37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗବର୍ଷା ଦିନରେ ବି ଜଳକଷ୍ଟ ,ଚୁଆ ପାଣିକୁ ଭରସା କରୁଛନ୍ତି ୬୦ ପରିବାର

ବର୍ଷା ଦିନରେ ବି ଜଳକଷ୍ଟ ,ଚୁଆ ପାଣିକୁ ଭରସା କରୁଛନ୍ତି ୬୦ ପରିବାର

କେନ୍ଦୁଝର : ପାନୀୟ ଜଳ ର ସୁବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଆଜି ବି ସ୍ବାଧୀନତା ର ୭୪ ବର୍ଷ ପରେ ପିଇବା ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ପିଇବା ପାଣିର ଅନ୍ଯ କୈ।ଣସୀ ବ୍ୟବସ୍ଥା ନଥିବାରୁ ଝରଣା ର ଦୁଷିତ ଜଳକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକମାନେ । ଇଏ କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ବ୍ଲକ ମୂଖ୍ୟାଳୟରୁ ମାତ୍ର ଦେଢ କିଲୋମିଟର ଦ୍ବରରେ ଥିବା କମଳାଙ୍ଗ ଗାଁ ରଙ୍ଗମାଟିଆ ସାହିର । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କମଳାଙ୍ଗ ଗାଁ ରଙ୍ଗମାଟିଆ ସାହିରେ ପାଣି ପାଇଁ ଜୀବନ ଲାଗିଛି ବାଜିରେ ।ସାହିରେ ୬୦ ପରିବାର ବସବାସ କରୁଥିବା ବେଳେ ଗୋଟିଏ ମାତ୍ର ନଳକୂପ ରହିଛି । ତେବେ ନଳକୂପ ଟି ବର୍ଷେ ହେବ ଅଚଳ ହୋଇ ପଡିଥିବାରୁ ପିଇବା ପାଣି ପାଇଁ ଲୋକେ ପାହାଡ଼ ପାଖ ଝରଣା ରେ ଚୁଆ ଖୋଳି ପାଣି ବ୍ୟବହାର କରୁଛନ୍ତି । ଚୁଆ ଟି ଜଙ୍ଗଲ ପାଖ ପାହାଡ ତଳେ ଥିବାରୁ ଜଙ୍ଗଲି ହାତୀ ଙ୍କ ସହିତ ଅନ୍ୟ ବନ୍ୟଯନ୍ତୁ ଙ୍କ ଆକ୍ରମଣ ର ଭୟ ରହିଛି । ଜୀବନକୁ ବାଜି ଲଗାଇ ମହିଳା ମାନେ ପାଣି ପାଇଁ ଯାଇ ଥାନ୍ତି । ୧୫ ଦିନ ପୂର୍ବରୁ ସେହି ସାହିର ସଜନୀ ପଲେଇ ଓ ଭମର ପଲେଇ ଙ୍କ ଘରକୁ ପାଖ ଜଙ୍ଗଲ ରୁ ହାତୀ ପଲ ଆସି ଭାଙ୍ଗିଦେଇଥିଲେ । ସେଥିପାଇଁ ବନ୍ୟଯନ୍ତୁ ଙ୍କ ଭୟରେ ଏକାଧିକ ମହିଳା ଏକାଠି ହୋଇ ପାଣି ଆଣିବା ପାଇଁ ଯାଇଥାନ୍ତି । ପାଣି ମୁନ୍ଦିଏ ପାଇଁ ଲୋକେ ଜୀବନକୁ ବାଜି ଲଗାଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଙ୍କ ନଜର ଆଢୁଆଳରେ ରହିଯାଇଛି ରଙ୍ଗମାଟିଆ ସାହି । ଏ ନେଇ ପଞ୍ଚାୟତ ର ସରପଞ୍ଚ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୈଣସି ସୁଫଳ ମିଳିନଥିବା ପ୍ରକାଶ କରିଛନ୍ତି ରଙ୍ଗମାଟିଆ ସାହିଲୋକ । ଅନ୍ୟପକ୍ଷରେ ସାହି ଲୋକଙ୍କ ବିବାଦ ଯୋଗୁଁ ନୂତନ ନଳକୂପ ଖୋଳାଯାଇ ପାରୁନଥିବା କହିଛନ୍ତି ପଞ୍ଚାୟତ ର ସରପଞ୍ଚ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking