43.9 C
Bhubaneswar
Friday, April 19, 2024
Homeଓଡିଶାରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ ପକାଇବ ଖେଲୋ ଇଣ୍ଡିଆ - ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ ପକାଇବ ଖେଲୋ ଇଣ୍ଡିଆ – ଧର୍ମେନ୍ଦ୍ର ପ୍ରଧାନ

 କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡିଶାରେ କ୍ରୀଡା କ୍ଷେତ୍ରକୁ ଆହୁରି ଭଲ କରିବାକୁ ଅନୁରୋଧ
 ଭାରତବର୍ଷରେ ଲୁକ୍କାୟିତ ପ୍ରତିଭାକୁ ଖୋଜି ସାମ୍ନାକୁ ଆଣିବାର ପ୍ରୟାସ ହେଉଛି ଖେଲୋ ଇଣ୍ଡିଆ
 ଦାରିଦ୍ର‌୍ୟ ପୃଷ୍ଠଭୂମିରୁ ଆସି ମଧ୍ୟ ଓଡିଆ ଝିଅମାନେ ଅଲମ୍ପିକରେ ନାଁ କରିପାରିଛନ୍ତି
 ଓଡିଶାରେ ଖେଲୋ ଇଣ୍ଡିଆର କାର୍ଯ୍ୟକ୍ରମ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଲେ
ଭୁବନେଶ୍ୱର  – ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ
ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ ବୋଲି ସୋମବାର ଭୁବନେଶ୍ୱର
ପୂବତଟ ରେଳବାଇ ଅଡିଟୋରିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା -୨୦୨୦ ଲୋଗୋ ଏବଂ ଜର୍ସି
ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ କେବଳ ହକି ନୁହେଁ, ଆଥଲେଟିକ୍ସରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଲମ୍ପିକ ଯାଇ
ସଫଳତା ଲାଭ କରିଛନ୍ତି । ଗତ ଅଲମ୍ପିକରେ ଦାରିଦ୍ର‌୍ୟ ପୃଷ୍ଠଭୂମିରୁ ଆସି ମଧ୍ୟ ଧାବିକା ଦୂତି ଚାନ୍ଦ, ଆଥଲେଟ୍ ଶ୍ରାବଣୀ ନନ୍ଦ
ବିଶେଷ ଭାବରେ ଓଡିଆ ଘରର ଝିଅମାନେ ନାଁ କରିପାରିଛନ୍ତି । ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଭାରତ ସରକାର
ତଥା ବିଭିନ୍ନ ଅନୁଷ୍ଠାନମାନଙ୍କ ପୃଷ୍ଠପୋଷକତାରେ ରାଜ୍ୟ ଖେଳ ଜଗତରେ ଥିବା ଅବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାର
ଆବଶ୍ୟକତା ରହିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖେଲୋ ଇଣ୍ଡିଆ ନୂଆ କଳ୍ପନା । ଭାରତବର୍ଷରେ ଲୁକ୍କାୟିତ ପ୍ରତିଭାକୁ ଖୋଜି
ସାମ୍ନାକୁ ଆଣିବାର ପ୍ରୟାସ ହେଉଛି ଖେଲୋ ଇଣ୍ଡିଆ । ଓଡିଶା ଧୀରେଧୀରେ ଖେଳର ରାଜଧାନୀ ହେବା ପାଇଁ ଯାଉଛି । କେନ୍ଦ୍ର
ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଧୀରେଧୀରେ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଖେଳ ନୂଆ ଉଚ୍ଚତାକୁ ଯିବ ବୋଲି
ସେ କହିଛନ୍ତି । ସେହିପରି ରାଜ୍ୟର ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅନେକ ସ୍ପେଷ୍ଟ୍‌ସ କ୍ଲବ ଏବଂ ଯୁବ ସଂଗଠନ ଅଛି
ା ଏହି ସମସ୍ତଙ୍କୁ ଯୋଡିବାର ମାଧ୍ୟମ ଖେଲୋ ଇଣ୍ଡିଆ ବୋଲି ସେ ପରିପ୍ରକାଶ କରିଛନ୍ତି ।
ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମେତ ସମସ୍ତଙ୍କ ସହଯୋଗ ରହିବା ଦରକାର ।
ଓଡିଶାର ଅଧିକରୁ ଅଧିକ ପିଲାମାନେ ଖେଳ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ନାଁ କରିପାରିବାର ସକ୍ଷମ ରଖୁଛନ୍ତି । ତେଣୁ
ଏହାକୁ ପ୍ରତ୍ସାହିତ କରିବା ସମସ୍ତଙ୍କ ଦାୟିତ୍ୱ । ଖେଲୋ ଇଣ୍ଡିଆ ଦ୍ୱାରା ଓଡିଶାର ପିଲାମାନେ ଲାଭ ପାଇବେ ବୋଲି ସେ
କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking