27.1 C
Bhubaneswar
Thursday, April 25, 2024
Homeଅପରାଧଛାତ୍ରୀଙ୍କୁ କାରରେ ଆସି ଅପହରଣ କଲେ ୪ ଦୁର୍ବୃତ

ଛାତ୍ରୀଙ୍କୁ କାରରେ ଆସି ଅପହରଣ କଲେ ୪ ଦୁର୍ବୃତ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ରାଜନଗର ଗ୍ରାମର ଦେଓଗାଁ ନିକଟ ପଡ଼ିଆରୁ ଗୁରୁବାର କଲେଜରୁ ଫେରୁଥିବା ସମୟରେ ଜଣେ କଲେଜ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଭାବରେ କାରରେ ଉଠାଇ ନେଇଛନ୍ତି ୪ ଦୁର୍ବୃତ ।
ସୂଚନା ଅନୁଯାୟୀ, ତୁରୁମୁଙ୍ଗା ପଟୁ ଛାତ୍ରୀ ଜଣକ ନିଜ ସାଇକେଲ ଯୋଗେ କଲେଜରୁ ଫେରୁଥିବା ସମୟରେ ଏକ ଧଳା ରଙ୍ଗର କାରରେ ୪ ଜଣ ଯୁବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ଛାତ୍ରୀ ଜଣଙ୍କ ଜୀବନ ବିକଳରେ କାର କାଚକୁ ବାଡଉ ଥିବା ମଧ୍ୟ କହିଛନ୍ତି ପ୍ରତକ୍ଷ ଦର୍ଶୀ। ପ୍ରତ୍ୟକ୍ଷଦର୍ଶୀ ସବୁ ଦେଖି ମଧ୍ୟ କିଛି କରିପାରି ନଥିଲେ । ଏ ନେଇ ପରିବାର ଲୋକ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏ ନେଇ ଛାନଭିନ ଆରମ୍ଭ କରିଦେଇଛି ବୋଲି ସୂଚନା ମିଳିଛି ।
https://onakhabar.com/2020/02/27/loot-13/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking