ଆରମ୍ଭ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

କେନ୍ଦୁଝର : ମହାମାରୀ କରୋନା ଯୋଗୁଁ ସମଗ୍ର ବିଶ୍ବ ବ୍ୟାପକ ସଂକଟରେ ଗତି କରୁଛି । ଏହି କରୋନା ମହାମାରୀ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି । ଏହି ଶିକ୍ଷାନୁଷ୍ଠାନ ବନ୍ଦ ହେବା ଫଳରେ ଛାତ୍ର ଛାତ୍ରୀମାନେ ବ୍ୟାପକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ଅନଲାଇନ କ୍ଲାସର ସୁବିଧା କରିଥିଲେ ମଧ୍ୟ ଏହା ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ଲାଭଦାୟକ ହେଉନାହିଁ । ବିଶେଷ କରି ସହରର ବସ୍ତି ଅଞ୍ଚଳରେ ରହୁଥିବା ଛୋଟ ଛୋଟ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟକୁ ନଯିବାରୁ ଶିକ୍ଷା ଗ୍ରହଣ କରିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ବସ୍ତି ଅଞ୍ଚଳର ଏହି ଛୋଟ ଛୋଟଛୁଆଙ୍କୁ ଶିକ୍ଷା ସହ ଜଡିତ ରଖିବା ପାଇଁ କେନ୍ଦୁଝରଗଡ଼ ପୌରପାଳିକା ପକ୍ଷରୁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ପଦକ୍ଷେପ ର ନାମ ଦିଆଯାଇଛି ଆରମ୍ଭ । ଏହି ଆରମ୍ଭ ଯୋଜନା ମାଧ୍ୟମରେ ଏହି ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ଖେଳକୂଦ, ଚିତ୍ରାଙ୍କନ ପ୍ରମୁଖ ଶିକ୍ଷା ଦିଆଯିବ । ଏଥିପାଇଁ ପ୍ରତି ବସ୍ତି ଅଞ୍ଚଳରେ ଏକ ଖୋଲା କେନ୍ଦ୍ର ର ନିର୍ମାଣ କରାଯିବାର ଯୋଜନା ରଖିଛି କେନ୍ଦୁଝରଗଡ଼ ପୌରପାଳିକା । କେନ୍ଦୁଝର ସହରର ଭୂମିଜ ସାହିରେ ଆଜି ଏହି ଯୋଜନା ମାଧ୍ୟମରେ ପ୍ରଥମ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ଏହି କେନ୍ଦ୍ରର ଆରମ୍ଭ ଯୋଜନାର ଶୁଭାରମ୍ଭ । ଏହି ଆରମ୍ଭ ଯୋଜନା କେବଳ କେନ୍ଦୁଝର ସହରର ବିଭିନ୍ନ ବସ୍ତି ଛଡା ଜିଲ୍ଲାର ବଡ଼ବିଲ, ଯୋଡ଼ା, ଚମ୍ପୁଆ ଓ ଆନନ୍ଦପୁର ପୌରପାଳିକାରେ ମଧ୍ୟ ଲାଗୁକରାଜୀବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହି ଯୋଜନା ମହାମାରୀ କରୋନା କାଳରେ ଶିକ୍ଷାସହ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ଜଡିତ ରଖିବାରେ ବେଶ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି କେନ୍ଦ୍ର ମାନଙ୍କରେ କୋବିଡ଼ ଗାଇଡ଼ଲାଇନକୁ ପାଳନ କରି ଏହି ଛାତ୍ର ଛାତ୍ରୀଙ୍କୁ ଶିକ୍ଷାଦାନ ପ୍ରଦାନ କରାଯିବ ବୋଲି କେନ୍ଦୁଝରଗଡ଼ ପୌରପାଳିକା ଅଧିକାରୀ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here