28.1 C
Bhubaneswar
Thursday, March 28, 2024
Homeଓଡିଶାଖଣିରେ ନଦୀ ଓ ଝରଣା ଜଳ ବ୍ୟବହାରକୁ ବିରୋଧ

ଖଣିରେ ନଦୀ ଓ ଝରଣା ଜଳ ବ୍ୟବହାରକୁ ବିରୋଧ

କେନ୍ଦୁଝର : ବୈତରଣୀ ନଦୀ ସମେତ ଅନ୍ୟାନ୍ୟ ନଦୀ ଓ ଝରଣା ପାଣିର ବ୍ୟବହାର ଖଣି କାର୍ଯ୍ୟରେ ନ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି । ଆସନ୍ତା ଡିସେମ୍ବର ୨୦ରୁ ୨୨ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ଦଶମ ଓଡ଼ିଶା ପରିବେଶ କଂଗ୍ରେସରେ କେନ୍ଦୁଝରରୁ ୫୦ ପ୍ରତିନିଧି ଯୋଗଦେବେ ବୋଲି ଜଣାପଡ଼ିଛି । ଖଣି ଓ ପରିବେଶ ସମ୍ପର୍କିତ ଏହି ଆଲୋଚନାଚକ୍ର ପୂର୍ବରୁ ରବିବାର କେନ୍ଦୁଝର ସହିଦ ଭବନଠାରେ ‘କେନ୍ଦୁଝରର ପରିବେଶ ଉପରେ ଖଣିର ପ୍ରଭାବ’ ଶୀର୍ଷକ ଏକ କର୍ମଶାଳାରେ ଏଭଳି ମତବ୍ୟକ୍ତ ହୋଇଛି । କେନ୍ଦୁଝର ନାଗରିକ ମଞ୍ଚର ସଭାପତି କିରଣଶଙ୍କର ସାହୁ, ପ୍ରକଳ୍ପର ପ୍ରତିଷ୍ଠାତା ବିପ୍ଳବ ମିଶ୍ର ଓ ସୁନା-କାରୋ ବଞ୍ଚାୟ ଆନ୍ଦାଳନର ଅଶୋକ ଠକ୍କରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଡ଼ିଶା ପରିବେଶ କଂଗ୍ରେସର କାର୍ଯ୍ୟକାରୀ ସମ୍ପାଦକ ସୁଦର୍ଶନ ଦାସ, ହିନ୍ଦୁସ୍ତାନ ଟାଇମ୍ସର ପୂର୍ବତନ ସମ୍ପାଦକ ରାଜେଶ ମହାପାତ୍ର ଓ ନାବାର୍ଡର ପୂର୍ବତନ ସିଜେଏମ ବିଭିଷଣ ନାୟକ ପ୍ରମୁଖ ଯୋଗଦେଇ କେନ୍ଦୁଝର ପରିବେଶ ଉପରେ ଖଣିର ପ୍ରଭାବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । କର୍ମଶାଳାରେ ଉପସ୍ଥିତ ପ୍ରତିନିଧିମାନେ ଜଙ୍ଗଲ, ପାଣି, ଜୀବଜନ୍ତୁ, ପ୍ରଦୂଷଣ, ଜୀବନଜୀବିକା, ଡିଏମ୍ଏଫ୍ ଇତ୍ୟାଦିର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । କେନ୍ଦୁଝର ଜିଲ୍ଲାରେ ଆଉ ନୂଆ ଖଣି ଲିଜ୍କୁ ବୈଠକରେ ତୀବ୍ର ବିରୋଧ କରାଯାଇଥିଲା । ଏଥିସହ ଆସନ୍ତା ମାର୍ଚ୍ଚ ଶେଷରେ ଲିଜ୍ କାର୍ଯ୍ୟକାଳ ସରୁଥିବା ଖଣିଗୁଡ଼ିକୁ ଆବଶ୍ୟକୀୟ ଭିତ୍ତିଭୂମି ଏବଂ ପରିବେଶକୁ ସଂରକ୍ଷିତ ନ କରାଯିବା ପର୍ଯ୍ୟନ୍ତ ଲିଜ ନ ଦେବା ପାଇଁ ସ୍ୱର ଉତ୍ତୋଳନ କରାଯିବା ବୋଲି ନିଷ୍ପତ୍ତି ନିଆଯାଇଥିଲା । ପରେ ବୈତରଣୀ ସମେତ ସମସ୍ତ ନଦୀ ଓ ଝରଣାଗୁଡ଼ିକର ପାଣିକୁ ଲୁହାପଥର ପରିବହନ ପାଇଁ ବ୍ୟବହାର ନ କରିବା ପାଇଁ ଦାବି କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking