31.1 C
Bhubaneswar
Tuesday, April 23, 2024
Homeଓଡିଶାଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ମାଟି ତଳୁ ଶବ ଉଦ୍ଧାର

ଗୁଣି ଗାରେଡ଼ି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ମାଟି ତଳୁ ଶବ ଉଦ୍ଧାର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା କଦମଡ଼ିହି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ଲୋକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଗ୍ରାମର ନିରାଶ ମୁଣ୍ଡା (୫୮) ନାମକ ଜଣେ ବୃଦ୍ଧାଙ୍କୁ ପଡ଼ୋଶୀ ଯୁବକ ଛବି ମୁଣ୍ଡା ଗୁଣି ଗାରେଡି ସନ୍ଦେହରେ ତଣ୍ଟି ଚିପି ଗତ ୫ ତାରଖରେ ହତ୍ୟା କରି ଗାଁ ନିକଟ କାଣ୍ଡରା ନାଳ ନିକଟରେ ପୋତି ଦେଇଥିଲା । ଛବି ମୁଣ୍ଡାର ସ୍ତ୍ରୀ ରୋଗରେ ପଡ଼ି ମରିଯାଇଥିଲା । ଛବିର ସ୍ତ୍ରୀକୁ ଗୁଣି କରି ନିରାଶ ମୁଣ୍ଡା ମାରିଥିବା ସନ୍ଦେହ କରି ତାକୁ ମାରିବାକୁ ଯୋଜନା କରିଥିଲା ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ଛବି ମୁଣ୍ଡାଙ୍କ ସ୍ତ୍ରୀ ଡମଣୀ ମୁଣ୍ଡା ବର୍ଷେ ତଳେ ଦୀର୍ଘଦିନ ଧରି ଜ୍ୱରରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ  ତେବେ ତାଙ୍କୁ ଛବି ମେଡିକାଲ ନେଇ ନଥିଲେ । ମୃତ ନିରାଶ ମୁଣ୍ଡା ଗୁଣି ଗାରେଡି କରି ଦେଇଥିବାରୁ ମୋ ସ୍ତ୍ରୀ ମରିଗଲା ବୋଲି ଭାବି ପ୍ରତିଶୋଧ ପରାୟଣ ହୋଇ ନିରାଶକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ଛବି । ଗତ ୫ତାରିଖ ସନ୍ଧ୍ୟାରେ ନିରାଶ ଘର ପାଖରେ ଥିବାବେଳେ ହଠାତ୍ ଛବି ତାଙ୍କୁ ଟାଣି ନେଇ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ଏକା ନେଇ ଗାଁ ପାଖ ନାଳ କଡ଼ରେ ଥିବା ଏକ ଖୋଲରେ ପୋତି ଦେଇଥିଲା । ପରେ ବେଶ୍ ଆରାମରେ ଗାଁରେ ବୁଲୁଥିଲା । ତେବେ ନିରାଶ ହଠାତ୍ ନିଖୋଜ ହୋଇ ଯିବା ପୁଅ ଶୁକ୍ରା ମୁଣ୍ଡାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲା ।

କିଛିଦିନ ଗାଁ ଚାରିପାଖ ଶୁକ୍ରା ଏବଂ ତା’ଭାଇ ଲୁକିନ ମୁଣ୍ଡା ଖୋଜାଖୋଜି କରିବା ପରେ ପାଇନଥିଲେ । ଗତକାଲି ଶୁକ୍ରା ମୁଣ୍ଡା ଗାଈ ଚରାଉଥିବାବେଳେ ନାଳ କଡ଼ରେ ନିରାଶର କିଛି ବ୍ୟବହୃତ ସାମଗ୍ରୀ ଦେଖିବାକୁ ପାଇବା ପରେ ଖୋଲ ପାଖକୁ ଯାଇଥିଲା ।  ସେଠାରେ ଗୋଡ଼ ଦୁଇଟି ମାଟି ଉପରେ ଦେଖା ଯାଉଥିବାରୁ ପୋତା ହୋଇଥିବା ଜାଣିପାକୁ ପାଇଥିଲା  ଏବଂ ନୟାକୋଟ ଥାନାକୁ ଯାଇ ପୁଲିସ୍‌କୁ ଜଣାଇଥିଲା ।

ଆଜି ନୟାକୋଟ ଥାନାଧିକାରୀ ବିଦେଶୀ ବାଗ,ଏଏସ୍‌ଆଇ ସୁଶାନ୍ତ କୁମାର ସେଠୀ ସଦଳବଳ ଘଟଣା ସ୍ଥଳକୁ ଯାଇ ପ୍ରଥମେ ଅଭିଯୁକ୍ତକୁ କାବୁ  କରିଥିଲେ । ପରେ ଅଭିଯୁକ୍ତ ଛବି ମୁଣ୍ଡା  ହତ୍ୟା ଘଟଣା ସମ୍ପର୍କରେ କହିଥିଲା । ତହସିଲଦାର ସପନ କୁମାର ସାହୁ, ସଦର ଏସଡିପିଓ ପ୍ରକାଶ ଜେମ୍ସ ଟପୋଙ୍କ ଉପସ୍ଥିତିରେ ମାଟି ତଳୁ ଶବ ଉଦ୍ଧାର କରାଯାଇଥିଲା । ଶବ ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି । ନୟାକୋଟ ପୁଲିସ୍ ଅଭିଯୁକ୍ତ ଛବି ମୁଣ୍ଡାକୁ ଗିରଫ କରିବା ସହ  ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking