27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଅଟୋ ଡ୍ରାଇଭରଙ୍କ ଖୋଲିଲା ଭାଗ୍ୟ, ଲଟେରୀରେ ଜିତିଲେ ୨୫ କୋଟି ଟଙ୍କା

ଅଟୋ ଡ୍ରାଇଭରଙ୍କ ଖୋଲିଲା ଭାଗ୍ୟ, ଲଟେରୀରେ ଜିତିଲେ ୨୫ କୋଟି ଟଙ୍କା

ଥିରୁଅନନ୍ତପୁରମ: ଅଟୋ ଡ୍ରାଇଭରଙ୍କ ବଦଳିଲା ଭାଗ୍ୟ । ଲଟେରୀରେ ଜିତିଲେ ୨୫ କୋଟି ଟଙ୍କା । କେରଳ ଥିରୁଅନନ୍ତପୁରମର ଶ୍ରୀବରହମରେ ରହୁଥିବା ଅନୁପ ଶନିବାର ରାତିରେ ଏହି ଲଟେରୀ କିଣିଥିଲେ, ଯାହାର ଫଳାଫଳ ରବିବାର ଘୋଷଣା କରାଯାଇଥିଲା । ଅନୁପଙ୍କ ନାଁରେ ୨୫ କୋଟି ଟଙ୍କା ଉଠିଛି । ତେବେ ଟ୍ୟାକ୍ସ କଟିବା ପରେ ଅନୁପଙ୍କୁ ୧୫.୭୫ କୋଟି ଟଙ୍କା ମିଳିବ । ୩୦ ବର୍ଷୀୟ ଅନୁପ ଅଟୋରିକ୍ସା ଚଳାଇବା ପୂର୍ବରୁ ଏକ ହୋଟେଲରେ ସେଫ ଭାବରେ କାର‌୍ୟ୍ୟ କରୁଥିଲେ ଏବଂ ପୁଣିଥରେ ମାଲେସିଆ ଯିବାର ପ୍ରସ୍ତୁତି କରୁଥିଲେ । ମାଲେସିଆ ଯିବା ପାଇଁ ତାଙ୍କ ବ୍ୟାଙ୍କ ଲୋନ୍ ମଧ୍ୟ ମଞ୍ଜୁର ହୋଇଯାଇଥିଲା ।ଏହାପରେ ସେ ୫୦୦ ଟଙ୍କାରେ ଲଟେରୀ ଟିକେଟ କିଣିଥିଲେ, ଯେଉଁଥିରେ ତାଙ୍କର ବମ୍ପର ଲଟେରୀ ଲାଗିଛି । ବ୍ୟାଙ୍କରୁ ଲୋନ୍ ମଞ୍ଜୁର ହେବାର ଗୋଟିଏ ଦିନ ପରେ ତାଙ୍କ ଭାଗ୍ୟ ବଦଳିଯାଇଛି । ଏବେ ସେ ଆଉ କାମ କରିବା ପାଇଁ ମାଲେସିଆ ଯିବେନାହିଁ ବୋଲି କହିଛନ୍ତି । ଏହି ଅର୍ଥରେ ନିଜର ବିଜନେସ୍ ଆରମ୍ଭ କରିବା ସହ ଘର ତିଆରି କରିବା ପାଇଁ ଯୋଜନା ରଖିଛନ୍ତି ଅନୁପ । ଦୀର୍ଘ ବର୍ଷ ୨୨ ଧରି ସେ ଲଟେରୀ ଟିକେଟ କିଣୁଥିବା ବେଳେ ହଜାରେ, ୨ହଜାର ଟଙ୍କାର ପୁରସ୍କାର ଜିତିଥିଲେ । ହେଲେ ଉଇନିଂ ଆମାଉଣ୍ଟ କେବେ ଜିତି ନଥିଲେ ବୋଲି ଅନୁପ କହିଛନ୍ତି । ପ୍ରଥମେ ମୋବାଇଲକୁ ମ୍ୟାସେଜ ଆସିବା ପରେ ବିଶ୍ୱାସ କରିପାରିନଥିଲେ । ଚଳିତ ବର୍ଷର ବମ୍ପର ଉପହାର କେରଳ ଇତିହାସରେ ଏଯାବତ ସବୁଠୁ ବଡ଼ ଉପହାର ଅଟେ । ପ୍ରଥମ ଉପହାରରେ ୨୫ କୋଟି, ଦ୍ୱିତୀୟରେ ୫ କୋଟି ଏବଂ ତୃତୀୟ ଉପହାର ରୂପରେ ୧୦ ଜଣଙ୍କୁ ୧କୋଟି ଲେଖାଏଁ ଦିଆଯାଇଛି । ଚଳିତ ବର୍ଷ କେରଳରେ ୬୭ ଲକ୍ଷ ଓନାମ ବମ୍ପର ଲଟେରୀ ଟିକେଟ୍ ପ୍ରିଣ୍ଟ କରାଯାଇଥିଲା, ସେଥିମଧ୍ୟରୁ ପ୍ରାୟ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିଲା । ସୂଚନାଥାଉକି, ଗତବର୍ଷ ମଧ୍ୟ ୧୨କୋଟି ଟଙ୍କାର ଲଟେରୀ ଜଣେ ଅଟୋ ଚାଳକ ଜିତିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking