ଦିଲ୍ଲୀକୁ ହରାଇ କେକେଆର୍ ଫାଇନାଲ୍‌ରେ 

ଶାରଜାହ: ଚଳିତ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣର ଦ୍ୱିତୀୟ କ୍ୱାଲିଫାୟର୍ ଶେଷ ହୋଇଛି । ଏଥିରେ ଦୁଇ ଥରର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସର ମୁକାବିଲା ଗତ ବର୍ଷର ରନର୍ସଅପ୍ ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ଆହ୍ୱାନ ପାଇବା ପରେ ଦିଲ୍ଲୀ ୫ ୱିକେଟ୍ ବିନିମୟରେ ୧୩୫ ରନ୍ କରିଥିଲା । ଏହାର ଜବାବରେ କୋଲ୍‌କାତା ୭ ୱିକେଟ୍ ହରାଇ ବିଜୟ ହୋଇଛି । କୋଲ୍‌କାତା ପକ୍ଷରୁ ଓପନର ଭେଙ୍କଟେଶ ଆୟର୍ ସର୍ବାଧିକ ୫୫ ରନ୍ କରିଥିବା ବେଳେ ବୋଲିଂରେ ବରୁନ୍ ଚକ୍ରବର୍ତ୍ତୀ ସର୍ବାଧିକ ଦୁଇଟି ୱିକେଟ୍ ନେଇଛନ୍ତି । ଦିଲ୍ଲୀ ପକ୍ଷରୁ ଦୁଇ ଓପନର ଶିଖର ଧୱନ୍ ଓ ପୃଥ୍ୱୀ ଶ’ ୩୨ ରନ୍ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରଥମେ ପୃଥ୍ୱୀ ଆଉଟ୍ ହୋଇଥିଲେ । ସେ ୩୯ଟି ବଲ୍‌ର ସମ୍ମୁଖୀନ ହୋଇ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୬ ରନ୍ କରିଥିଲେ । ତାଙ୍କୁ ବରୁନ୍ ଏଲ୍‌ବିଡବ୍‌ଲ୍ୟୁ ଆଉଟ୍ କରିଥିଲେ । ଏହି ୱିକେଟ୍‌ର ପତନ ପରେ ଦିଲ୍ଲୀର ରନ୍ ସଂଗ୍ରହ ହାର ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଥିଲା । ପ୍ରଥମ ଥର ପାଇଁ ୟୁଏଇ ଚରଣରେ ଖେଳିବାର ସୁଯୋଗ ପାଇଥିବା ମାର୍କସ୍ ଷ୍ଟୋଇନିସ୍ ବ୍ୟାଟିଂ କ୍ରମରେ ଉନ୍ନତି ପାଇ ତୃତୀୟ ସ୍ଥାନରେ ଖେଳିଥିଲେ । ସେ ଅନ୍ୟତମ ଓପନର ଧୱନ୍‌ଙ୍କ ସହ ୩୯ ରନ୍ ଯୋଡ଼ିଥିଲେ । ଷ୍ଟୋଇନିସ୍ ୨୩ଟି ବଲ୍ ଖେଳି ଗୋଟିଏ ଚୌକା ସହ ୧୮ ରନ୍ କରିଥିଲେ । ପରେ ଧୱନ୍ ୩୯ଟି ବଲ୍ ଖେଳି ଗୋଟିଏ ଚୌକା ଓ ୨ଟି ଛକା ସହାୟତାରେ ୩୬ ରନ୍ କରିଥିଲେ । ଏହାପରେ ଶ୍ରେୟସ୍ ଆୟର୍ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍‌କୁ ୧୩୫/୫ରେ ପହଞ୍ଚାଇଥିଲେ । ସେ ବ୍ୟକ୍ତିଗତ ଭାବେ ୨୭ଟି ବଲ୍ ଖେଳି ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୩୦ ରନ୍ କରିଥିଲେ । ଆହୁରି ଶିମରୋନ୍ ହେଟମେୟର୍ ୧୦ଟି ବଲ୍‌ରେ ୨ଟି ଛକା ସହ ୧୭ ରନ୍ କରିଥିଲେ । କୋଲ୍‌କାତା ପକ୍ଷରୁ ବରୁନ୍‌ଙ୍କ ବ୍ୟତୀତ ଲକି ଫର୍ଗୁସନ୍ ଓ ଶିବମ୍ ମାଭି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ସେହିପରି କୋଲ୍‌କାତା ପକ୍ଷରୁ ବ୍ୟାଟିଂରେ ଶୁବମାନ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୪୬ ରନ୍ କରିଛନ୍ତି ।

LEAVE A REPLY

Please enter your comment!
Please enter your name here