40.1 C
Bhubaneswar
Thursday, April 25, 2024
Homeଓଡିଶାଖୋର୍ଦ୍ଧା ବଲାଙ୍ଗିର ରେଳପଥ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗକୁ ବଲାଙ୍ଗିର ନାଗରିକ କମିଟିର ସ୍ୱାଗତ

ଖୋର୍ଦ୍ଧା ବଲାଙ୍ଗିର ରେଳପଥ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବେଗକୁ ବଲାଙ୍ଗିର ନାଗରିକ କମିଟିର ସ୍ୱାଗତ

ବଲାଙ୍ଗିର: ଖୋର୍ଦ୍ଧା ବଲାଙ୍ଗିର ରେଳପଥ ନିର୍ମାଣର ବିଳମ୍ବକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିବାରୁ ବଲାଙ୍ଗିର ନାଗରିକ କମିଟି ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀକୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏଠାରେ ପ୍ରକାଶ ଥାଉ ଯେ ବର୍ଷ ବର୍ଷ ଧରି ସୋନପୁର ଏବଂ ବୌଦ୍ଧ ଜିଲ୍ଲାର ଜମି ଅଧିଗ୍ରହଣ କାମ ହୋଇ ନ ପାରିବା । ୨୦୧୩ ମସିହାରୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଁ ମିଳିତ ଭାବରେ ପ୍ରକଳ୍ପ ଅନୁମୋଦନ ପାଇଁ ଅର୍ଥ ବରାଦ କରିବା ନିଷ୍ପତ୍ତି ନେବା ସହ ଜମି ରାଜ୍ୟ ସରକାର ଜମି ଯୋଗାଇଦେବାର ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ବିଗତ ଦିନରେ ଏହି ଦିଗରେ ବିଶେଷ ଅଗ୍ରଗତି ହୋଇପାରିନାହିଁ । ଏନେଇ ୨୦୧୮ ମସିହାରେ ବୋଟେଲିଂ ପ୍ଲାଣ୍ଟ ର ଭିତ୍ତି ପ୍ରସ୍ତର ଦେବା ସମୟରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ନାଗରିକ କମିଟିର ଆଲୋଚନା କରିଥିଲା । ପରେ ନାଗରିକ କମିଟିର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପୂର୍ବତନ ପାଟଣାଗଡ ବିଧାୟକ କନକ ବର୍ଦ୍ଧନ ସିଂଦେଓ ଏବଂ ବର୍ତ୍ତମାନର ସାଂସଦ ସଂଗୀତା ସିଂଦେଓଙ୍କ ଉପସ୍ଥିତି ରେ ରେଳ ଭବନରେ ଆଲୋଚନା ପରେ ରେଳ କର୍ତ୍ତୃପକ୍ଷଙ୍କର ଅନୁରୋଧ କ୍ରମେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ । ବର୍ତ୍ତମାନ ସାଂସଦ ସଂଗୀତା ସିଂଦେଓ ଲୋକସଭାରେ ଏ ବିଷୟ ଉଦ୍‌ଥାପନ କରି ଉଦ୍‌ବେଗ ପ୍ରକାଶ କରିଥିବାରୁ ଏହା ପ୍ରଧାନମନ୍ତ୍ରୀଙ୍କର ଶୁଭ ଦୃଷ୍ଟି ପଡିଥିଲା । ଏଣୁ ଏହି ପ୍ରକଳ୍ପ କାମ ୨୦୨୩ ସୁଦ୍ଧା ସମାପ୍ତ କରିବାର ପାଇଁ ଯେଉଁ ନିଷ୍ପତ୍ତି ହୋଇଛି ତାହାକୁ ନାଗରିକ କମିଟି ବଲାଙ୍ଗିର ତରଫରୁ ସ୍ୱାଗତ କରାଯାଇଛି ତଥା ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓଙ୍କୁ ସାଧୁବାଦ ଜଣାଇଛି । ଏହାସହ ଭୂବନେଶ୍ୱର ସାଂସଦ, ପୁରୀ ଏବଂ କନ୍ଧମାଳ ସାଂସଦଙ୍କୁ ଲୋକସଭାରେ ଏ ବିଷୟ ଉଥ୍‌ôାପନ କରିବା ପାଇଁ ବଲାଙ୍ଗିର ନାଗରିକ କମିଟି ତରଫରୁ ଅନୁରୋଧ କରାଯାଇଥିବା କମିଟର ସାଧାରଣ ସଂପାଦକ ବିଷ୍ଣୁ ପ୍ରସାଦ କେଡିଆ ଏକ ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking