26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକିଶାନ କଂଗ୍ରେସର ବିକ୍ଷୋଭ : ଧାନର ଅଭାବି ବିକ୍ରିର ସମାଧାନ ନ କଲେ ଆଗକୁ ନିଆଁ...

କିଶାନ କଂଗ୍ରେସର ବିକ୍ଷୋଭ : ଧାନର ଅଭାବି ବିକ୍ରିର ସମାଧାନ ନ କଲେ ଆଗକୁ ନିଆଁ ଜଳିବ

ଚାଷକୁ ଉଦ୍ୟୋଗପତିଙ୍କ ହାତରେ ଟେକି ଦିଆନଯାଉ – ସମରେନ୍ଦ୍ର

ବଲାଙ୍ଗିର,(ଦେବାଶିଷ ମିଶ୍ର) -ଆଜି ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟହାର ଦାବିରେ ତଥା ଧାନର ଅଭାବି ବିକ୍ରି, କଟନି ଛଟନି, ଫସଲ ବୀମା ରାଶିରେ ବଂଚିତ ଥିବା ଚାଷୀଙ୍କୁ ତୁରନ୍ତ ବୀମାରାଶି ପ୍ରଦାନ ଏବଂ କ୍ୱିଣ୍ଟାଲ ପ୍ରତି ୫୦୦ଟଙ୍କା ବୋନସ ପ୍ରଦାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କିିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ସଭାପତି ଅମୀୟ ପଟ୍ଟନାୟକ, ଏ.ଆଇ.ସି.ସି. ସଦସ୍ୟ ସମରେନ୍ଦ୍ର ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂଭୋଇ, ଜିଲ୍ଲା ସଭାପତି ଦିଲିପ ବେହେରା ପ୍ରମୁଖ କେନ୍ଦ୍ର ସରକାରଙ୍କ କଳା କୃଷି ଆଇନକୁ ବିରୋଧ କରିଥିଲେ । ଏହି ମର୍ମରେ ଏ.ଆଇ.ସି.ସି. ସଦସ୍ୟ ସମରେନ୍ଦ୍ର ମିଶ୍ର କହିଥିଲେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆନ୍ଦୋଳନରତ ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥ ଦେଖାଯାଉନାହିଁ । ଏହି ତିନି କଳା କୃଷି ଆଇନର ସମର୍ଥନରେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଜଣେ ଚାଷୀ ଉଦାହରଣ ଦେଇପାରୁଛନ୍ତି କିନ୍ତୁ ଏହି କଳା କୃଷି ଆଇନକୁ ବିରୋଧ କରି ଦେଶର ସବୁ ରାଜ୍ୟର ଲକ୍ଷ ଲକ୍ଷ ସଂଖ୍ୟାରେ ଚାଷୀ ଭୋକ ଉପାସରେ ଆନ୍ଦୋଳନ କରି ସେଥିରୁ ଶତାଧିକ ଚାଷୀ ଜୀବନ ହାରିସାରିଲେଣି । କୃଷି ଯାହାକି ଦେଶର ମୁଖ୍ୟ ଅର୍ଥନିତି ଅଟେ ତାହାକୁ ମୁଷ୍ଟିମେୟ ପୁଞ୍ଜିପତିଙ୍କ ହାତରେ ଟେକି ଦେବାକୁ ଯାଉଛନ୍ତି । ଯଦି ଏହା ଘଟେ ଆଗାମୀ ଦିନରେ କୃଷକମାନେ ହିଁ ଏ ସରକାର ମୁଳତ୍ପାଟନ କରିବେ ବୋଲି କହିଥିଲେ । ରାଜ୍ୟ କିଶାନ କଂଗ୍ରେସ ସଭାପତି ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପୁଞ୍ଜିପତି ପୋଷଣ କୃଷି ନୀତିକୁ ସମର୍ଥନ କରି ମୁହଁ ଖୋଲୁ ନାହାନ୍ତି । ମଞ୍ଚାସିନ ଥିବା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସଭାପତି ଦିଲିପ ବେହେରା, ଇଂ ନରେଶ ପୁରୋହିତ, ସୁଧା ଦାଶ, ଅନିଲ ମେହେର, ଅଜୟ ବାଲି, ମନମୋହନ ପଟେଲ, ବିକାଶ ପାଣିଗ୍ରାହୀ, ଗିରିଧାରୀ ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧି ନୀତିକୁ ତିବ୍ର ଭର୍ସନା କରିଥିଲେ । ସେମାନେ କହିଥିଲେ କେନ୍ଦ୍ର ସରକାରଙ୍କ ପ୍ରତିଶୃତି ମୁତାବକ ଅମଳର ଦେଢ ଗୁଣ ଦେବା ପରିବର୍ତ୍ତେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ସହ ମିଶି ଧାନ କ୍ୱିଣ୍ଟାଲ ପିଛା ୫ ରୁ ୧୦ କେଜି କଟନି ଛଟନି କରୁଛନ୍ତି । ଅନେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ଖୋଲା ଆକାଶରେ ପଡି ରହିଛି । ଜମି ଓ ଚାଷୀଙ୍କ ସଂଖ୍ୟା ଦେଖିଲେ ଅମଳ ହେଉଥିବା ଧାନ ବିକ୍ରି ହେବା ପାଇଁ ଟାର୍ଗେଟ ଆସୁ ନାହିଁ । ତେଣୁ ଆଜିର ଏହି ବିକ୍ଷୋଭ ସମାବେଶରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲାଗୁରିଙ୍କୁ ପ୍ରଦାନ କରାଯାଇଛି । ଏଥିରେ କଳା କୃଷି ଆଇନ ପ୍ରତ୍ୟାହାର ସହ ଚାଷୀଙ୍କ ସମସ୍ତ ଧାନ ସରକାର କିଣୁ, କଟନି ଛଟନି ବନ୍ଦ କରାଯାଉ, ଚାଷୀଙ୍କୁ ଶିଘ୍ର ରାଜ୍ୟ ସରକାର ଧାନର ସର୍ବନିମ୍ନ ମୁଲ୍ୟ ବାହାରେ ଅତିରିକ୍ତ ୫୦୦ଟଙ୍କାର ବୋନସ ଦେଉ ତଥା ଫସଲବୀମା କରିଥିବା ସତ୍ତ୍ୱେ ବୀମା ଟଙ୍କାରୁ ବଂଚିତ ଥିବା ତୁରନ୍ତ ବୀମା ରାଶି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସେବାଦଳ ମୁଖ୍ୟ ଅସିତ ମିଶ୍ର, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଉପ-ସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ସଂଜୟ ମିଶ୍ର, ଉମାକାନ୍ତ ସାହୁ, ସନ୍ତକ ବହିଦାର, ଗୁଣ ସାଗର ମାଝି, ରାଜକିଶୋର ବାବୁ, ଶୁଶାନ୍ତ ଷଡଙ୍ଗୀ, ପ୍ରେମ ପ୍ରକାଶ ମିଶ୍ର, ଅଙ୍କିତ ସାହୁ, ଯଶୋବନ୍ତି ବଘାର, ଘାସିରାମ ବେହେରା, ରାମଜି ଚୈାଧୁରୀ, କାନ୍ତେ ପ୍ରଧାନ, ଓମ୍ ପ୍ରକାଶ କୁମ୍ଭାର, ତାରକାନ୍ତ ବାଗ, ସରୋଜ ବାଗ, ଯୋଗେଶ୍ୱର ସାହୁ, ଖଗେଶ୍ୱର ନାଗ, ଅଶୋକ ପଟେଲ, ବିଶ୍ୱଜିତ ସିଂଦେଓ, ଗଗନ ରଥ, ଜୟନାରାୟଣ ବହିଦାର, ଜ୍ୟୋତିଷ ମୁଗ୍ରୀ, ଅଭିନାଶ ସାଏ, ନାସିର ଖାନ, ଲୋପନ ମିଶ୍ର, ହେମନ୍ତ ସାହୁ, ପ୍ରଦ୍ୟୁମ୍ନ ସାହୁ, ପ୍ରଦୀପ ମିଶ୍ର, ଆଦିକନ୍ଦ ପୋଡ, ଘନଶ୍ୟାମ ପ୍ରଧାନୀ, ହେମନ୍ତ ସେଠ, ଋଷି ନାଗ, ସରୋଜ ପଧାନ, ଅଶୋକ ପଟେଲ, ସାନ୍ତନୁ ସିଂହ, ଘନଶ୍ୟାମ ଦାଶ ପ୍ରମୁଖ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking