37.1 C
Bhubaneswar
Thursday, March 28, 2024
Homeଓଡିଶାଗ୍ୟାସ୍ ସିଲିଣ୍ଡର ଫାଟି ୨ଟି ପରିବାରର ୮ ଗୁରୁତର

ଗ୍ୟାସ୍ ସିଲିଣ୍ଡର ଫାଟି ୨ଟି ପରିବାରର ୮ ଗୁରୁତର

ଖୋର୍ଦ୍ଧା : ଗ୍ୟାସ୍ ସିଲିଣ୍ଡର ଫାଟି ୨ଟି ପରିବାରର ଜଣେ ୫ବର୍ଷର ଶିଶୁ ସମେତ ୮ଜଣ ଗୁରୁତର ଆହତ ହୋଇଛନ୍ତି । ଆହାତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବେଗୁନିଆ ବ୍ଲକ ବେଲତମା ଗ୍ରାମରେ ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଥିଲା । ଆହାତମାନେ ହେଲେ ଅଜୟ ରାଉତରାୟ (୫୨), ତାଙ୍କ ପତ୍ନୀ ସଞ୍ଜୁମଣୀ(୪୦), ଫକୀର ରାଉତରାୟ(୫୨), ତାଙ୍କ ପୁଅ ରାଜା(୧୫), ଝିଅ ପୂଜା(୧୮), ଏବଂ ପପୁ ପୋଟଲା(୨୯), ତାଙ୍କ ପତ୍ନୀ ଲିଲିମା(୨୬), ଏବଂ ଝିଅ ପ୍ରତିଶା(୫) ।
ସୂଚନା ଅନୁଯାୟୀ, ଶନିବାର ରାତି ପାଖାପାଖି ୧୦ଟା ସମୟରେ ସମସ୍ତେ ଖାଇବାକୁ ବସିଥିଲେ । ଗ୍ୟାସ୍‌ରେ ତରକାରୀ ଗରମ କରୁଥିବାବେଳେ ହଠାତ ସିଲିଣ୍ଡର ଫାଟି ଯାଇଥିଲା । ଛାତ ଫାଟି ଯାଇ ଉପରକୁ ଉଠି ଯାଇଥିଲା । ନିଆଁ ଧାସ ଅନ୍ୟ ଘରକୁ ବ୍ୟାପି ଯାଇଥିଲା । ଗ୍ୟାସ୍ ସିଲିଣ୍ଡର ଫାଟି ୩ବଖରା ଘର ଜଳି ପୋଡ଼ି ପାଉଁସ ହୋଇଯାଇଥିଲା ଓ ଘରର ଆସାବାବ ପତ୍ର ସବୁତକ ନଷ୍ଟ ହୋଇଯାଇଥିଲା । ପରିବାର ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରି ପଳାଇ ଆସିବା ପାଇଁ ସକ୍ଷମ ହୋଇଥିଲେ । ଖବର ପାଇ ସ୍ଥାନୀୟ ଅଗ୍ନୀଶମ ବିଭାଗ କର୍ମଚାରୀ ଘଟଣାରସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହାତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଅଧିକାଂଶ ଅଂଶ ପୋଡ଼ି ଯାଇଛି ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking