସେ।
ମହାତ୍ମା ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ବୋଲି କୁହାଯାଏ । ବୁଦ୍ଧ ପୂର୍ଣ୍ଣମା କେବଳ ଭାରତରେ ନୁହେଁ , ବରଂ ଅନ୍ୟ କିଛି ଦେଶରେ ମଧ୍ୟ ଖୁବ୍ ଆନନ୍ଦ ଉହ୍ଲାସରେ ପାଳନ କରାଯାଇଥାଏ । ଯେପରିକି , ଶ୍ରୀଲଙ୍କା, କମ୍ବଡିଆ, ଭିଏତନାମ, ନେପାଳ, ଥାଇଲାଣ୍ଡ ଭଳି ଆଉ କିଛି ଦେଶ ମଧ୍ୟ ସାମିଲ ରହିଛି । ତେବେ ଆଜି ବୁଦ୍ଧ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ସେ ଦେଇଥିବା କିଛି ଉପଦେଶ ବିଷୟରେ ।
-ଜୀବନରେ ବିନା ସାଧନାରେ ଧ୍ୟାନ କରିବା ଅପେକ୍ଷା ଜୀବନରେ ଗୋଟିଏ ଦିନ ବୁଝିସୁଝି ବଞ୍ଚିବା ବହୁତ୍ ଭଲ ।
-ତିନୋଟି ଜିନିଷ ବେଶି ସମୟ ଲୁଚି ରହି ନଥାଏ । ତାହା ହେଉଛି, ସୂର‌୍ୟ୍ୟ,ଚନ୍ଦ୍ର ଏବଂ ସତ୍ୟ ।
-ପ୍ରତ୍ୟକ ମନୁଷ୍ୟର ଭଲ ଏବଂ ଖରାପ ସ୍ବାସ୍ଥ୍ୟ ସବୁବେଳେ ନିଜର । ଏଥିପାଇଁ ଖାଦ୍ୟ, ପାନୀୟ ଏବଂ ଦିନଚର‌୍ୟ୍ୟାର ଧ୍ୟାନ ରଖିବା ଆବଶ୍ୟକ ।
-ବିତି ଯାଇଥିବା ଖରାପ ସମୟକୁ ମନେ ନପକାଇବା ଉଚିତ୍ । ଭବିଷ୍ୟତ ପାଇଁ ସ୍ବପ୍ନ ନଦେଖିବା ଉଚିତ୍ । କେବଳ ବର୍ତ୍ତମାନ କୁ ହିଁ ଧ୍ୟାନ ଦେବା ଉଚିତ୍ ।
-ବିନା କାରଣରେ କେବେ ହେଲେ କାହା ଉପରେ ସନ୍ଦେହ କରିବା ଉଚିତ୍ ନୁହେଁ । ସନ୍ଦେହ ସବୁବେଳେ ଲୋକଙ୍କୁ ପରସ୍ପରଠାରୁ ଅଲଗା କରି ଦେଇଥାଏ ।
-କ୍ରୋଧ ହେଉଛି ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ।
-ସୁଖ କିମ୍ବା ଦୁଃଖ ଚିରସ୍ଥାୟୀ ନୁହେଁ । ଖରାପ ସମୟରେ ଧୈର‌୍ୟ୍ୟର ସହ ସାମ୍ନା କରିବା ଆବଶ୍ୟକ । ଆଉ ସବୁବେଳେ ନୂଆ ଆଲୋକ ଖୋଜିବା ଆବଶ୍ୟକ ।
-କୌଣସି ବ୍ୟକ୍ତିଙ୍କ ପ୍ରତି କେବେ ବି ଘୃଣା ଏବଂ ଇର୍ଷା ଭାବ ରଖୁଥିବା ବ୍ୟକ୍ତି ଜୀବନରେ କେବେ ସୁଖ ପ୍ରାପ୍ତ କରି ପାରେ ନାହିଁ । ଇର୍ଷା ମନରୁ ଶାନ୍ତି ଦୂର କରି ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking