40.1 C
Bhubaneswar
Thursday, April 25, 2024
Homeଆଇପିଏଲ୍ -2022ଆଇପିଏଲରେ କରୋନା; ୨ ଖେଳାଳୀ କରୋନା ପଜିଟିଭ

ଆଇପିଏଲରେ କରୋନା; ୨ ଖେଳାଳୀ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନାର ପ୍ରଭାବ ଏବେ ଇଣ୍ଡିଆନ ପ୍ରିମିୟର ଲିଗ ଉପରେ ପଡିଛି । ସୋମବାର ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ ବାତିଲ କରାଯାଇଛି । ସୂଚନା ମୁତାବକ, କୋଲକାତାର ୨ ଖେଳାଳୀ କରୋନା ପଜିଟିଭ ହୋଇଛନ୍ତି । ଯାହାପରେ ଏହି ନିଷ୍ପତ୍ତି ନିଆଯାଇଛି । ଆଇପିଏଲର ୧୪ ତମ ସିଜିନର ୩୦ତମ ମ୍ୟାଚ ସୋମବାର ଅହମ୍ମଦାବାଦରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସାମ୍ନା କୋଲକାତା ନାଇଟ ରାଇଡର୍ସ ସହିତ ହେବାର ଥିଲା । ଏହି ମୁକାବିଲା ସନ୍ଧ୍ୟା ୭.୩୦ରେ ଖେଳାଯିବାର ଥିଲା ।
ଚେନ୍ନାଇ ଓ ମୁମ୍ବାଇ ପର୍ଯ୍ୟାୟର ସମସ୍ତ ମ୍ୟାଚ ସଂପୂର୍ଣ୍ଣ ହୋଇଛିା ହେଲେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସିଜିନର ୩୦ତମ ମ୍ୟାଚକୁ ବର୍ତମାନ ସ୍ଥଗିତ କରାଯାଇଛି । ଏହାକୁ ଏବେ ଆଉ କେଉଁଦିନଆୟୋଜିତ କରଯିବ । ଗତ କିଛି ସପ୍ତାହ ଧରି ଭାରତରେ ମହାମାରୀ କରୋନା ସଂକ୍ରମଣ ପ୍ରତିଦିନ ୩ ଲକ୍ଷରୁ ଅଦିକ ନୂଆ ମାମଲା ସାମ୍ନାକୁ ଆସୁଛି । ହେଲେ ଏବେ ପ୍ରତିଦିନ ୪ ଲକ୍ଷରୁ ଅଧିକ ମାମଲା ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking