27.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ଜନନୀ ଯନ୍ତ୍ରଣା; ଚିକିତ୍ସା ନ ପାଇ ଆଖିବୁଜିଲେ ଗର୍ଭବତୀ

ପୁଣି ଜନନୀ ଯନ୍ତ୍ରଣା; ଚିକିତ୍ସା ନ ପାଇ ଆଖିବୁଜିଲେ ଗର୍ଭବତୀ

କେନ୍ଦୁଝର : ପୁଣି ଜନନୀ ଯନ୍ତ୍ରଣା । ଚ଼ିକିତ୍ସା ଅବହେଳାରୁ ଗର୍ଭବତ଼ୀ ମାନେ ଅସହ୍ୟ ଯନ୍ତ୍ରଣାର ଶିକାର ହୋଇ ପ୍ରାଣ ହରାଇବା ନିତ଼ିଦିନିଆ ଘଟଣାରେ ପରିଣତ ହୋଇଛି। ତ଼େବେ ଏଥିପ୍ରତ଼ି ଜିଲ୍ଲା ପ୍ରଶାସନ ଯତ୍ନବାନ ହେଉ ନଥିବା ଅଭିଯୋଗ ହୋଇ ଆସୁଥିଲେ ହେଁ ଏ ଦିଗରେ ପଦକ୍ଷେପ ନିଆଯାଉନି। ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚ଼ିକିତ୍ସାରେ ବିଳମ୍ବ ହେବାରୁ ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟରେ ଜଣେ ଗର୍ଭଵତ଼ୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ରରୁଆଁ ବ୍ଲକ ପତ୍ରପଚ଼ା ଗ୍ରାମର ଧୀରେନ ନାଏକଙ୍କ ପତ୍ନୀ ଦମୟନ୍ତୀ ନାଏକ(୩୨)।

ସୂଚନା ଅନୁଯାୟୀ, ଗୁରୁବାର ଦମୟନ୍ତୀଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ପ୍ରଥମେ ରରୁଆଁ ମେଡ଼ିକାଲ ନିଆଯାଇଥିଲା। ପରେ ଅବସ୍ଥା ଗୁରୁତ଼ର ହେବାରୁ ଡ଼ାକ୍ତର ତାଙ୍କୁ କରଞ୍ଜିଆ ମେଡ଼ିକାଲ ପଠାଇଥିଲେ। ସେଠାରେ ଅବସ୍ଥା ଅତ଼ି ଗୁରୁତ଼ର ହେବାରୁ ଶୁକ୍ରବାର ସନ୍ଧ୍ୟା ୫ଟାବେଳେ ଜିଲ୍ଲା ମୁଖ୍ୟ ଚ଼ିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡ଼ାକ୍ତର ଚ଼ିକିତ୍ସା ଆରମ୍ଭ କରିବା ପୂର୍ବରୁ ଦମୟନ୍ତୀଙ୍କୁ ମୃତ଼ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଥିଲେ । କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ଚ଼ିକିତ୍ସା ନ ପାଇ ଗର୍ଭବତ଼ୀମାନେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଉଛନ୍ତି। ଜିଲ୍ଲା ପ୍ରଶାସନ ଏହାକୁ ରୋକିବାରେ ବିଫଳ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking