38.1 C
Bhubaneswar
Tuesday, April 23, 2024
Homeଓଡିଶାଶାଶୂ ଶ୍ୱଶୁରଙ୍କ ଦ୍ୱାରା ସ୍ୱାମୀଙ୍କ ଅପହରଣ ଅଭିଯୋଗ କଲେ ମହିଳା

ଶାଶୂ ଶ୍ୱଶୁରଙ୍କ ଦ୍ୱାରା ସ୍ୱାମୀଙ୍କ ଅପହରଣ ଅଭିଯୋଗ କଲେ ମହିଳା

ପୁରୀ: ଶାଶୂ ଓ ଶ୍ୱଶୁରଙ୍କ ବିରୋଧରେ ଅପହରଣ ଅଭିଯୋଗ କରି ଅପହୃତ ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ନବବିବାହିତା ଯୁବତୀ । ଏ ସମ୍ପର୍କରେ ସମୁଦ୍ରକଳ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ନବବିବାହିତା ଜଣକ ଏସପିଙ୍କୁ ଗୁହାରି କରିଛନ୍ତି । ଏସପିଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ବଳିଆ ପଣ୍ଡା ଥାନା ଅନ୍ତର୍ଗତ ମଙ୍ଗଳା ସାହିର ରୁବି ନାୟକ ଅଭିଯୋଗ କରିଛନ୍ତି ଯେ ଜୁଲାଇ ୧ ତାରିଖ ଦିନ ସେ ବଳିଆପଣ୍ଡା ମଙ୍ଗଳା ସାହିର ବିଷ୍ଣୁଚରଣ ଦାସଙ୍କ ପୁଅ ଦୀପ୍ତି ରଞ୍ଜନ ଦାସଙ୍କୁ ନବକଳେବର ରୋଡ଼ ଆଖଣ୍ଡଳମଣି ମନ୍ଦିରରେ ଫୁଲମାଳ ଦେଇ ବିବାହ କରିଥିଲେ । ପରେ ଉଭୟେ ନୋଟାରୀ ଅଜୟ କୁମାର ପ୍ରଧାନଙ୍କ ନିକଟରେ ହାଜର ହୋଇ ଆଇନଗତ ଭାବେ ବିବାହ କାର୍ଯ୍ୟ ସମାପନ କରିଥିଲେ । ଗତ ୨ତାରିଖ ଅପରାହ୍ନରେ ତାଙ୍କ ସ୍ୱାମୀ ଦୀପ୍ତି ରଞ୍ଜନ ତାଙ୍କୁ ନିଜ ଘରକୁ ନେଇଥିଲେ । ମାତ୍ର ଶ୍ୱଶୁର ବିଷ୍ଣୁଚରଣ ଦାସ ଓ ଶାଶୁ ଗାୟତ୍ରୀ ଦାସ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସଙ୍ଗେ ସଙ୍ଗେ ଘରୁ ବାହାରିଯିବା ପାଇଁ ଧମକ ଦେଇଥିଲେ । ତେଣୁ ସ୍ୱାମୀ ସ୍ତ୍ରୀ ସେଠାରୁ ଚାଲିଆସି ମାର୍କଣ୍ଡେଶ୍ୱର ସାହି ହରିଜନ ବସ୍ତି ସ୍ଥିତ ବାପ ଘରେ ରହୁଥିଲେ । ଗତ ୬ତାରିଖ ଦିନ ପ୍ରାୟ ୧୨ଟା ବେଳେ ସେମାନେ ଭିଆଇପି ରୋଡ଼ ସ୍ଥିତ ଆହ୍ଲାବାଦ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ବ୍ୟାଙ୍କ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଶାଶୁ ଶ୍ୱଶୁରଙ୍କ ସହ ଅନ୍ୟ ୩-୪ଜଣ ବ୍ୟକ୍ତି ସ୍ୱାମୀ ଦୀପ୍ତିରଞ୍ଜନଙ୍କୁ ଏକ ମୋଟର ସାଇକେଲରେ ଅପହରଣ କରି ନେଇଥିଲେ । ସମୁଦ୍ରକୂଳ ଥାନାରେ ଏ ବିଷୟରେ ଏତଲା ଦେଇଥିଲେ ମଧ୍ୟ ସେ ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ରୁବି ନାୟକ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ବୈଦିକ ରୀତିରେ ବିବାହ କରିବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଥିବା ଉଲ୍ଲେଖ କରି ରୁବି ନାୟକ ତାଙ୍କ ସ୍ୱାମୀଙ୍କୁ ଉଦ୍ଧାର କରିବା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଆକୂଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking