31.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଦୁନିଆର ଏମିତି ଏକ ଲମ୍ବା କେନାଲ, ଯାହାକୁ ପାର୍ କରିବାକୁ ଜାହାଜକୁ ଲାଗିଥାଏ ୧୦ ଘଣ୍ଟା...

ଦୁନିଆର ଏମିତି ଏକ ଲମ୍ବା କେନାଲ, ଯାହାକୁ ପାର୍ କରିବାକୁ ଜାହାଜକୁ ଲାଗିଥାଏ ୧୦ ଘଣ୍ଟା ସମୟ

ନୂଆଦିଲ୍ଲୀ: କୌଣସି ଦେଶରେ କେନାଲ ସାହାଯ୍ୟରେ ଯାତାୟାତ କିମ୍ବା କୃଷି କ୍ଷେତ୍ରର ବିକାଶ ରେ ବଡ ସାହାଯ୍ୟ ମିଳିଥାଏ । ଦୁନିଆରେ ଏମିତି ଅନେକ ସହର ରହିଛି, ଯେଉଁଠି କେନାଲ ଦ୍ୱାରା ସହର ଭିତରେ ଯାତାୟାତ ହୋଇଥାଏ । ବିଶେଷ ଭାବରେ କେନାଲ ଏତେ ଲମ୍ବା ହୋଇନଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କେନାଲ ବିଷୟରେ କହିବୁ, ଯାହା ଏତେ ଲମ୍ବା ଯେ, ତାକୁ ପାର୍ କରିବା ପାଇଁ ଜାହାଜକୁ ଅତି କମରେ ୧୦ ଘଣ୍ଟା ସମୟ ଲାଗିଥାଏ । ଏହି କେନାଲ ନିର୍ମାଣ ପଛରେ ବି ରୋଚକ କାହାଣୀ ରହିଛି । ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।
ଆମେ କହୁଛୁ, ପନାମା କେନାଲ କଥା । ଯାହା ମଧ୍ୟ ଆମେରିକାର ପନାମାରେ ଅବସ୍ଥିତ । ଏହି କେନାଲ ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ ମହାସାଗରକୁ ସଂଯୋଗ କରିଥାଏ । ୮୨ କିଲୋମିଟର ଲମ୍ବା ଏହି କେନାଲ ଅନ୍ତରାଷ୍ଟ୍ରୀୟ ବ୍ୟବସାୟ ପାଇଁ ଜଳମାର୍ଗ ଭିତରୁ ଗୋଟିଏ । ଯେଉଁଠି ପ୍ରତି ବର୍ଷ ୧୫ ହଜାରରୁ ଅଧିକ ଛୋଟ ବଡ ଜାହାଜ ଯାତାୟାତ କରିଥାଏ । ଯେବେ ଏହି କେନାଲ ବନିଥିଲା, ସେତେବେଳେ ସେଠାରେ ପ୍ରାୟ ୧୦୦୦ ଜାହାଜ ଯାଆସ କରୁଥିଲା ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆମେରିକାର ପୂର୍ବ ଓ ପଶ୍ଚିମ ତଟ ମଧ୍ୟରେ ଦୂର ଏହି କେନାଲ ଦେଇ ଯିବା ଦ୍ୱାରା ପ୍ରାୟ ୧୨୮୭୫ କିଲୋମିଟର କମିଯାଏ । ନହେଲେ ଜାହାଜକୁ ଲମ୍ବା ରାସ୍ତା ଦେଇ ଯିବାକୁ ପଡେ । ଆଉ ଏଥିରେ ପ୍ରାୟ ଦୁଇ ସପ୍ତାହ ଲାଗିଯାଏ । ହେଲେ ଏବେ ଏହି ଦୂରତାକୁ ୧୦-୧୨ ଘଣ୍ଟାରେ ସଂପୂର୍ଣ୍ଣ କରାଯାଇପାରିବ ।
ପନାମା କେନାଲ ମିଠା ପାଣିର ହ୍ରଦ ଗାଟୁନ ହୋଇ ପ୍ରବାହିତ ହୋଇଥାଏ । ଯାହାରା ଜଳସ୍ତର ସମୁଦ୍ରତ୍ନରୁ ୨୬ ମିଟର ଉଚ୍ଚ । ସେଠାରେ ଜାହାଜର ପ୍ରବେଶ ପାଇଁ ୩ ଲକ୍ସ ବନାଯାଇଛି । ଯେଉଁଥିରେ ଜାହାଜକୁ ପ୍ରଥମେ ପ୍ରବେଶ କରାଯାଏ ଓ ପରେ ପାଣି ପୂର୍ଣ୍ଣ କରାଯାଇ ତାକୁ ଉପରକୁ ଉଠାଯାଇଥାଏ , ଯାହାଦ୍ୱାରା ଏହି ହ୍ରଦ ଦେଇ ପ୍ରବାହିତ ହୋଇପାରିବ । ଏହା ଦୁନିଆର ଏମିତି ଏକମାତ୍ର ଜଳମାର୍ଗ, ଯେଉଁଠି ଜାହାଜର କ୍ୟାପଟେନ ନିଜ ଜାହାଜର ନିୟନ୍ତ୍ରଣ ସଂପୂର୍ଣ୍ଣ ଭାବରେ ପନାମାର ସ୍ଥାନୀୟ ବିଶେଷଜ୍ଞ କ୍ୟାପଟେନଙ୍କୁ ହସ୍ତାନ୍ତର କରିଦିଏ ।
ପନାମା କେନାଲ ନିର୍ମାଣ ପାଇଁ ୧୫ ଶତାବ୍ଦୀରେ ଚିନ୍ତା କରାଯାଇଥିଲା, ମାତ୍ର ଆରମ୍ଭରୁ କିଛି ସମସ୍ୟା ପାଇଁ ଏହା ହୋଇପାରିନଥିଲା । ପରେ ଫ୍ରାନ୍ସ ୧୮୮୧ରେ ଏହାକୁ ନିର୍ମାଣ କରିବା କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ସେଠାରେ କାମ କରୁଥିବା ଶ୍ରମିକଙ୍କ ରହିବା ପାଇଁ ଜାଗା ନଥିବାରୁ ଏବଂ ସଫା ସୁତୁରା ସ୍ଥାନ ନଥିବାରୁ ସେମାନେ ରୋଗରେ ପଡିବାକୁ ଲାଗିଲେ ଓ ଇଂଜିନିୟରଙ୍କ ଚିନ୍ତା ପାଇଁ ଫ୍ରାନ୍ସ ଅଧାରେ କାମ ବନ୍ଦ କରିଦେଲା । କୁହାଯାଏ, ଫ୍ରାନ୍ସ ପ୍ରାୟ ୯ ବର୍ଷ ଯାଏଁ ଏହି କାମ କରିଥିଲା । ହେଲେ ଏହା ମଧ୍ୟରେ ପ୍ରାୟ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ।
୧୯୦୪ ମସିହାରେ ଆମେରିକା ଏହି କେନାଲ ନିର୍ମାଣ କାମ ଆରମ୍ଭ କରିଥିଲା ଓ ଶେଷରେ ୧୯୧୪ରେ କେନାଲ କାମ ଶେଷ କରିଥିଲା । ଏମିତି କୁହାଯାଏ ଆମେରିକା ନିର୍ଦ୍ଧାରିତ ସମୟର ୨ ବର୍ଷ ପୂର୍ବରୁ କେନାଲ ନିର୍ମାଣ କାମ ସାରିଦେଇଥିଲା । ଏହି କେନାଲକୁ ବନେଇବା ଦୁନିଆର ସବୁଠୁ ବଡ ଓ ସବୁଠୁ କଠିନ ଇଂଜିନିୟରିଂ ପ୍ରୋଜେକ୍ଟ ବୋଲି କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking