30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଓଠକୁ ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ : ବମ୍ବେ ହାଇକୋର୍ଟ

ଓଠକୁ ଚୁମ୍ବନ ଦେବା ଯୌନ ଅପରାଧ ନୁହେଁ : ବମ୍ବେ ହାଇକୋର୍ଟ

ମୁମ୍ବାଇ : ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଭାରତୀୟ ପେନାଲ କୋଡ (ଆଇପିସି) ର ଧାରା ୩୭୭ ଅନୁଯାୟୀ ଓଠରେ ଚୁମ୍ବନ ଦେବା ଏବଂ ଶରୀରର ଅଙ୍ଗକୁ ଭଲ ପାଇବା ଏକ ଅପ୍ରାକୃତିକ ଅପରାଧ ନୁହେଁ । ଏପରି କହି ଜଣେ ୧୪ ବର୍ଷର ବାଳକର ଯୌନ ନିର‌୍ୟାତନା ମାମଲାର ଶୁଣାଣି ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି । ଜଷ୍ଟିସ ଅନୁଜା ପ୍ରଭୁଦେସାଇଙ୍କ ଏଭଳି ରାୟ ଏବେ ଚର୍ଚ୍ଚାର ରହିଛି ।ସୂଚନା ଅନୁଯାୟୀ, ନାବାଳକର ବାପା ନିଜ ଆଲମାରିରୁ କିଛି ଟଙ୍କା ହଜିଯାଇଥିବାର ଦେଖିଥିଲେ । ଏନେଇ ସେ ନାବାଳକକୁ ପଚାରିବାରୁ ଗେମ୍ ଖେଳିବା ପାଇଁ ଆଲମାରିରୁ ଟଙ୍କା ନେଇ ସେ ଅଭିଯୁକ୍ତକୁ ଦେଇଥିବା କହିଥିଲେ । ଏହା ସହ ଟଙ୍କା ଦେବା ସମୟରେ ଅଭିଯୁକ୍ତ ଓଠକୁ ଚୁମ୍ବନ ଦେବା ସହ ଗୁପ୍ତାଙ୍ଗକୁ ଛୁଇଁଥିବା କଥା ନାବାଳକ ନିଜ ବାପାଙ୍କୁ ଜଣାଇଥିଲେ ।

ଏବିଷୟରେ ଜାଣିବା ପରେ ନାବାଳକର ବାପା ପୁଲିସରେ ପସ୍କୋ ଅଧିନିୟମ ଅନୁଯାୟୀ ଓ ଧାରା ୩୭୭ ଅନୁଯାୟୀ ଏତଲା ରୁଜୁ କରିଥିଲେ । ଧାରା ୩୭୭ ଶାରୀରିକ ସମ୍ପର୍କ କିମ୍ବା ଅନ୍ୟ କୌଣସି ଅପ୍ରାକୃତିକ କାର୍ଯ୍ୟକୁ ଏକ ଦଣ୍ଡନୀୟ ଅପରାଧ କରିଥାଏ । କୋର୍ଟ ଆହୁରି ମଧ୍ୟ ଦର୍ଶାଇଛନ୍ତି କି ପକ୍‌ସୋ ଧାରା ୮ ଓ ୧୨ ଅନୁଯାୟୀ ଏଭଳି ମାମଲାରେ ଅପରାଧୀକୁ ସର୍ବାଧିକ ୫ ବର୍ଷର ଦଣ୍ଡବିଧାନର ପ୍ରାବଧାନ ରହିଛି । ତେବେ ବ୍ୟକ୍ତି ଜଣକ ଗତ ୧ବର୍ଷ ହେବ ଜେଲ୍‌ରେ ବନ୍ଦୀ ଅଛନ୍ତି ।

ଏ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣ ହୋଇନାହିଁ ଓ ନିକଟରେ ଏହି ମୋକଦ୍ଦମା ଆରମ୍ଭ ହେବାର କୌଣସି ସମ୍ଭାବନା ବି ନାହିଁ । ଏପରି ସ୍ଥଳେ ବ୍ୟକ୍ତିଜଣକୁ ଜାମିନ୍ ମିଳିବା ଉଚିତ୍ ଦର୍ଶାଇ କୋର୍ଟ ତାଙ୍କ ଜାମିନ୍ ମଞ୍ଜୁର କରିଛନ୍ତି । ବ୍ୟକ୍ତି ଜଣଙ୍କୁ ୩୦ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ ଦେବା ସହ ପ୍ରତି ୨ ମାସରେ ଥରେ ପୋଲିସ ଥାନାରେ ରିପୋର୍ଟ କରିବାକୁ ଆଦେଶ ଦେଇଛନ୍ତି । ଏଥି ସହ ସେ କୌଣସି ବ୍ୟକ୍ତି ଉପରେ ଚାପ ନପକାଇବା, ମୋକଦ୍ଦମାରେ ସହଯୋଗ କରିବା ଓ ସବୁ କେସ୍ ତାରିଖରେ ଟ୍ରାଏଲ୍ କୋର୍ଟରେ ହାଜର ହେବାକୁ କୋର୍ଟ ସର୍ତ୍ତ ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking