39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଜାତୀୟ ପତାକାକୁ ଓଲଟା ଉତ୍ତୋଳନ କରି ବିବାଦରେ କେରଳ ମନ୍ତ୍ରୀ

ଜାତୀୟ ପତାକାକୁ ଓଲଟା ଉତ୍ତୋଳନ କରି ବିବାଦରେ କେରଳ ମନ୍ତ୍ରୀ

କସାରାଗୋଡ: ଗଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକାକୁ ଓଲଟା ଉତ୍ତୋଳନ କରି କେରଳର ମନ୍ତ୍ରୀ ଅହମ୍ମଦ ଡେଭେରକୋଭିଲ ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଅହମ୍ମଦ ଡେଭେରକୋଭିଲ ପ୍ରଥମେ ଓଲଟା ପତାକାକୁ ଉତ୍ତୋଳନ କରିଥିଲେ ଓ ତା’ପରେ ସାଲ୍ୟୁଟ୍ ବି କରିଥିଲେ | ଏହି ମାମଲା ସାମ୍ନାକୁ ଆସିବା ମାତ୍ରେ ବିରୋଧୀ ବିଜେପି ତିରଙ୍ଗା ପ୍ରତି ଅସମ୍ମାନ ପ୍ରଦର୍ଶନ କରିଥିବାରୁ ତାଙ୍କ ଇସ୍ତଫା ଦାବି କରିଛି।

ବୁଧବାର ଗଣତନ୍ତ୍ର ଦିବସ ଅବସରରେ ରାଜ୍ୟ ମନ୍ତ୍ରୀ ଅହମ୍ମଦ ଡେଭେରକୋଭିଲ କାସରାଗୋଡ ମ୍ୟୁନିସିପାଲିଟି ଷ୍ଟାଡିୟମରେ ପତାକା ଉତ୍ତୋଳନ କରିଥିଲେ। ତେବେ କୌତୁହଳର ବିଷୟ ଯେ ଏହି ଅବସରରେ ଉପସ୍ଥିତ ମନ୍ତ୍ରୀ, ଜନ ପ୍ରତିନିଧି, ପୋଲିସ ଅଧିକାରୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ କେହି ବି ଓଲଟି ଯାଇଥିବା ତିରଙ୍ଗା ପ୍ରତି ଧ୍ୟାନ ଦେଇନଥିଲେ ।

ପତାକା ଉତ୍ତୋଳନ କରିବା ପରେ ମନ୍ତ୍ରୀ ଏହାକୁ ସାଲ୍ୟୁଟ୍ ବି କରିଥିଲେ ଓ ପରେ ତାଙ୍କ ଭାଷଣ ଜାରି ରଖିଥିଲେ। ଏହି ସମୟରେ, ଇଭେଣ୍ଟକୁ କଭର୍ କରିବାକୁ ଆସିଥିବା କିଛି ଗଣମାଧ୍ୟମ ବ୍ୟକ୍ତି ପତାକାକୁ ଓଲଟା ଲଗାଯାଇଥିବା କହିଥିଲେ । ମନ୍ତ୍ରୀ ମଧ୍ୟ ତାଙ୍କ ଭୁଲ୍ ଜାଣିପାରି ସଙ୍ଗେ ସଙ୍ଗେ ମଞ୍ଚରୁ ଫେରି ଆସି ତିରଙ୍ଗାକୁ ତଳକୁ ଓହ୍ଲାଇ ପୁଣି ସଠିକ୍ ଭାବେ ଉତ୍ତୋଳନ କରିଥିଲେ ।

ତେବେ ଏହି ଘଟଣାକୁ ନେଇ ବିଜେପି ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ୍ ମନ୍ତ୍ରୀ ଡେଭରକୋଭିଲଙ୍କ ଇସ୍ତଫା ଦାବି କରିଛନ୍ତି । ଜାତୀୟ ପତାକାକୁ ଅସମ୍ମାନ କରିଥିବାରୁ ତାଙ୍କ ବିରୋଧରେ ତଥା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେବା ଉଚିତ ବୋଲି ସେ କହିଛନ୍ତି ‌। ସୁରେନ୍ଦ୍ରନ୍ କହିଛନ୍ତି ଯେ ତିରଙ୍ଗାକୁ ଓଲଟା ଲଗାଇବା ପରେ ମଧ୍ୟ ମନ୍ତ୍ରୀ ସାଲ୍ୟୁଟ କରିବା ଏକ ଗମ୍ଭୀର ବିଷୟ । ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଯେ ଏଭଳି ଗୁରୁତର ତ୍ରୁଟି ସତ୍ତ୍ୱେ ମନ୍ତ୍ରୀ କିମ୍ବା ଅଧିକାରୀମାନେ ଭୁଲ୍ ହୋଇଥିବା ଜାଣିପାରି ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking