28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶବିଗ୍ ବସ୍ ୧୬ରେ ଗ୍ରାଣ୍ଡ୍ ଏଣ୍ଟ୍ରି କରିବେ ତାଞ୍ଜାନିଆର କିଲି ପଲ୍

ବିଗ୍ ବସ୍ ୧୬ରେ ଗ୍ରାଣ୍ଡ୍ ଏଣ୍ଟ୍ରି କରିବେ ତାଞ୍ଜାନିଆର କିଲି ପଲ୍

ନୂଆଦିଲ୍ଲୀ : ବିଗ୍ ବସ୍ ୧୬ରେ ଗ୍ରାଣ୍ଡ୍ ଏଣ୍ଟ୍ରି କରିବେ ତାଞ୍ଜାନିଆର କିଲି ପଲ୍। ଏହାର ପ୍ରମୋ ରିଲିଜ୍ ସରିଛି। ଏହି ପ୍ରମୋରେ କିଲି ପଲଙ୍କ ଧମାକାଦାର୍ ଏଣ୍ଟ୍ରି ଦେଖିବାକୁ ମିଳୁଛି। ଏହି ସମୟରେ କିଲିଙ୍କୁ ଦେଖି ଅବ୍ଦୁ ରଜିକ୍ ବେଶ୍ ଉତ୍ସାହର ସହ ତାଙ୍କୁ ସ୍ଵାଗତ କରୁଛନ୍ତି। ଏହାପରେ ଦୁହେଁ ଡ୍ୟାନ୍ସ ମଧ୍ୟ କରୁଛନ୍ତି। ପରେ କିଲି ଘରର ସମସ୍ତ ସଦସ୍ୟଙ୍କୁ ଭେଟୁଛନ୍ତି ଏବଂ ସମସ୍ତଙ୍କ ସହ ଅକ୍ଷୟ କୁମାରଙ୍କ ତୁ ଚିଜ୍ ବଡି ହୈ ମସ୍ତ ମସ୍ତ ଗୀତରେ ନାଚ କରୁଛନ୍ତି।

ତେବେ କିଲି ପଲ୍ ଏକ ବିଶେଷ ଉଦ୍ଦେଶ୍ୟରେ ବିଗ୍ ବସ୍ ଗୃହରେ ପ୍ରବେଶ କରିଛନ୍ତି। ବିଗ୍ ବସ୍ ତାଙ୍କୁ ଏକ ଟାସ୍କ ଦେବେ। ଘର ଭିତରେ ସେ ୨ ଟି ଟିମ୍ ଗଠନ କରିବେ। ଗୋଟିଏ ଟିମ୍ ଅବ୍ଦୁ ରୋଜିକଙ୍କର ହେବ ଏବଂ ଅନ୍ୟଟି ଏମସି ଷ୍ଟେନିଙ୍କର। ଏହି ଦୁହିଁଙ୍କର ଦୁଇ ଜଣ ସମର୍ଥକ ରହିବେ। ସେମାନେ ହେଉଛନ୍ତି ଶିବ ଠାକରେ ଏବଂ ସୁମ୍ଵୁଲ ତୌକିର ଖାନ। ଏହି ଦୁଇ ଜଣ ନିଜ ନିଜ ଗ୍ରୁପରେ ସାମିଲ ହେବା ପାଇଁ ଗୃହର ଅନ୍ୟ ସଦସ୍ୟଙ୍କୁ ପ୍ରୋତ୍ସାହିତ କରିବେ। ଏହାପରେ ସମସ୍ତେ ଏକ ମଜାଦାର୍ ରିଲ୍ କରିବେ। ଏହି ଟାସ୍କର ଜଜ କିଲି ପଲ୍ ହେବେ।

ସୁନ୍ଦର ଲିପ୍‌ସିଂ ପାଇଁ କିଲି ପଲ୍ ସୋସିଆଲ୍ ମିଡିଆରେ ଖୁବ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି। ଅଭିନେତା ଅଭିନେତ୍ରୀଙ୍କ ଠାରୁ ନେଇ ପ୍ରଧାନମନ୍ତ୍ରୀଙ୍କ ଯାଏଁ ସମସ୍ତେ ତାଙ୍କର ଫ୍ୟାନ୍। ତେବେ ବିଗ୍ ବସ୍ ୧୬ରେ କିଲିଙ୍କ ଏଣ୍ଟ୍ରି ପରେ ସସପେନ୍ସ ପଢିଛି। ସେ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଛନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏନେଇ କୌଣସି ସତ୍ୟତା ଜଣାପଡ଼ି ନାହିଁ। ଯଦି କିଲି ବିଗ୍ ବସ୍‌ରେ ରୁହନ୍ତି ତେବେ ଅବ୍ଦୁଙ୍କୁ ମିଶାଇ ସେ ଦ୍ଵିତୀୟ ଆନ୍ତର୍ଜାତୀୟ ପ୍ରତିଯୋଗୀ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking