34.1 C
Bhubaneswar
Friday, March 29, 2024
Homeଓଡିଶାବଲାଙ୍ଗିରରେ କିସ୍ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ 

ବଲାଙ୍ଗିରରେ କିସ୍ ଆବାସିକ ବିଦ୍ୟାଳୟ ଉଦ୍‌ଘାଟିତ 

ଶିକ୍ଷାର ଆଲୋକରେ ପ୍ରତ୍ୟେକେ ଆଲୋକିତ ହୁଅନ୍ତୁ – ମୁଖ୍ୟମନ୍ତ୍ରୀ

କିସ୍ ଆଦିବାସୀଙ୍କ ଶିକ୍ଷା ଓ ପଛୁଆପଣକୁ ଦୁର କରିବାରେ ସହାୟକ ହେବ- ନରସିଂହ

 
ବଲାଙ୍ଗୀର,- ମୋତିଲାଲ ଓସୱାଲ – କିସ ଆବାସିକ ବିଦ୍ୟାଳୟ ବଲାଙ୍ଗୀରରେ  ଆଜି ଉଦଘାଟିତ ହୋଇଯାଇଛି । ଏହା ବଲାଙ୍ଗିର ଭଳି ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ହେବା ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ । ବିଶେଷ କରି ରାଜ୍ୟରେ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଆମ ସରକାର ସବୁବେଳେ ତତ୍ପର ରହିଛି । ପ୍ରତ୍ୟେକଙ୍କ ପାଖରେ ଶିକ୍ଷାର ଆଲୋକ ପହଂଚାଇବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ମୋତିଲାଲ ଓସୱାଲ – କିସ ଆବାସିକ ବିଦ୍ୟାଳୟ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବଲାଙ୍ଗୀର ବିକାଶ ପଥରେ ଆଗେଇ ଚାଲିଛି ବୋଲି କହିବା ସହିତ ବଲାଙ୍ଗୀର କୁ ମେଡିକାଲ କଲେଜ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟନ୍ୟ ଅବଦାନ ବୋଲି କହିଥିଲେ ।
ସେହିପରି ରାଜେନ୍ଦ୍ର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିଥିବା ତଥା ଓବିସି କମିଶନ ଗଠନ କରିଥିବାରୁ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ , ବଲାଙ୍ଗୀର ବାଇପାସ , ଲୋୟର ସୁକତେଲ ପ୍ରକଳ୍ପ ଓ ସୋନପୁର ରିଙ୍ଗରୋଡ ନିର୍ମାଣରେ ଜମି ଅଧିଗ୍ରହଣ ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ଏହା ସହିତ ହାଇକୋର୍ଟ ବେଂଚ ବଲାଙ୍ଗୀରରେ ସ୍ଥାପନ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ଦାବି କରିଥିଲେ ।
ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତଥା ଓସ୍ୱାଲ ଗୃପକୁ ସୁଭେଚ୍ଛା ଜାଣାଇବା ସହ ସମାଜର ପ୍ରତ୍ୟେକ ବର୍ଗର ସମାନ୍ତରାଳ ଉନ୍ନତି ନ ହେଲେ ସମାଜର ସାମଗ୍ରିକ ବିକାଶ ହୁଏ ନାହିଁ, ତେଣୁ ଆଦିବାସୀ ବହୁଳ ଆମ ଜିଲ୍ଲାରେ ଆଦିବାସୀ ଜନଜାତିଙ୍କୁ ନିଶୁକ୍ଳ  ଆବାସୀକ ଶିକ୍ଷା ପ୍ରଦାନ ର ବ୍ୟବସ୍ଥା ଆମ ଅଞ୍ଚଳର ଆଦିବାସୀ ଭାଇ ଭଉଣୀଙ୍କ ଶିକ୍ଷା ଓ ପଛୁଆ ପଣ କୁ ଦୁର କରିପାରିବ ବୋଲି  ଆଶା ପ୍ରକାଶ କରିଥିଲେ । ତାଛଡା,  ବିଧାନସଭା ଚାଲିଥିବା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୟ କାଢି ଆସିଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ  ବଲାଙ୍ଗୀରରେ ମେଡିକାଲ କଲେଜ ନିର୍ମାଣ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମରେ ସଭାପତିତ୍ୱ କରୁଥିବା କିସର ପ୍ରତିଷ୍ଠାତା ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ ଆଜି ବଲାଙ୍ଗୀର ପାଇଁ ଏକ ଐତିହାସିକ ଦିନ ବୋଲି କହିବା ସହିତ କିସ ବିଦ୍ୟାଳୟରେ କେବଳ ବଲାଙ୍ଗୀର ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀ ପାଠ ପଠିବେ ଓ ଜନଜାତିର ଲୋକ ହିଁ ଏଠାରେ ଚାକିରୀ କରିବେ ବୋଲି କହିଥିଲେ । କଲେଜ ପାଠ ସରିଲା ପରେ ପିଲାମାନେ କିସ ବିଶ୍ୱବିଦ୍ୟାଳୟରେ ପାଠ ପଢିବେ ବୋଲି କହିଥିଲେ ।
ଏହି ଅବସରରେ ଡ.ସାମନ୍ତ କିସର ପ୍ରତିଷ୍ଠା ପାଇଁ ତିନି ବର୍ଷ ହେଲା ଉଦ୍ୟମ କରିଥିବା ବଲାଙ୍ଗୀର ର ପ୍ରମୋଦ ସାହୁ ଓ ପ୍ରିୟ ରଞ୍ଜନ ବହିଦାରଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା  ଓସୱାଲ ଗୃପର ମୋତିଲାଲ ଓସୱାଲ , ସୁନୀତା ଅଗ୍ରୱାଲ ଓ ବିମଳା ଅଗ୍ରୱାଲ ମଧ୍ୟ ତାଙ୍କ ଅଭିଭାଷଣ ରଖିଥିଲେ ।  କାର୍ଯ୍ୟକ୍ରମରେ ବଲାଙ୍ଗିର ଓ ଆଖପାଖ ଅଞ୍ଚଳର ପ୍ରାୟ ସମସ୍ତ କ୍ଷେତ୍ର ର  ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking