37.1 C
Bhubaneswar
Thursday, March 28, 2024
Homeଓଡିଶାଶୌଚ ପାଇଁ ଯାଇଥିଲେ ଟେକି କଚାଡି ଦେଲା ହାତୀ, ୨ ଗୁରୁତ୍ତର

ଶୌଚ ପାଇଁ ଯାଇଥିଲେ ଟେକି କଚାଡି ଦେଲା ହାତୀ, ୨ ଗୁରୁତ୍ତର

କେନ୍ଦୁଝର : ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞର ଜମ୍ୱିରିପଶି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଗୋଠଛଡା ଦନ୍ତା କୁଶକଳା,ଜମ୍ୱିରିପଶି,କଲଣ୍ଡା ଆଦି ଅଚଂଳରେ କିଛି ଦିନ ହେବ ଆତକଂ ଖେଳାଇ ଚାଲିଥିବା ବେଳେ ଆଜି ସକାଳେ ଗ୍ରାମର ଚନ୍ଦ୍ରମଣି ବାରିକ ଓ ହାରମଣି ମହାକୁଡ ଶୌଚ କରିବା ପାଇଁ ନାଳ ପାଖକୁ ଯାଇଥିବା ବେଳେ ଗୋଠଛଡା ଦନ୍ତା ହାବୁଡ ରେ ପଡି ଯାଇଥିଲେ ।.ଦନ୍ତା ଟି ଚନ୍ଦ୍ରମଣି ବାରିକକୁଂ ଶୁଣ୍ଢ ରେ ଟେକି କଚାଡି ଦେଇଥିଲା ପରେ ହାରମଣି କୁଂ ଆକ୍ରମଣ କରି ଥିଲା ଫଳରେ ଉଭୟ ଗୁରୁତ୍ତର ହୋଇ ପଡିଥିଲେ । ଗାଁ ନିକଟସ୍ଥ ଜଗଂଲ ରୁ ଗ୍ରାମବାସୀ ଉଭୟକୁଂ ଉଦ୍ଧାର କରିଥିଲେ । ପରେ ଆମ୍ମୁଲାନ୍ସ ଯୋଗେ ବାଂଶପାଳ ମେଡିକାଲ କୁ ନେଇ ଭର୍ତି କରିଛନ୍ତି । ବନବିଭାଗ ଟିମ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି । ଗୋଠଛଡା ଦନ୍ତା ଆତକଂରେ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି । ତେବେ ବନବିଭାଗ ଖୁବ ଶୀଘ୍ର ହାତୀକୁ ଘୋଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking