32.8 C
Bhubaneswar
Tuesday, April 16, 2024
Homeଅପରାଧଅପହୃତା ନାବାଳିକା ଉଦ୍ଧାର: ଯୁବକ ଗିରଫ 

ଅପହୃତା ନାବାଳିକା ଉଦ୍ଧାର: ଯୁବକ ଗିରଫ 

ଦେବଗଡ଼: ରିଆମାଳ ଥାନାଞ୍ଚଳରୁ ଗତ ୧ ତାରିଖ ଦିନଠାରୁ ନିଖୋଜ ନାବାଳିକାକୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନାଞ୍ଚଳରୁ ଉଦ୍ଧାର କରିଛି ରିଆମାଳ ଥାନା ପୁଲିସ । ସୂଚନା ଅନୁଯାୟୀ, ରିଆମାଳ ଥାନାଞ୍ଚଳରୁ ଗତ ୧ତାରିଖ ଦିନ ଠାରୁ ଜଣେ ନାବାଳିକା ନିଖୋଜ ନେଇ ପରିବାର ଲୋକେ ୬ତାରିଖ ଦିନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେହିପରି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନାଞ୍ଚଳ ଅନ୍ତର୍ଗତ ତେଲିଘଣା ଗ୍ରାମ ନାକଟି ଓରାମ ପଡାର ଯୁବକ ସୁରଜ ଖାଲଖୋ ଉକ୍ତ ନାବାଳିକାକୁ ଅପହରଣ କରିନେଇଥିବା ଅଭିଯୋଗରେ ଦର୍ଶାଇଥିଲେ । ଅଭିଯୋଗ ଆଧାରରେ ପୁଲିସ ଅପହରଣ ଓ ପୋକ୍ସ ସମେତ ବିଭିନ୍ନ ଦଫାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନିର୍ଦ୍ଦେଶରେ ଚାଇଲ୍ଡଲାଇନ ପକ୍ଷରୁ ନାବାଳିକାର ସନ୍ଧାନ ପାଇଁ ପ୍ରୟାସ ଜାରି ରହିଥିଲା । ମାତ୍ର ଅଭିଯୁକ୍ତ ସୁରଜ ନାବାଳିକାକୁ ଅପହରଣ କରି ବାରମ୍ବାର ନିଜ ସ୍ଥାନ ବଦଳାଉଥିବାରୁ ପୁଲିସ ଟ୍ରାକିଂ ମଧ୍ୟ ସଫଳ ହୋଇପାରୁନଥିଲା । ତେବେ ପୁଲିସର ଅକ୍ଲାନ୍ତ ପରିଶ୍ରମ ପରେ ଗତକାଲି ରାତ୍ରିରେ ଅଭିଯୁକ୍ତ ସୁରଜକୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ କୁରେଇବଗା ଗ୍ରାମ ନିକଟରୁ ଉଭୟକୁ ପୁଲିସ କାବୁ କରିବା ସହ ଆଜି ଅଭିଯୁକ୍ତକୁ ଡାକ୍ତରୀ ମାଇନା ପାଇଁ ପଠାଇ ଥିବା ବେଳେ ନାବାଳିକାକୁ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରିଛି । ଅଭିଯୁକ୍ତ ନାମରେ ପୂର୍ବରୁ ମଧ୍ୟ ନାବାଳିକା ଅପହରଣ ଓ ଦୁଷ୍କର୍ମ ଭଳି ମାମଲା ରହିଥିବା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପ୍ରକାଶ କରିଥିବା ବେଳେ ଅଭିଯୁକ୍ତର ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ତଦନ୍ତ କରାଯାଉଥିବା ଏସ୍‌ପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking