34.1 C
Bhubaneswar
Friday, March 29, 2024
Homeଅପରାଧ୧୦ ବର୍ଷର ଶାଳୀକୁ ନିର୍ମମ ଭାବେ ହତ୍ୟା କଲା ଭିଣୋଇ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

୧୦ ବର୍ଷର ଶାଳୀକୁ ନିର୍ମମ ଭାବେ ହତ୍ୟା କଲା ଭିଣୋଇ, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଫୁଗାନା ଥାନା ଅଂଚଳର ହବିବପୁର ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ନିଜର ୧୦ ବର୍ଷ ବୟସର ନାବାଳିକା ଶାଳୀର ନିର୍ମମ ଭାବେ ହତ୍ୟା କରିଛି । ଯାହା ଏବେ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି । ପରେ ଏହି ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ସୂଚନା ରହିଛି । ହବୀବପୁରରେ ବାସ କରୁଥିବା ସନ୍ଦୀପ ସୈନୀଙ୍କ ପୁତ୍ର କୈଳାସର ବିବାହ ବିହାରର ପୁର୍ଣ୍ଣିୟା ଜନପଦ ଅଂଚଳରେ ବାସ କରୁଥିବା ସୁନୀଲ ମଣ୍ଡଳଙ୍କ ଝିଅ କିରଣ ଦେବୀଙ୍କ ସହ ହୋଇଥିଲା । ତେବେ ଲକ ଡାଉନ ପୂର୍ବରୁ କିରଣ, ନିଜର ୧୦ ବର୍ଷର ସାନ ଭଉଣୀ ପୂଜାକୁ ବି ହବିବପୁରକୁ ନିଜ ପାଖକୁ ଆଣିଥିଲା । ହେଲେ ଲକ ଡାଉନ କାରଣରୁ ସେ ଆଉ ଗାଁକୁ ଫେରିପାରିନଥିଲା । ତେବେ ଶନିବାର ଦିନ ପଶୁମାନଙ୍କୁ ଦାନା ଖାଇବାକୁ ଦେବା ପରେ ପତ୍ନୀ କିରଣଙ୍କ ସହ ପ୍ରଶାନ୍ତଙ୍କର ଝଗଡା ହୋଇଥିଲା । ଫଳରେ ପ୍ରଶାନ୍ତ ରାଗି ଯାଇ କିରଣକୁ ମାରିଥିଲେ । ଏହା ଭିତରେ କିରଣଙ୍କ ସାନ ଭଉଣୀ ପୂଜା ସେମାନଙ୍କ ମଝିରେ ଆସି ଯାଇ ଏହାର ବିରୋଧ କରିଥିଲେ । ପରେ ସନ୍ଦୀପ ପୂଜାଙ୍କୁ ଗୋଟିଏ ଧକ୍କା ଦେଇଥିଲା । ଫଳରେ ପାଖରେ ଥିବା ଚଉଁରାରେ ପୂଜାର ମୁଣ୍ଡ ମାଡ ହୋଇ ଯିବାରୁ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁର୍କ ସନ୍ଦୀପକୁ ଗିରଫ କରିଛି । ଏହାସହ ପୂଜାର ଶବକୁ ଜବତ କରୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking