39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକିନ୍ନରଙ୍କୁ କେବେ ଓ କାହିଁକି ମିଳିଥିଲା ଭଗବାନ ରାମଙ୍କ ଆଶୀର୍ବାଦ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କିନ୍ନରଙ୍କୁ କେବେ ଓ କାହିଁକି ମିଳିଥିଲା ଭଗବାନ ରାମଙ୍କ ଆଶୀର୍ବାଦ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : କିନ୍ନରଙ୍କୁ ନେଇ ସବୁବେଳେ ଆମ ସମାଜରେ ଜିଜ୍ଞାସା ରହିଥାଏ। ବିବାହ ବ୍ରତ ଆଦି ଶୁଭ କାର୍ଯ୍ୟରେ ଘରକୁ ଆଶୀର୍ବାଦ ଦେବା ସହିତ ଟଙ୍କା ମାଗିବାକୁ ଆସୁଥିବା କିନ୍ନରଙ୍କୁ ନେଇ ସବୁବେଳେ ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ, ପ୍ରକୃତରେ ଏମାନେ ରୁହନ୍ତି କେଉଁଠି? ଏମାନଙ୍କ ଦେବା ଦେବୀ କିଏ ? ପ୍ରକୃତରେ ଲୋକଙ୍କୁ ଆଶୀର୍ବାଦ ଦେବାର ଶକ୍ତି ତାଙ୍କୁ କେଉଁଠାରୁ ମିଳିଛି ଏବଂ କିଏ ଦେଇଛି ? ଏମିତି ଅନେକ ପ୍ରଶ୍ନ ଆମ ମନରେ ଆସିଥାଏ। ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ଜାଣିବା ଦରକାର କି କ’ଣ ତ୍ରେତୟା ଯୁଗରେ ଭଗବାନ ରାମଙ୍କ ସମୟରେ ବି ଏହି ପୃଥିବୀରେ ଅବସ୍ଥିତ ଥିଲେ କିନ୍ନର?

ମାନ୍ୟତା ଅଛି କି ପ୍ରଭୁ ଶ୍ରୀ ରାମ ଯେବେ ୧୪ବର୍ଷ ବନବାସ ଯିବା ପାଇଁ ଅଯୋଧ୍ୟା ଛାଡିଥିଲେ ସେହି ସମୟରେ ତାଙ୍କର ପ୍ରଜା ଏବଂ କିନ୍ନର ସମୁଦାୟ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। ସେତେବେଳେ ଶ୍ରୀ ରାମ ତାଙ୍କ ପୁଣି ଥରେ ଅଯୋଧ୍ୟା ଫେରିଯିବାକୁ କହିଥିଲେ। ଆଉ ସେମାନେ ସମସ୍ତେ ଅଯୋଧ୍ୟା ଫେରି ଆସିଥିଲେ। ୧୪ବର୍ଷ ପରେ ରାମ ଯେତେବେଳ ଅଯୋଧ୍ୟା ଫେରିଲେ ସେତେବେଳେ ଦେଖିଲେ କି ବାକି ସମସ୍ତେ ଅନ୍ୟତ୍ର ପଳାଇଯାଇଛନ୍ତି ମାତ୍ର କିନ୍ନରମାନେ ପ୍ରଭୁ ଶ୍ରୀରାମଙ୍କ ଅପେକ୍ଷାରେ ଥିଲେ। କିନ୍ନରଙ୍କ ଭକ୍ତିରେ ପ୍ରସନ୍ନ ହୋଇ ପ୍ରଭୁ ଶ୍ରୀରାମ ସେମାନଙ୍କୁ ବରଦାନ ଦେଇଥିଲେ କି ସେମାନଙ୍କ ଆଶୀର୍ବାଦ ସବୁବେଳେ ସଫଳ ହେବ। ସେବେଠାରୁ ସେମାନେ ସବୁ ବିବାହ ଜନ୍ମ ଦିବସ ଆଦି ମାଙ୍ଗଳିକ କାର୍ଯ୍ୟରେ ଲୋକଙ୍କୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

ମିତି କୁହାଯାଏ ଯେ, କେବେ ବି କିନ୍ନରଙ୍କ ମାନଙ୍କୁ ଅଶାନ୍ତି କରିବା କଥା ନୁହେଁ। ଯଦି ସେମାନଙ୍କୁ ଖୁସି କରାଇପାରୁନାହାନ୍ତି ତେବେ ଦୁଃଖ କଷ୍ଟ ବି ଦିଅନ୍ତୁ ନାହିଁ ବୋଲି ଶାସ୍ତ୍ରରେ କୁହାଯାଇଛି। ଶାସ୍ତ୍ର ଅନୁସାରେ, ଯଦି କୈାଣସି ବ୍ୟକ୍ତି କିନ୍ନରର ଅପମାନ କରୁଛି କିମ୍ବା ତାଙ୍କୁ ଦେଖି ଉପହାସ କରୁଛି ତେବେ ପୁର୍ନଃଜନ୍ମରେ ସେହି ବ୍ୟକ୍ତି ହିଁ କିନ୍ନର ରୂପରେ ଜନ୍ମ ଗ୍ରହଣ କରିଥାଏ।କିନ୍ନରଙ୍କୁ ଯଦି କିଛି ଦାନ କରିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଚୁଡ଼ି, ଶୃଙ୍ଗାର କିମ୍ବା ସୁହାଗ ସାମଗ୍ରୀ ଦାନ କରନ୍ତୁ। ନିଜ ଜୀବନସାଥୀ ସହିତ ଆସୁଥିବା ସମସ୍ୟାକୁ ଦୂର କରିବା ପାଇଁ ବୁଧବାର ଦିନ ସବୁଜ ରଙ୍ଗର ବସ୍ତ୍ର ଏବଂ ମେହେନ୍ଦୀ ଦାନକରିବା ଶୁଭଦାୟକ।ଯଦି ବେଶୀ କଷ୍ଟ କରିବା ପରେ ବି ଆପଣଙ୍କ ଉପରେ ମା ଲକ୍ଷ୍ମୀ ନାରାଜ ହୋଇ ରହୁଛନ୍ତି ତେବେ ବୁଧବାର ଦିନ କୈାଣସି କିନ୍ନରଙ୍କ ହାତରେ ପୂଜା ସାମଗ୍ରୀ ସହିତ କିଛି ପଇସା ରଖି ଦାନ କରନ୍ତୁ। ଏହାଦ୍ବାରା ଧନପ୍ରାପ୍ତି ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking