29.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଆଇପିଏଲ୍ ୨୦୨୦: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ

ଆଇପିଏଲ୍ ୨୦୨୦: ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା କୋଲକାତା ନାଇଟ ରାଇଡର୍ସ

ଦୁବାଇ : ଆଜିର ଆଇପିଏଲ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି କୋଲକାତା ନାଇଟ୍ ରାଇଡର୍ସ । ତେଣୁ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି । ମୁମ୍ବାଇ ପକ୍ଷରୁ ଡିକକ୍ ଓ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସି ଇନିଂସ ଆରମ୍ଭ କରିଛନ୍ତି ।ମୁମ୍ବାଇ ତାର ଦ୍ୱିତୀୟ ମ୍ୟାଚ ଆଜି ଖେଳୁଥିବା ବେଳେ କୋଲକାତା ଆଜି ତାର ପ୍ରଥମ ମ୍ୟାଚ ଖେଳୁଛି। ଉଦ୍‌ଘାଟନୀ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ହାରି ଯାଇଥିବା ମୁମ୍ବାଇର ଏହା ଦ୍ବିତୀୟ ମୁକାବିଲା । କେକେଆର୍‌ କିନ୍ତୁ ପ୍ରଥମ ମୁକାବିଲା ପାଇଁ ଓହ୍ଲାଇଛି ।

ମୁମ୍ବାଇ ଇଣ୍ଡିଆନ୍‌ସ ଦଳ: ରୋହିତ ଶର୍ମା (ଅଧିନାୟକ), ଅନ୍‌ମୋଲପ୍ରୀତ୍‌ ସିଂହ, ଅନକୂଳ ରୟ, ସେର୍ଫାନେ ରଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, କ୍ରିସ୍‌ ଲିନ୍‌, ସୌରଭ ତିୱାରୀ, ଆଦିତ୍ୟ ତାରେ, ଇଶାନ୍‌ କୃଷ୍ଣନ୍‌, କ୍ବିଣ୍ଟନ ଡି’କକ୍‌, ହାର୍ଦିକ୍‌ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଦିଗ୍‌ବିଜୟ ଦେଶମୁଖ, ପ୍ରିନ୍‌ସ ବଲ୍‌ୱନ୍ତ ରାୟ ସିଂହ, ଧବଲ କୁଲ୍‌କର୍ଣ୍ଣି, ଯଶ୍‌ପ୍ରୀତ୍‌ ବୁମ୍‌ରା, ଜୟନ୍ତ ଯାଦବ, ଜେମ୍‌ସ ପାଟ୍ଟିନ୍‌ସନ୍, ମିଚେଲ ମ୍ୟାକ୍ଲିନାଘାନ, ଟ୍ରେଣ୍ଟ୍‌‌ ବୋଲ୍‌ଟ, ନାଥନ୍‌ କୁଲ୍‌ଟର ନାଇଲ୍‌ ଓ ମୋହସିନ ଖାନ୍‌।

କୋଲକାତା ନାଇଟ୍ ରାଇଡର୍ସ: ଦୀନେଶ କାର୍ତ୍ତିକ (ଅଧିନାୟକ), ଶିଭମ ମାଭି, ସନ୍ଦୀପ ୱାରିୟର, କୁଲଦୀପ ଯାଦବ, ଇଅନ ମୋର୍ଗାନ, ପ୍ୟାଟ୍ କମିନ୍ସ, ସୁନିଲ ନରିନ, ନିଖିଳ ନାୟର, ଏମ୍ ସିଦ୍ଧାର୍ଥ, ଆନ୍ଦ୍ରେ ରସେଲ, ଲୋକି ଫର୍ଗୁସନ୍, ପ୍ରସିଦ୍ଧ କ୍ରିଷ୍ଣା, ଶୁବମନ ଗିଲ, ନିତୀଶ ରାଣା, ସିଦ୍ଦେଶ ଲାଡ୍, କମଲେଶ ନାଗରକୋଟି, ଟମ୍ ବଣ୍ଟନ, କ୍ରିସ୍ ଗ୍ରିନ୍, ଅଲ୍ଲୀ ଖାନ୍, ରାହୁଲ ତ୍ରିପାଠୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking