16.1 C
Bhubaneswar
Friday, January 28, 2022
Homeଓଡିଶାରାତି ଅଧ ଯାଏଁ ଉଡୁଛି ଜାତୀୟ ପତାକା

ରାତି ଅଧ ଯାଏଁ ଉଡୁଛି ଜାତୀୟ ପତାକା

କେନ୍ଦୁଝର : ଆଜି ସାରା ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳିଛ । କୋବିଡ଼ କଟକଣା ମଧ୍ୟରେ ଏହି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ପତାକା ଉତ୍ତୋଳନ ପାଇଁ ସରକାରଙ୍କ ସ୍ୱତନ୍ତ୍ର ନିୟମ ରହିଛି । କିନ୍ତୁ ଜାତୀୟ ପତାକା ଅବମାନନାକୁ ନେଇ ଆଜି କେନ୍ଦୁଝର ଜିଲ୍ଲାରେ ଆସିଛି ସାଙ୍ଘାତିକ ଚିତ୍ର । ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ କମଳପୁର ଅଙ୍ଗନବାଡିରେ ପତାକାକୁ ଆଶା ଦିଦି ଉଠେଇକି ନେଇଯାଇଥିବା ଦେଖା ଯାଇଥିଲା । ସେହିପରି ସଦର ବ୍ଲକ ଅନ୍ତର୍ଗତ କାଉଁରୀକଳା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଜାତୀୟ ପତାକା ଉଡୁଥିବା ଦେଖା ଯାଇଥିଲା । ନିୟମ ଅନୁସାରେ ଜାତୀୟ ପତାକା ସକାଳୁ ଉତ୍ତୋଳନ ପରେ ସନ୍ଧ୍ୟା ୬ ଟାରେ ଓହ୍ଲାଯାଇଥାଏ । କିନ୍ତୁ ପଞ୍ଚାୟତ ପରିସରରେ ପତାକା ନଓହ୍ଲାଇବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ପଞ୍ଚାୟତର କୌଣସି ଅଧିକାରୀଙ୍କ ପତିକ୍ରିୟା ମିଳିପାରିନାହିଁ।  
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking