40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗ୫ଶହ ଟଙ୍କା ପାଇଁ ପିଟିପିଟି ମାରିଦେଲେ

୫ଶହ ଟଙ୍କା ପାଇଁ ପିଟିପିଟି ମାରିଦେଲେ

ମୟୁରଭଞ୍ଜ: ଟଙ୍କା ହେଲା କାଳ। ୫ଶହ ଟଙ୍କା ପାଇଁ ଚାଲିଗଲା ଗୋଟେ ମୂଲ୍ୟବାନ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କିଆପାଣପୋଷି ଗ୍ରାମରେ। ୫୦୦ଟଙ୍କା ପଡିଶା ଘରୁ ଚୋରି କରିଥିବାରୁ ଜନୈକା ମହିଳାଙ୍କ ସହିତ କିଛି ପଡୋଶୀ ମିଶି ନାବାଳକ ରାଜନକୁ ପିଟିପିଟି ଜୀବନରୁ ମାରିଦେଇଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀଙ୍କ ଠାରୁ ଖବରପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳକ ରାଜନର ମୃତଦେହ ଜବତ କରିବା ସହିତ ମୃତ୍ୟୁର କାରଣ ଖଜୁଛି ପୋଲିସ । ନାବାଳକ ରାଜନର ମୃତ୍ୟୁ କୋଉ ପରିସ୍ଥିତିରେ ହଇଛି ଏବଂ ସେ ଆତ୍ମହତ୍ୟା କରିଛି କି ତାକୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହଇନଥିବା ବେଳେ ପାରିପାର୍ଶ୍ବିକ ସ୍ଥିତି ଦେଖି ପୋଲିସ ହତ୍ୟା ହଇଥିବା ସନ୍ଦେହ କରି ସାଇଣ୍ଟିଫିକ ଟିମକୁ ଡକାଇ ଅଧିକ ତଦନ୍ତ ଆରମ୍ଭ କରିଛି କରଞ୍ଜିଆ ପୋଲିସ । ତେବେ ସାଇଣ୍ଟିଫିକ ଟିମର ତଦନ୍ତ ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ଜଣା ପଡିବ । ତେବେ ଆଜି ସାଇଣ୍ଟିଫିକ ଟିମର ତଦନ୍ତପରେ ଶବ ବ୍ୟବଚ୍ଛେଦ କରିବ କରଞ୍ଜିଆ ପୋଲିସ । ଅନ୍ୟପଟେ ଏଇଘଟଣାରେ ଛନ୍ଦି ହଇ ପଡିଥିବା ମହିଳା ନାବାଳକ ରାଜନକୁ ୫୦୦ଟଙ୍କା ଚୋରି କରିଥିବାରୁ ପିଟିଥିବା କଥା ନିଜେ କହୁଥିବା ବଳେ ମୃତ୍ୟୁ କିପରି ହେଲା ସେ ଜାଣି ନ ଥିବା କଥା କହିଛନ୍ତି । ହେଲେ ଏପରି ଏକ ବର୍ବରଚିତ ଅମାନବୀୟକାଣ୍ଡ କରିଥିବା ଦୋଷୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି ।

ତେବେ ମୃତ ନାବାଳକ ରାଜନର ମୃତ୍ୟୁ ପଛରେ ମାଡ଼ପିଟ ଏକ ବଡ଼ କାରଣ ନୁହେଁ ତୋ। ଯାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ବେଳେ ସଂଘବଦ୍ଧ ଭାବେ ହୋଇଥିବା ମାଡ଼ପିଟ କାରଣରୁ ମୃତ୍ୟୁ ହୋଇଥିବା ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ଅନ୍ୟପଟେ ନାବାଳକ ରାଜନକୁ ପିଟିଥିବା କଥା ନିଜେ ସସ୍ମିତା ବେହେରା ପୋଲିସ ନିକଟରେ ସ୍ବୀକାର କରିବା ଏକ୍ଷେତ୍ରରେ ସବୁଠୁ ବଡ଼ ପ୍ରମାଣ ବୋଲି ମତପ୍ରକାଶ ପାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ମୃତ୍ୟୁର ସଠିକ କାରଣ ସ୍ପଷ୍ଟ ହେବା ସହିତ ସେହି ଆଧାରରେ ମାମଲା ମୋଡ଼ ବଦଳିବା ସହିତ ତଦନ୍ତ ଆଗକୁ ବଢ଼ିବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking