29.1 C
Bhubaneswar
Wednesday, April 24, 2024
Homeଓଡିଶାଆପଣଙ୍କ ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି’ତେବେ ଦୁର୍ଗନ୍ଧ ଦୂର କରିବା ପାଇଁ ଜାଣି ରଖନ୍ତୁ...

ଆପଣଙ୍କ ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି’ତେବେ ଦୁର୍ଗନ୍ଧ ଦୂର କରିବା ପାଇଁ ଜାଣି ରଖନ୍ତୁ କିଛି ଟିପ୍ସ….

ଭୁବନେଶ୍ୱର: ରୋଷେଇ ଘରକୁ ସବୁବେଳେ ସଫାସୁତୁରା ରଖିବା ଉଚିତ୍ । କାରଣ ରୋଷେଇ ଘରେ ଜୀବାଣୁ ବ୍ୟାପିଲେ ଏହା ଆମ ଖାଦ୍ୟରେ ମିଶି ଆମ ପେଟ ଭିତରକୁ ଯାଇଥାଏ । ବେଳେ ବେଳେ ଦେଖାଯାଏ ଯେ ରୋଷେଇ ଘର ଯେତେ ସଫା ରଖିଲେ ବି ସେଠାରୁ ଦୁର୍ଗନ୍ଧ ବାହାରିଥାଏ । ରୋଷେଇ ଘରେ ପଶିବା ମାତ୍ରେ ଏ ଗନ୍ଧ ସିଧା ନାକରେ ଆସି ପଶିଯାଏ ।
ଏହାର କାରଣ ହେଉଛି ଆପଣଙ୍କ କିଚେନର ବେସିନର ଦୁର୍ଗନ୍ଧ, ଯାହାକୁ ନେଇ ଅଧିକାଂଶ ମହିଳା ବହୁ ଚିନ୍ତିତ ରୁହନ୍ତି । ଯଦି ଆପଣବି ବେସିନରୁ ଆସୁଥିବା ଏହି ଗନ୍ଧକୁ ନେଇ ଚିନ୍ତିତ, ତେବେ ଆଜି ଆମେ ଆପଣଙ୍କୁ ଏହାର ସମାଧାନ ପାଇଁ କିଛି ଘରୋଇ ଟିପ୍ସ ଦେବୁ ।
ବେକିଂ ସୋଡା: ନିଜ ବେସିନ୍କୁ ଚମକାଇବା ପାଇଁ ଆପଣ ବେକିଂ ସୋଡାର ବ୍ୟବହାର କରିପାରିବେ । ଏଥିପାଇଁ ଆପଣ ବେସିନ୍ରେ ବେକିଂ ସୋଡା ପକାଇ ୫ ମିନିଟ୍ ଛାଡ଼ି ଦେବେ । ଏହାପରେ ସ୍କ୍ରବ ଦ୍ୱାରା ରଗଡ଼ିକି ସଫା କରିବା ଉଚିତ୍ । ଏହାଫଳରେ ବେସିନ୍ ପୂରାପୂରି ସଫା ହେବା ସହ ଏଥିରୁ ଆସୁଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ ।
ଲୁଣ: ରୋଷେଇଘର ବେସିନରେ ବାସନ ଧୋଇବା ଫଳରେ ବାସନରେ ଲାଗି ରହିଥିବା ଖାଦ୍ୟ ପଡ଼ି ବେସିନ୍ ଜାମ୍ ହୋଇଯାଏ । ତେଣୁ ଏଥିରୁ ଦୁର୍ଗନ୍ଧ ବାହାରେ । ଆପଣ ବାସନ ସଫା କରିସାରିଲା ପରେ ବେସିନରେ ଲୁଣ ପକାଇ ବ୍ରଶ୍ ମାଧ୍ୟମରେ ଭଲରେ ସଫା କରନ୍ତୁ । ଏହା କଲେ ଦୁର୍ଗନ୍ଧ ଦୂର ହେବା ସହ ଜୀବାଣୁ ବ୍ୟାପିବା ଆଶଙ୍କା କମ୍ ହୋଇଥାଏ ।
ଲେମ୍ବୁ: ବେସିନର ଗନ୍ଧକୁ ଦୂର କରିବାକୁ ହେଲେ ଆପଣଙ୍କୁ ଲେମ୍ବୁ ଓ ଲୁଣରେ ଏକ ପେଷ୍ଟ ପ୍ରସ୍ତୁତ କରିବାକୁ ପଡ଼ିବ । ଏହି ପେଷ୍ଟରେ ବେସିନକୁ ବ୍ରସ୍ ସାହାଯ୍ୟରେ ଭଲ ଭାବେ ସଫା କରନ୍ତୁ । ଏପରି କରିବା ଦ୍ୱାରା ବେସିନ ସଫା ହୋଇ ଚମକିବା ସହ ଗନ୍ଧ ମଧ୍ୟ ଦୂର ହୋଇଯିବ ।
କଳା ଭିନେଗାର୍: ଯେପରି ବାସନ ଧୋଇବା ଜରୁରୀ ହୋଇଥାଏ, ସେହିପରି ବେସିନ୍ ସଫା କରିବା ମଧ୍ୟ ଜରୁରୀ ହୋଇଥାଏ । ବେସିନ୍ ସଫା କଲା ସମୟରେ ଆପଣ କଳା ଭିନେଗାରର ବ୍ୟବହାର କରିପାରିବେ । ବାସନ ଧୋଇଲା ପରେ ଭିନେଗାର ଦ୍ୱାରା ବେସିନ ଚାରିପାଖ ବ୍ରସ୍ ଦ୍ୱାରା ସଫା କଲେ ବେସିନର ଦୁର୍ଗନ୍ଧ ଦୂର ହେବା ସହ ପରିଷ୍କାର ହୋଇ ଚିକ୍ ଚିକ୍ ଦେଖାଯାଏ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking