38.1 C
Bhubaneswar
Tuesday, April 23, 2024
Homeଓଡିଶାଘରୋଇ ଶିକ୍ଷାନୁଷ୍ଠାନର ମନଇଛା ଫି ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ କଂଗ୍ରେସ ତରଫରୁ ଦାବୀପତ୍ର 

ଘରୋଇ ଶିକ୍ଷାନୁଷ୍ଠାନର ମନଇଛା ଫି ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ କଂଗ୍ରେସ ତରଫରୁ ଦାବୀପତ୍ର 

କେନ୍ଦୁଝର :  ଜିଲ୍ଲାରେ କରୋନା ମହାମାରୀ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକର ମନ ଇଛା ଫି ଆଦାୟ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦୁଝର ଜିଲ୍ଲା କଂଗ୍ରେସ କମିଟି ତରଫରୁ ଦାବୀ କରାଯାଇଛି । ବୁଧବାର ଏ ସମ୍ପର୍କରେ ଡିସିସି ତରଫରୁ ଜିଲ୍ଲା ପାଳ ଙ୍କ ଠାରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦୀର୍ଘ 5 ମାସ ହେବ କରୋନା ମହାମାରୀ ପରିସ୍ଥିତିରେ ଲୋକମାନେ ଜୀବିକା ହରାଇ ଘୋର ଆର୍ଥିକ ସଙ୍କଟ ର ସମୁଖୀନ ହେଉଛନ୍ତି । ମାର୍ଚ୍ଚ ମାସ ଠାରୁ ଛାତ୍ରଛାତ୍ରୀ ବିଦ୍ୟାଳୟ ବା ମହାବିଦ୍ୟାଳୟ ମାଡି ନାହାନ୍ତି । ଏଭଳି ସ୍ଥିତିରେ ମାସେ ଦେଢ଼ ମାସ ହେବ ସ୍କୁଲ ଗୁଡିକରେ ଅନଲାଇନ ଶିକ୍ଷା ଦିଆ ଯାଉଛି ।
ପ୍ରାୟ 60 ଭାଗ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ ବା ଲାପଟପ ନାହିଁ ତେଣୁ ଅନଲାଇନ ଶିକ୍ଷା ଫଳପ୍ରଦ ହେଉନଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । ଏହିପରିପେକ୍ଷି ରେ ଘରୋଇ ଶିକ୍ଷାଅନୁଷ୍ଠାନ ଗୁଡିକ ସରକାରି ତାଗିଦ କୁ ବେଖାତିର କରି ମାସକୁ ମାସ ମନଇଚ୍ଛା ଫି ଦାଖଲ କରିବାକୁ ବାଧ୍ୟ କରୁଛନ୍ତି । ଫଳରେ ଅଭିଭାବକ ଛାତ୍ରଛାତ୍ରୀ ମାନକ ଉପରେ କରୋନା ମହାମାରୀ ଚାପ ସାଙ୍ଗକୁ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକର ଆର୍ଥିକ ଚାପ କଷ୍ଟ ଦାୟକ ହେଉଛି । ତେଣୁ ସମ୍ପୃକ୍ତ ଶିକ୍ଷାଅନୁଷ୍ଠାନ ଗୁଡିକ ଅନ୍ତତଃ ପକ୍ଷେ 4 ମାସର ଫି ଛାଡ଼ କରାଯିବା ସହ ମନଇଚ୍ଛା ଫି ଆଦାୟ ଉପରେ ପ୍ରଶାସନ ଅଙ୍କୁଶ ଲଗାଇଲେ ଆର୍ଥିକ ଅନାଟନ ରେ ଥିବା ଅଭିବାଭକ ମାନେ ଉପକୃତ ହୁଅନ୍ତେ ବୋଲି କଂଗ୍ରେସ ଦାବୀ କରିଛି ।ଏହି ଦାବିପତ୍ର ପ୍ରଦାନ ସମୟରେ ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ଙ୍କ ସମେତ ବହୁ କଂଗ୍ରେସ ନେତା ତଥା କର୍ମୀ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking