34.1 C
Bhubaneswar
Friday, March 29, 2024
Homeଓଡିଶାଖୋର୍ଦ୍ଧାରେ ୧୪ ଦିନିଆ କ୍ୱାରେଣ୍ଟାଇନ

ଖୋର୍ଦ୍ଧାରେ ୧୪ ଦିନିଆ କ୍ୱାରେଣ୍ଟାଇନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କ୍ୱାରେଣ୍ଟିନ ଅବଧି ବୃଦ୍ଧି କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ସରକାରୀ କ୍ୱାରେଣ୍ଟିନ ଅବଧି ୭ ରୁ ୧୪ ଦିନକୁ ବୃଦ୍ଧି କରାଯାଇଛି । ୧୪ ଦିନର କ୍ୱାରେଣ୍ଟିନ ପିରିୟଡ ସରିବା ପରେ ଆହୁରି ୭ ଦିନ ଘରେ ଆଇସୋଲେସନରେ ରହିବାକୁ କୁହାଯାଇଛି । ତେବେ ଘରେ ଆଇସୋଲେସନରେ ରହିବା ସମୟରେ ସେମାନେ କାହା ସହ ମିଶିବେ ନାହିଁ । ସବୁବେଳେ ସାମାଜିକ ଦୂରତା ବଜାର ରଖିବେ । ଖାଇବା ପିଇବା ଅଲଗା କରିବା ସହିତ ତାଙ୍କର ଅଲଗା ବାସନ କୁସନ ବି ରହିବ । ଏହାଛଡା ଆଇସୋଲେସନ ଉପରେ ପ୍ରଶାସନ ନଜର ରଖିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୧୦୮୯ଟି ଆକ୍ଟିଭ କେସ ରହିଥିବା ବେଳେ ୧୮୯୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି  ।   ସେଥିମଧ୍ୟରୁ ୯ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking