26.1 C
Bhubaneswar
Friday, March 29, 2024
Homeଅପରାଧଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ ଘଟଣା : କ୍ଲିନିକ ମାଲିକ ମୃତ

ଖୋର୍ଦ୍ଧାରେ ଡାକ୍ତରଙ୍କୁ ଗୁଳିମାଡ ଘଟଣା : କ୍ଲିନିକ ମାଲିକ ମୃତ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଡାକ୍ତରଙ୍କୁ ଗୁଳିମାଡ । ଏକ କ୍ଲିନକରେ ପଶି ଶିଶୁରୋଗ ବିଶେଷଜ୍ଞ ମାନସ ଦାସଙ୍କୁ ଗତକାଲି ରାତିରେ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡରେ ଡାକ୍ତର ଏବଂ ଔଷଧ ଦୋକାନ ମାଲିକ ଗୁରୁତର ଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଔଷଧ ଦୋକନ ମାଲିକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ,ଗତକାଲି ଶିଶୁ ରୋଗ ବିଶେଷଜ୍ଞ ଡା. ମାନସ ଦାସ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ନିଜ କ୍ଲିନିକକୁ ସସ୍ତ୍ରୀକ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ବେଳେ କ୍ଲିନିକ୍ ଭିତରେ ଡା. ଦାସ ଓ ତାଙ୍କ ପତ୍ନୀ ବସିଥିବା ବେଳେ ଜଣେ ବ୍ୟକ୍ତି ମୁହଁରେ ମଂକିକ୍ୟାପ୍ ଘୋଡ଼ାଇ ସାଧାରଣ ରୋଗୀଙ୍କ ଭଳି ଜୋତା ଖୋଲି କ୍ଲିନିକରେ ପ୍ରବେଶ କରିଥିଲା । ଦୁର୍ବୃତ୍ତ ଜଣକ ସିଧାସଳଖ ଡାକ୍ତରଙ୍କ କ୍ୟାବିନ୍ ଭିତରେ ପଶି ଡାକ୍ତର ଦାସଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ଉପରକୁ ଦୁଇ ରାଉଣ୍ତ ଗୁଳି କରିଥିଲା । ଔଷଧ ଦୋକାନରେ ଥିବା କ୍ଲିନକରେ ରୋଗୀ ଦେଖୁଥିଲେ ସେହି ସମୟରେ କିଛି ଦୁର୍ବୃତ୍ତ ହଠାତ ଦୋକାନ ଭିତରେ ପଶି ଗୁଳିମାଡ କରିଥିଲେ । ୨ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ହୋଇଯାଇଥିଲେ । ଗୁଳିମାଡରେ ଡାକ୍ତର ଗୁରୁତର ହୋଇପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସହ ଔଷଧ ଦୋକାନର ମାଲିକ କୃଷ୍ଣଚନ୍ଦ୍ର ସାହୁ ମଧ୍ୟ ଗୁରୁତର ହୋଇଥିଲେ । କୃଷ୍ଣଚନ୍ଦ୍ର ସାହୁଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । । ଘଟଣା ସ୍ଥଳରେ ଖୋର୍ଦ୍ଧା ଏସପି ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।
https://onakhabar.com/2019/12/15/firing-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking